ETV Bharat / bharat

ଉତ୍ତରାଖଣ୍ଡରେ ଡେଙ୍ଗୁ ଆତଙ୍କ: ମୃତ୍ୟୁ ସଂଖ୍ୟା 19 ଛୁଇଁଲା, 2487 ଆକ୍ରାନ୍ତ - ଡେଙ୍ଗୁ ମୃତ୍ୟୁ ସଂଖ୍ୟା 19 ଛୁଇଁଲା

ଉତ୍ତରାଖଣ୍ଡରେ ଗୁରୁତର ଭାବେ ଡେଙ୍ଗୁ ବଢୁଥିବା ଜଣାପଡ଼ିଛି । ରାଜ୍ୟରେ 19 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2487 ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ତେବେ ରୋଗୀମାନଙ୍କ ଚିକିତ୍ସା ମାଗଣାରେ କରାଯାଉଥିବା ବେଳେ ସହରରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଥିବା କମିଶନର କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 19, 2019, 11:38 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ବଢୁଛି ଡେଙ୍ଗୁର ପ୍ରଭାବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଆକ୍ରାନ୍ତ ହେବ ସହିତ 19 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ହଲଦ୍ବାନୀ ଜିଲ୍ଲାରେ ପ୍ରବଳ ମାତ୍ରାରେ ଡେଙ୍ଗୁ ପ୍ରଭାବ ବିସ୍ତାର କରୁଥିବା ଜଣାପଡ଼ିଛି । ତେବେ ଏହି ଡେଙ୍ଗୁରେ ବର୍ତ୍ତମାନ ଜିଲ୍ଲା ବିଭିନ୍ନ ସ୍ଥାନରୁ ପ୍ରାୟ 2487 ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ତେବେ ଏହି ରୋଗରେ ଏବେ ମୃତ୍ୟୁ ସଂଖ୍ୟା ଏବେ 19ରେ ପହଞ୍ଚିଛି ।

ସେପଟେ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏବଂ ଅଧିକାରୀମାନେ ପାଗ ପରିବର୍ତ୍ତନକୁ ଅପେକ୍ଷା କରିଛନ୍ତି । ପାଗରେ ପରିବର୍ତ୍ତନ ଆସିବା ସହିତ ପାଗ ଥଣ୍ଡା ହୋଇଗଲେ ଡେଙ୍ଗୁ କମିଯିବା ନେଇ ସେମାନେ ଯୁକ୍ତି ବାଢିଛନ୍ତି । ଏହା ସହିତ ରୋଗୀମାନଙ୍କ ଚିକିତ୍ସାରେ ସମଗ୍ର ସ୍ବାସ୍ଥ୍ୟ ବିଭାଗ ଚିକିତ୍ସାରେ ଲାଗି ପଡ଼ିଛି । ସ୍ଥାନୀୟ ବାସିନ୍ଦା ଏହି ଡେଙ୍ଗୁକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ସ୍ବାସ୍ଥ୍ୟ ବିଭାଗର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ।

ସେପଟେ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ପ୍ରଶାସନ ପକ୍ଷରୁ ସମସ୍ତ ଓ୍ବାର୍ଡରେ ମଶାମରା ଔଷଧ ସିଞ୍ଚନ କରାଯାଉଛି । ନଗର ନିଗମର ପ୍ରତିଟି ଓ୍ବାର୍ଡରେ ନାଳ ନର୍ଦ୍ଦମାକୁ ସଫା କରୁଛି । ଔଷଧ ମଧ୍ୟ ସିଞ୍ଚନ କରୁଛି । ତେବେ ପାଗରେ ପରିବର୍ତ୍ତନା ଆସିବା ସହିତ ଥଣ୍ଡା ପଡ଼ିଲେ ଡେଙ୍ଗୁର ପ୍ରଭାବ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

ଏନେଇ କମିଶନର ରାଜୀବ ରୌତେଲା ଚିନ୍ତା ପ୍ରକଟ କରିଛନ୍ତି । ଲୋକମାନଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି । ସେ କହିଛନ୍ତି କି ଆସନ୍ତ ଏକ ସପ୍ତାହ ମଧ୍ୟରେ ଡେଙ୍ଗୁ ନିୟନ୍ତ୍ରଣକୁ ଆସିବ । ସେପଟେ ରୋଗୀମାନଙ୍କର ଡାକ୍ତରମାନେ ଚିକିତ୍ସା ଜାରି ରଖିଛନ୍ତି । ସହରରେ ପରିମଳ କାର୍ଯ୍ୟକୁ ମଧ୍ୟ ଗୁରୁତ୍ବ ଦିଆଯିବା ସହିତ ପରିଷ୍କାର କରାଯାଉଛି ବୋଲି ସେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.