ETV Bharat / bharat

ଜଳ ସଂରକ୍ଷଣ କ୍ଷେତ୍ରରେ ହରିୟାଣାର ପଞ୍ଚାୟତ ସୃଷ୍ଟି କଲା ଉଦାହରଣ, ପ୍ରଧାନମନ୍ତ୍ରୀ ବି କଲେ ପ୍ରଶଂସା - ଜଳ ସଂରକ୍ଷଣ

ହରିୟାଣାର ପାଲଓ୍ବାଲରେ ଏପରି ଏକ ଗାଁ ରହିଛି, ଯେଉଁ ଗାଁ ସାରା ବିଶ୍ବରେ ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ସାଜିଛି ଏକ ବଡ ଉଦାହରଣ । ମୋଦି ମଧ୍ୟ କରିସାରିଛନ୍ତି ପ୍ରଶଂସା । ଅଧିକ ପଢନ୍ତୁ...

ଜଳ ସଂରକ୍ଷଣ କ୍ଷେତ୍ରରେ ହରିୟାଣାର ପଞ୍ଚାୟତ ସୃଷ୍ଟି କଲା ଉଦାହରଣ, ପ୍ରଧାନମନ୍ତ୍ରୀ ବି କଲେ ପ୍ରଶଂସା

author img

By

Published : Jul 29, 2020, 6:15 AM IST

Updated : Jul 29, 2020, 7:03 AM IST

ଚଣ୍ଡିଗଡ: ଜଳ ହିଁ ଜୀବନ । ଯଦିଓ ପୃଥିବୀର 4 ଭାଗରୁ 3 ଭାଗ ଜଳ ରହିଛି, ତଥାପି ଅଜଥା ଜଳ ଅପଚୟ ଓ ବାଷ୍ପୀକରଣ ଯୋଗୁଁ କୋଟିକୋଟି ଲୋକ ପାନୀୟ ଜଳ ବିନା ଡହଳବିକଳ ହେଉଛନ୍ତି । କେଉଁଠି ଅଧିକାଂଶ ଅଞ୍ଚଳରେ ନଦୀ ପୋଖରୀର ଜଳ ଶୁଖିଯାଉଛି ତ ଆଉ କେଉଁଠି କମି କମି ଯାଉଛି ଭୂତଳ ଜଳର ମାତ୍ରା । ଏପରିକି ଦେଶର କିଛି ଅଞ୍ଚଳରେ ଭୂତଳ ଜଳ ବୀପଦ ସଂଙ୍କେତ ତଳକୁ ଖସିସାରିଲାଣି । ତେବେ ଏପରିସ୍ଥଳେ ଆଗାମୀ ପୀଢି ପାଇଁ ଜଳର ପ୍ରତିଟି ବୁନ୍ଦାକୁ ସଂରକ୍ଷଣ କରି ରଖିବା ନିତ୍ୟାନ୍ତ ଜରୁରୀ ହୋଇପଡିଛି । ବର୍ଷା ଜଳ ଏକ ପ୍ରାକୃତିକ ଉତ୍ସ ହୋଇଥିବା ବେଳେ ଯଦି ଏହାର ସଠିକ ବିନିଯୋଗ ହୋଇପାରିବ ତାହାଲେ ଅନେକାଂଶରେ ଜଳ ଅଭାବକୁ ଦୂର କରିହେବ । ହରିୟାଣାର ପାଲଓ୍ବାଲରେ ଏପରି ଏକ ଗାଁ ରହିଛି, ଯେଉଁ ଗାଁ ସାରା ବିଶ୍ବରେ ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ସାଜିଛି ଏକ ବଡ ଉଦାହରଣ ।

ଜଳ ସଂରକ୍ଷଣ କ୍ଷେତ୍ରରେ ହରିୟାଣାର ପଞ୍ଚାୟତ ସୃଷ୍ଟି କଲା ଉଦାହରଣ, ପ୍ରଧାନମନ୍ତ୍ରୀ ବି କଲେ ପ୍ରଶଂସା

