ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ମୁହୂର୍ତ୍ତ ସ୍ଥିର କରିଥିବା ପୁରୋହିତଙ୍କୁ ଧମକଭରା କଲ

author img

By

Published : Aug 3, 2020, 6:33 PM IST

ପୁରୋହିତ ଏନଆର ବିଜୟେନ୍ଦ୍ର ଶର୍ମାଙ୍କୁ କିଛି ଦୁର୍ବୃତ୍ତ ଫୋନ କରି ଧମକ ଦେଉଛନ୍ତି । ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଅଗଷ୍ଟ 5 ରେ ମୁହୂର୍ତ୍ତ ସ୍ଥିର ହୋଇଥିବା ବେଳେ ଏହାକୁ ପରିବର୍ତ୍ତନ କରିବାକୁ ସେମାନେ ତାଙ୍କ ଉପରେ ଚାପ ପକାଉଛନ୍ତି।

ପୁରୋହିତଙ୍କୁ ଧମକଭରା କଲ
ପୁରୋହିତଙ୍କୁ ଧମକଭରା କଲ

ଲକ୍ଷ୍ନୌ : ରାମ ମନ୍ଦିର ନିର୍ମାଣ ପାଇଁ ମୁହୂର୍ତ୍ତ ସ୍ଥିର କରିଥିବା ପୁରୋହିତଙ୍କୁ ପାଖକୁ ଆସିଛି ଧମକପୂର୍ଣ୍ଣ ଫୋନ କଲ । ପୁରୋହିତ ଏନଆର ବିଜୟେନ୍ଦ୍ର ଶର୍ମାଙ୍କୁ କିଛି ଦୁର୍ବୃତ୍ତ ଫୋନ କରି ଧମକ ଦେଉଛନ୍ତି । ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଅଗଷ୍ଟ 5 ରେ ମୁହୂର୍ତ୍ତ ସ୍ଥିର ହୋଇଥିବା ବେଳେ ଏହାକୁ ପରିବର୍ତ୍ତନ କରିବାକୁ ସେମାନେ ତାଙ୍କ ଉପରେ ଚାପ ପକାଉଛନ୍ତି।

ତେବେ ବିଜୟେନ୍ଦ୍ର ଶର୍ମାଙ୍କ ଅଭିଯୋଗ ପରେ ତିଲକବାଡି ଷ୍ଟେସନର ଜଣେ ପୋଲିସ କନଷ୍ଟେବଳ ଆଶ୍ରମ ସମ୍ମୁଖରେ ମୁତୟନ ହୋଇଥିବା ଜଣାପଡିଛି ।

ସେପଟେ ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିପାଇଁ ଅଯୋଧ୍ୟା ପୂରା ଚଳଚଞ୍ଚଳ ହୋଇପଡ଼ିଛି। ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଅଗଷ୍ଟ ୫ରେ ଭୂମି ପୂଜନ ପୂର୍ବରୁ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟ ଯାଇ ସମସ୍ତ କାର୍ଯ୍ୟକ୍ରମ ଏବଂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.