କୋଚି: ଏର୍ନାକୁଲମ ଜିଲ୍ଲା କୋର୍ଟରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ୟାମନା କାସିମଙ୍କୁ ବ୍ଲାକମେଲିଂ କରିଥିବା ଅଭିଯୁକ୍ତର ଆତ୍ମସମର୍ପଣ । ଏହି ଘଟଣାକୁ ନେଇ କୋଚି ସିଟି ପୋଲିସ କମିଶନର ବିଜୟ ସାଖର କହିଛନ୍ତି ଯେ, ଏହି ମାମାଲରେ ଅନେକ ଗୁଡାଏ ଅଭିଯୋଗ ରହିଛି । ଅନ୍ୟ 4 ଜଣ ମଧ୍ୟ ଉକ୍ତ ମାମଲାରେ ସାମିଲ ଅଛନ୍ତି । ସମସ୍ତଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କୋର୍ଟକୁ ଯିବା ପୂର୍ବରୁ ଆତ୍ମସମର୍ପଣ କରିଛନ୍ତି ।
ତେବେ କମିଶନର କହିଛନ୍ତି ଯେ ଅନେକ କେସ ମଧ୍ୟରୁ କେବଳ ଅଭିନେତ୍ରୀ ଶ୍ୟାମନା କାସିମଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପରବର୍ତ୍ତୀ ସମୟରେ ପୋଲିସ ଏହି ମାମଲାରେ ଅନେକ ଗୁଡିଏ ଅଭିଯୋଗ ଗ୍ରହଣ କରିଛି । ଏହି ସମସ୍ତ ଦାଖଲ କରାଯାଇଥିବା ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଏହି ଘଟଣାରେ ଶୀକାର ହୋଇଥିବା ଆହୁରୀ 5 ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣ ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ଅନୁସାରେ ଏହି ଘଟାଣାରେ ଶୀକାର ହୋଇଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତମାନେ ସୁନା ଚୋରା ଚାଲାଣ କରିବା ପାଇଁ ବ୍ଲାକମେଲିଂ କରିଆସୁଥିଲେ । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ସୁନା ଚାଲାଣ କରିବାର କୌଣସି ପ୍ରାମାଣ ପାଇନାହିଁ । ସେପଟେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ପୀଡିତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଦର୍ଶାଇଛନ୍ତି । ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋଭିଡ ଟେଷ୍ଟ କରାଯିବା ପରେ ଘଟଣାର ତଥ୍ୟ ଉପରେ ବିଚାର କରାଯିବ ।