ETV Bharat / bharat

ଏପରି ପରିବା, ଯାହା 1200ରୁ ଊର୍ଦ୍ଧ୍ବ ଟଙ୍କାରେ ହୁଏ ବିକ୍ରି - jharkhand mushroom

ଅଧିକ ପରିମାଣରେ ପ୍ରୋଟିନରେ ଭର୍ତ୍ତି ଖୁଖଡି । ବଜାରକୁ ଆସିଲେ ହୋଇଯାଏ ସାଙ୍ଗେ ସାଙ୍ଗେ ବିକ୍ରି । 1200ରୁ ଅଧିକ ମୂଲ୍ୟରେ ହୁଏ ବିକ୍ରି । ଅଧିକ ପଢନ୍ତୁ...

ଏପରି ପରିବା ଯାହା 1200ରୁ ଉର୍ଦ୍ଧ୍ବ ଟଙ୍କାରେ ହୁଏ ବିକ୍ରି

author img

By

Published : Aug 30, 2020, 6:47 PM IST

ହାଇଦ୍ରାବାଦ: ଦେଶର ସବୁଠାରୁ ମହଙ୍ଗା ପନିପରିବା ହେଉଛି ଝାଡଖଣ୍ଡ ଓ ଛତିଶଗଡର ଛତୁ । ଏହା କେବଳ ଶ୍ରାବଣ ମାସରେ ବିକ୍ରି ହୁଏ । ହେଲେ ଏହି ଉଭୟ ରାଜ୍ୟରେ ଏହାର ନାମ ଭିନ୍ନ ଅଟେ । ତେବେ ଛତିଶଗଡରେ ଏହାର ନାମ ହେଉଛି ଖୁଖଡି। ଏହାର ମୂଲ୍ୟ ଏକ କିଗ୍ରା ପିଛା 1200 ଟଙ୍କା ଅଟେ । କିନ୍ତୁ ଏହା ବଜାରକୁ ଆସିବା ମାତ୍ରେ ଖୁବ କମ ସମୟ ଭିତରେ ସମ୍ପୂର୍ଣ୍ଣ ବିକ୍ରି ହୋଇଯାଏ । ଏହି ଛତୁରେ ପ୍ରୋଟିନ ଅଧିକ ପରିମାଣରେ ମିଳିଥାଏ ।

ସେହିଭଳି ଝାଡଖଣ୍ଡରେ ଏହାକୁ ରୁଗଡା କୁହାଯାଏ । ଏହା ଛତୁ ପ୍ରଜାତିର ଅଟେ । ଏହା ଜଙ୍ଗଲରେ ହିଁ ଫଳିଥାଏ । ଏହାକୁ ଦୁଇ ଦିନ ମଧ୍ୟରେ ରାନ୍ଧିବାକୁ ପଡିବ, ନଚେତ ଏହା ଅଦରକାରୀ ହୋଇଯାଏ । ଛତିଶଗଡର ବଳରାମପୁର, ସୁରଜପୁର, ସରଗୁଜା ଜଙ୍ଗଲ ମାନଙ୍କରେ ଏହା କେବଳ ବର୍ଷା ଦିନରେ ହିଁ ଫୁଟିଥାଏ ।

ଦୁଇ ମାସ ଧରି ବଢୁଥିବା ଏହି ଖୁଖଡିର ଚାହିଦା ଏତେ ବଢିଯାଏ ଯେ ଜଙ୍ଗଲରେ ରହୁଥିବା ଗ୍ରାମବାସୀ ଏହାକୁ ତୋଳି ବଜାରରେ ବିକ୍ରି କରିଥାନ୍ତି । ଛତିଶଗଡର ଅମ୍ବିକାପୁର ସମେତ ଅନ୍ୟାନ୍ୟ ସହରାଞ୍ଚଳରେ ଏହାକୁ କମ ମୂଲ୍ୟରେ କିଣି 1000 କିଗ୍ରାରୁ 1200 କିଗ୍ରାରେ ବିକ୍ରି କରନ୍ତି । ବଜାରରେ ପ୍ରାୟ ପାଞ୍ଚ କ୍ୱିଣ୍ଟାଲ ବିକ୍ରି ହୋଇଥାଏ ।

ଖୁଖଡି ଦେଖିବାକୁ ଧଳା ରଙ୍ଗର ଛତୁ । ଏହାର ଅନେକ ପ୍ରଜାତି ଓ କିସମର ରହିଛି । ଏହାର ସ୍ବାଦ ଅତ୍ୟନ୍ତ ଭଲ ଅଟେ । ଏହା ବର୍ଷାରେ ବଢିଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ପବିତ୍ର ଶ୍ରାବଣ ମାସରେ ଝାଡଖଣ୍ଡର ଅନେକ ଲୋକେ ଏକ ମାସ ପାଇଁ ଆମିଷ ତ୍ୟାଗ କରିଥାନ୍ତି । ଆଉ ଏହି ସମୟରେ ଏହି ଛତୁ ଚିକେନ ଏବଂ ମଟନ ପରି ସ୍ବାଦିଷ୍ଟ ଲାଗିଥାଏ । ରାଞ୍ଚିରେ କିଗ୍ରା ପ୍ରତି ଏହା 700 ରୁ 800 ଟଙ୍କା ମୂଲ୍ୟରେ ବିକ୍ରି ହୁଏ । ପନିପରିବା ବ୍ୟତୀତ ଏହା ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୁଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.