ଅମରାବତୀ : ଆନ୍ଧ୍ର ପ୍ରଦେଶର ସୁରେରୀଦୀପଲେମ ଏବଂ ତଙ୍ଗୁତୁର ରେଳ ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନରେ ନିଆଁ ଲାଗିଛି । ବୁଧବାର ମଧ୍ୟରାତ୍ରିରେ ଟ୍ରେନଟି ହଠାତ ଲାଇନଚ୍ୟୁତ ହୋଇପଡିଥିଲା ଏବଂ ଏହାର 3ଟି ବଗିରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ମାଲବାହୀ ଟ୍ରେନରେ ତେଲ ଟ୍ୟାଙ୍କର ନିଆଯାଉଥିବା ଜଣାପଡିଛି ।
ସେପଟେ ଟ୍ରେନଟି ଘଟଣାସ୍ଥଳରେ ଅଟକି ରହିଛି । ସେହି ରୁଟିରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ 4ଟି ଟ୍ରେନର ମାର୍ଗ ବଦଳାଇଦିଆଯାଇଛି । ତେବେ ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।