ETV Bharat / bharat

ରାଫେଲ୍ ବିମାନ ଥିବା ବାୟୁସେନା ଷ୍ଟେସନକୁ ଉଡ଼ାଇବାକୁ ଧମକ - Threat to blow up Rafale air base in Ambala

ହରିୟାଣାର ଅମ୍ବାଲା ଠାରେ ଥିବା ଭାରତୀୟ ବାୟୁସେନା ଷ୍ଟେସନକୁ ଉଡ଼ାଇବା ପାଇଁ ଧମକ । ଏହି ଏୟାରବେସରେ ପାଞ୍ଚଟି ରାଫେଲ୍ ବିମାନ ସ୍ଥାପିତ ହୋଇଛି ।

ରାଫେଲ୍ ବିମାନ  ଥିବା ବାୟୁସେନା ଷ୍ଟେସନକୁ ଉଡ଼ାଇବାକୁ ଧମକ

author img

By

Published : Aug 22, 2020, 4:10 PM IST

ଚଣ୍ଡିଗଡ: ହରିୟାଣାର ଅମ୍ବାଲା ଠାରେ ଥିବା ଭାରତୀୟ ବାୟୁସେନା ଷ୍ଟେସନକୁ ଉଡ଼ାଇବା ପାଇଁ ଧମକ । ଏହି ଏୟାରବେସରେ ପାଞ୍ଚଟି ରାଫେଲ୍ ବିମାନ ସ୍ଥାପିତ ହୋଇଛି । ତେବେ ଏହାକୁ ଉଡାଇବା ପାଇଁ ଏକ ଧମକପୂର୍ଣ୍ଣ ଚିଠି କର୍ତ୍ତୃପକ୍ଷଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଶୁକ୍ରବାର ଦିନ ଏହି ଚିଠି ମିଳିଥିଲା । ଯାହା ପରେ ଅଧିକାରୀମାନେ ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

ତେବେ ଏଭଳି ଧମକପୂର୍ଣ୍ଣ ଚିଠି ମିଳିବା ପରେ ଅମ୍ବାଲା ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏନେଇ କହିଛନ୍ତି, 'ଏହି ଚିଠିଟି କିଛି ଦୁର୍ବୃତ୍ତ ପଠାଇଥିବା ଅନୁମାନ କରାଯାଉଛି ।

ତେବେ ଏହି ଏୟାର ବେସ ନିକଟରେ ଧୁଲକୋଟ, ବଲଦେବ ନଗର, ଗର୍ନାଲା ଏବଂ ପଞ୍ଜୋଖରା ଆଦି ଗ୍ରାମ ଓ ଜାତୀୟ ରାଜପଥ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.