ETV Bharat / bharat

ଗୋଟିଏ ଦିନରେ 3 ମହାରାଷ୍ଟ୍ର ପୋଲିସଙ୍କ କୋରୋନାଜନିତ ମୃତ୍ୟୁ

author img

By

Published : Jun 25, 2020, 1:43 PM IST

24 ଘଣ୍ଟାରେ ମହାରାଷ୍ଟ୍ରର 3 ପୋଲିସ କର୍ମୀ କୋରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ମହାରାଷ୍ଟ୍ର ପୋଲିସରେ କୋରୋନା ମୃତ୍ୟୁ ସଂଖ୍ୟା 54କୁ ବୃଦ୍ଧି ପାଇଛି।

corona
ଗୋଟିଏ ଦିନରେ 3 ମହାରାଷ୍ଟ୍ର ପୋଲିସଙ୍କ କୋରୋନାରେ ମୃତ୍ୟୁ

ମୁମ୍ବାଇ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ କୋରୋନା ଫ୍ରଣ୍ଟ ଲାଇନ ଯୋଦ୍ଧାଙ୍କୁ ମଧ୍ୟ କବଳିତ କରିଛି । ବହୁ ସଂଖ୍ୟାରେ କୋରୋନା ଯୋଦ୍ଧା କୋରୋନା କବଳିତ ହୋଇଥିବା ବେଳେ 24 ଘଣ୍ଟାରେ ମହାରାଷ୍ଟ୍ରର 3 ପୋଲିସ କର୍ମୀ କୋରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ମହାରାଷ୍ଟ୍ର ପୋଲିସରେ କୋରୋନା ମୃତ୍ୟୁ ସଂଖ୍ୟା 54କୁ ବୃଦ୍ଧି ପାଇଛି।

ବର୍ତ୍ତମାନ 991 ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ 3,239 ପୋଲିସ ସୁସ୍ଥ ହୋଇ ପୁଣି ଡ୍ୟୁଟିକୁ ଫେରିଛନ୍ତି ।

ପ୍ରକାଶ ଥାଉକି, କୋରୋନା ମାମଲା ଦୃଷ୍ଟିରୁ ସମଗ୍ର ଦେଶରେ ମହାରାଷ୍ଟ୍ର ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ 1 ଲକ୍ଷ 42 ହଜାର 900 ନିକୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ 6739 ଆକ୍ରାନ୍ତ କୋରୋନା ଏବେସୁଦ୍ଧା ପ୍ରାଣ ହରାଇଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.