କିଛି ବର୍ଷ ତଳେ ପାଲଓ୍ବାଲର ଭିଦୁକି ଗାଁର ଲୋକେ ବର୍ଷାଦିନରେ ଅନେକ ସମସ୍ୟାର ସାମ୍ନା କରୁଥିଲେ । ଟିକିଏ ବର୍ଷାରେ ବୁଡିଯାଉଥିଲା ସମ୍ପୂର୍ଣ୍ଣ ଗାଁ । ରାସ୍ତା ଘାଟ ଠୁ ନେଇ ସ୍କୁଲ ଘର, ସବୁଠି କେବଳ ଆଣ୍ଠୁଏ ବର୍ଷା ପାଣି ଦେଖିବାକୁ ମିଳେ । ପ୍ରତିବର୍ଷ ମୌସୁମୀ ସମୟରେ ଗାଁରେ ଲାଗିରୁହେ ଏପରି ସମସ୍ୟା ।

2016ରେ ଏହି ଗାଁରେ ନିର୍ବାଚିତ ହେଲେ ସରପଞ୍ଚ ସତ୍ୟଦେବ ଗୌତମ । ବିଟେକ ଓ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଗୌତମ ସର୍ବଦା ଗାଁର ଛବିକୁ ବଦଳାଇବାକୁ ଦେଖୁଥିଲେ ସ୍ବପ୍ନ । ଲକ୍ଷେ ଟଙ୍କାର ଚାକିରୀ ଛାଡି ସେ ଏବେ ତାଙ୍କ ସ୍ବପ୍ନ ପୁରା କରିବାରେ ଲାଗି ପଡିଛନ୍ତି ।

ସରପଞ୍ଚ ସତ୍ୟଦେବ ଗୌତମ ଗାଁର ଛାତ୍ରୀ ସମ୍ମୁଖିନ ହେଉଥିବା ସମସ୍ୟା ସବୁ ଦୂର କରିବା ପାଇଁ ପ୍ରାଥମିକତା ଦେଇଥିଲେ । ଏନେଇ ସେ ସେଠାକାର ସରକାରୀ ବାଳିକା ବିଦ୍ୟାଳୟରେ ସ୍ଥାପନ କଲେ ଜଳ ସଂରକ୍ଷଣ ପ୍ଲାଣ୍ଟ । ଏହିପରି ସେ ଗାଁର ବିଭିନ୍ନ ବସ୍ତି ଅଞ୍ଚଳରେ ମଧ୍ୟ ସମାନ ରୂପେ ଏହି ଉପାୟ ଆପଣାଇଲେ । ଏହା ଫଳରେ ବର୍ଷା ଦିନେ ଆଉ ଏଠାରେ ପାଣି ଜମୁନଥିବା ଦେଖିବାକୁ ମିଳିଛି ।

କେବଳ ବର୍ଷା ଜଳ ସଂରକ୍ଷଣ ନୁହେଁ, ସରପଞ୍ଚ ନିଜ ବୁଦ୍ଧିରେ ଗାଁ ପୋଖରୀ ଓ ଜଳାଷୟର ଅତ୍ୟାଧିକ ଜଳକୁ ପାଇପ ଯୋଗେଁ ଗାଁକୁ ଆଣି ଜଳ ସେଚନ କାର୍ଯ୍ୟରେ ଲଗାଇଛନ୍ତି ।

ସରପଞ୍ଚଙ୍କର ଏପରି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି । ଏପରି କି ଖୋଦ ପ୍ରଧାନମନ୍ତ୍ରୀ ଓ ଜିଲ୍ଲାପାଳ ମଧ୍ୟ ସରପଞ୍ଚଙ୍କୁ ଜଣାଇଛନ୍ତି ସାଧୁବାଦ । ତେବେ ଜଳ ସଂରକ୍ଷଣ ଓ ଏହାର ସୁବିନିଯୋଗ କ୍ଷେତ୍ରରେ ଯଦି ଲୋକେ ସଚେତନ ହୋଇପାରନ୍ତ, ତାହାଲେ ଭବିଷ୍ୟତରେ ଜଳ ସଙ୍କଟର ଆଶଙ୍କାକୁ ଏଡାଇ ଦିଆଯାଇପାରନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2020, 7:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.