ETV Bharat / bharat

ବାପା, ମୋ ଠାରୁ ଭେଣ୍ଟିଲେଟର କାଢି ନେଲେ...

ମୃତ୍ୟୁ ପୂର୍ବରୁ ବାପାଙ୍କ ଆଗରେ ଗୁମର ଖୋଲିଲେ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

author img

By

Published : Jun 29, 2020, 12:24 PM IST

ବାପା, ମୋ ଠାରୁ ଭେଣ୍ଟିଲେଟର କାଢି ନେଲେ....
ବାପା, ମୋ ଠାରୁ ଭେଣ୍ଟିଲେଟର କାଢି ନେଲେ....

ହାଇଦ୍ରାବାଦ: ମୃତ୍ୟୁ ପୂର୍ବରୁ ବାପାଙ୍କୁ ବାର୍ତ୍ତା ପଠାଇଲେ କୋଭିଡ ଆକ୍ରାନ୍ତ । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଆକ୍ରାନ୍ତଙ୍କ ମୁହଁରୁ କିଭଳି ଡାକ୍ତର ଭେଣ୍ଟିଲେଟର କାଢି ନେଲେ ତାହା ସେ କହିଯାଇଛନ୍ତି । ଆଉ ଏ ଖବର ପଢୁଥିବା ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ହୋଇଥାଇ ପାରେ ଭେଣ୍ଟିଲେଟର ଅଭାବରୁ ଡାକ୍ତର ଏପରି କରିଥାଇପାରନ୍ତି । ମାତ୍ର ଜଣେ ଆକ୍ରାନ୍ତଙ୍କୁ ମରଣ ମୁହଁକୁ ଠେଲି ଡାକ୍ତରଙ୍କ ଏ ନିଷ୍ପତ୍ତି ଆଗକୁ ଯେ, ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ କେଉଁ ପ୍ରକାର ସ୍ଥିତି ଉପୁଜିବ ତାହା ଜଳଜଳ ଦେଖାଯାଉଛି ।

ବାପା, ମୋ ଠାରୁ ଭେଣ୍ଟିଲେଟର କାଢି ନେଲେ....

’’ବାପା ସେମାନେ ମୁହଁରୁ ଭେଣ୍ଟିଲେଟର କାଢି ନେଲେ । ମୁଁ କେତେ ନେହୁରା ହେଲି ହେଲେ କେହି ଶୁଣିଲେ ନାହିଁ ମୋ କଥା । ତିନି ଘଣ୍ଟା ଧରି ମୁଁ ଏମିତି ଛଟପଟ ହେଉଥିଲି । ମୋ ହୃତପିଣ୍ଡ ବନ୍ଦ ହୋଇଗଲାଣି । କେବଳ ଫୁସଫୁସ କାମ କରୁଛି...କିନ୍ତୁ ନିଶ୍ବାସ ନେଇପାରୁନାହିଁ ବାପା..ଯାଉଛି ବାପା...ସମସ୍ତଙ୍କୁ ଛାଡି....’’

ହାଇଦ୍ରାବାଦର ଜଣେ 26 ବର୍ଷୀୟ କୋଭିଡ ଆକ୍ରାନ୍ତଙ୍କ ଏଥିଲା ନିଜ ବାପାଙ୍କୁ ପଠାଇଥିବା ଶେଷ ବାର୍ତ୍ତା । କେତେ ଯନ୍ତ୍ରଣାଦାୟୀ ଥିଲା ମୃତ୍ୟୁ । ବଞ୍ଚି ଥାଉ ଥାଉ କିପରି ମରିବା ପାଇଁ ଛାଡିଦେଲେ ଡାକ୍ତର । ବାପାଙ୍କୁ ଜଣାଇବା ପାଇଁ ହସ୍ପିଟାଲ ବେଡରୁ ଏକ ସେ ଭିଡିଓ କରିଥିଲେ । ଗତ ଜୁନ 26 ତାରିଖରେ ମୃତ୍ୟୁ ହୋଇଥିବାବେଳେ ଶନିବାର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଘଟଣାଟି ଗତ ଶୁକ୍ରବାର ରାତିର ହୋଇଥିବାବେଳେ ରବିବାର ସକାଳେ ଏହି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ଜୁନ 24 ତାରିଖରେ ଯୁବକ ଜଣକ ଜ୍ବରରେ ପୀଡିତ ଥିଲେ । ଏହା ପରେ ତାଙ୍କୁ କିଛି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଶେଷରେ ଚେଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଜୁନ 26ରେ ତାଙ୍କର ମୃତ୍ୟୁ ହୋଇଥିବା ଉକ୍ତ ଯୁବକଙ୍କ ବାପା କହିଛନ୍ତି । ସେପଟେ ଭେଣ୍ଟିଲେଟର ଅଭାବରୁ ଏପରି କରାଯାଇଥିବା ଘଟଣାକୁ ଖଣ୍ଡନ କରୁଛନ୍ତି ଚେଷ୍ଟ ହସ୍ପିଟାଲର ଅଧୀକ୍ଷକ ମହବୁବ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.