ETV Bharat / bharat

ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ, 3 ମୃତ

author img

By

Published : Nov 4, 2020, 10:39 AM IST

ଉତ୍ତରପ୍ରଦେଶର କୁସିଙ୍ଗାନଗରରେ ବୁଧବାର ଏକ ବାଣ କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କାରଖାନାର କାର୍ଯ୍ୟରତ ତିନି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଫସି ରହିଛନ୍ତି । ଅଧିକ ପଢନ୍ତୁ...

ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ,ତିନି ମୃତ
ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ,ତିନି ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁସିଙ୍ଗାନଗରରେ ବୁଧବାର ଏକ ବାଣ ତିଆରି କାରଖାନାରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ କାରଖାନାର କାର୍ଯ୍ୟରତ ତିନିଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । କିଛି କର୍ମଚାରୀ ଫସି ରହିଥିବା ସୂଚନା ।

ସୂଚନାନୁସାରେ କୁସିଙ୍ଗାନଗରର କାପତାଗଞ୍ଜ ଅଞ୍ଚଳରେ ଏକ ବାଣ ତିଆରି କାରଖାନାରେ ଅଚାନକ ଅଗ୍ନିକାଣ୍ଡ ହୋଇଥିଲା । ଏହି ସମୟରେ କାରଖାନାରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ କର୍ମଚାରୀ ଫସି ରହିଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ,ପ୍ରଶାସନିକ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାରକାରୀ ଦଳ ଫସି ରହିଥିବା କର୍ମଚାରୀମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରୁଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ବାଣ କାରଖାନାଟି ବେଆଇନ ଭାବରେ ଚାଲୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କାରଖାନାରେ ଅଗ୍ନିକାଣ୍ଡ କିପରି ଘଟିଲା ଏ ସଂପର୍କରେ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଈଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.