ETV Bharat / bharat

ବାୟୁ ଚାଳିତ ବାଇକ୍, 5 ଟଙ୍କାରେ ଯାଉଛି 45 କିଲୋମିଟର - ଲକ୍ଷ୍ନୌର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସେସର ମହାନିର୍ଦ୍ଦେଶକ ପ୍ରଫେସର. ଭରତ ରାଜ ସିଂ

ବାୟୁ ଚାଳିତ ବାଇକ୍, 5 ଟଙ୍କାରେ ଯାଉଛି 45 କିଲୋମିଟର । ଏହି ବାଇକ୍ ର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଏହାର ଗତି । ଖବର ଅନୁଯାୟୀ, ଏହି ବାଇକ୍ ର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି 80 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଆଉ ଏହାର ଉଦ୍ଭାବନ କରିଛନ୍ତି ଲକ୍ଷ୍ନୌର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସେସର ମହାନିର୍ଦ୍ଦେଶକ ପ୍ରଫେସର. ଭରତ ରାଜ ସିଂ । ଅଧକ ପଢନ୍ତୁ...

ବାୟୁ ଚାଳିତ ବାଇକ୍, 5 ଟଙ୍କାରେ ଯାଉଛି 45 କିଲୋମିଟର

author img

By

Published : Aug 26, 2020, 5:36 PM IST

ଲକ୍ଷ୍ନୌ: ଆଜିର ଯୁଗରେ ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରିଛି । କିନ୍ତୁ ଏହି ସମୟରେ ଗୋଟିଏ ଏମିତି ବାଇକ୍ ଚର୍ଚ୍ଚାରେ ଆସିଛି, ଯାହା ପବନ ଦ୍ବାରା ଚାଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି 45 କିଲୋମିଟର ଯାତ୍ରା କରିବାକୁ ଏହି ବାଇକରେ ମାତ୍ର 5 ଟଙ୍କାର ବାୟୁ ଯଥେଷ୍ଟ । ଏହି ବାଇକର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଏହାର ଗତି । ଖବର ଅନୁଯାୟୀ, ଏହି ବାଇକ୍ ର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି 80 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ନିକଟରେ ଭାରତ ସରକାର ମଧ୍ୟ ଏହି ବାଇକ୍ ପାଇଁ ଏକ ଲାଇସେନ୍ସ ଜାରି କରିଛନ୍ତି । ଲକ୍ଷ୍ନୌର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସେସର ମହାନିର୍ଦ୍ଦେଶକ ପ୍ରଫେସର. ଭରତ ରାଜ ସିଂ କହିଛନ୍ତି ଯେ, 'ଏହି ବାଇକ୍ ବାୟୁ ଚାପ ଦ୍ବାରା ଚାଲିଥାଏ। ଥରେ ବାୟୁ ଭରିବାର ମୂଲ୍ୟ 5 ଟଙ୍କା ଆସେ, ଯାହାକି 45 କିଲୋମିଟର ପର୍ଯ୍ୟନ୍ତ ଯାଏ । ଏହାର ଗତି 70-80 କିଲୋମିଟର ଅଟେ। ' ଖବର ଅନୁଯାୟୀ, ଭରତ ରାଜ ସିଂ ଗତ 10 ବର୍ଷ ଧରି ଏହାର ଲାଇସେନ୍ସ ପାଇଁ ଚେଷ୍ଟା କରୁଥିଲେ।

ମାତ୍ର 5 ଟଙ୍କା ପାଇଁ 45 କିଲୋମିଟର ଯାତ୍ରା କରିବାର ଅର୍ଥ ହେଉଛି ଏହା ପେଟ୍ରୋଲ ଅପେକ୍ଷା ବହୁତ କମ୍ ମୂଲ୍ୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ । ଏହି ମୋଟରସାଇକେଲର ବହୁଳ ଉତ୍ପାଦନ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଯଦି ଏହା ସମସ୍ତ ସୁରକ୍ଷା ମାନଦଣ୍ଡ ପୂରଣ କରେ ତେବେ ପ୍ରଫେସର. ଭାରତ ରାଜ ସିଂ ସହିତ ସମଗ୍ର ଦେଶ ପାଇଁ ଏକ ବଡ଼ ସଫଳତା ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.