ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଟାଟୁ ଟ୍ରେଣ୍ଡ ଚାଲିଛି । ଟାଟୁ ମାଧ୍ୟମରେ ଲୋକେ ନିଜକୁ ଏକ ଡିଫରେଣ୍ଟ ଲୁକ୍ ଦେବାରେ ସକ୍ଷମ ମଧ୍ୟ ହେଉଛନ୍ତି । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଟାଟୁ କରିବା କେତେ ନିରାପଦ । କାରଣ ଟାଟୁ କରିବା ସମୟରେ ଆମକୁ ସଂକ୍ରମଣର ଭୟ ଅଧିକ ରହିଥାଏ । ତେବେ ଆପଣ ଯଦି ଟାଟୁ ଲଭର ଆଉ ଲକଡାଉନ ଫିଟିବା ପରେ ଟାଟୁ କରିବାକୁ ସ୍ଥିର କରିଛନ୍ତି ତେବେ ପଢି ରଖନ୍ତୁ କିଛି ସୁରକ୍ଷା ଟିପ୍ସ....
ଟାଟୁ କରିବାକୁ ଯିବା ସମୟରେ ସିଧାସଳଖ ଘରୁ ଟାଟୁ ଷ୍ଟୁଡିଓକୁ ଯାଆନ୍ତୁ । ଆଉ ସେଠାରୁ ସିଧା ଘରକୁ ଫେରନ୍ତୁ ।
ଟାଟୁ କରାଇବା ପର୍ବରୁ ନିଜ ଟାଟୁ ଆଟିଷ୍ଟଙ୍କୁ ଏ ସମ୍ପର୍କରେ ନିଶ୍ଚିତ ପଚାରନ୍ତୁ । ସେମାନେ ପୁରା ଷ୍ଟୁଡିଓକୁ ସାନିଟାଇଜ୍ କରୁଛନ୍ତି କି ନାହିଁ । ଆଉ ସେମାନଙ୍କ ଗ୍ରାହକଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଛନ୍ତି ତ ?
ଯଥାସମ୍ଭବ ସୋସିଆଲ ଡିସଟାନ୍ସ ମେଣ୍ଟେନ କରନ୍ତୁ । ଟାଟୁ କରିବା ପୂର୍ବରୁ ଭିଡିଓ କଲ୍ ମାଧ୍ୟମରେ ଡିଜାଇନ୍ ଏବଂ କେଉଁଠି ଟାଟୁ କରାଇବେ ଏ ସମସ୍ତ ବିବରଣୀ ଉପରେ ଆଲୋଚନା କରନ୍ତୁ । ସେହିପରି ପେମେଣ୍ଟ କରିବା ସମୟରେ ଅନଲାଇନ ପେମେଣ୍ଟ୍ କରନ୍ତୁ ।
ଟାଟୁ ବିଷୟରେ ଏକ ସ୍ପଷ୍ଟ ଧାରଣା ପାଇବା ପାଇଁ ଆପଣ ନିଜ ଟାଟୁ ଆଟିଷ୍ଟଙ୍କୁ ଡିଜିଟାଲ୍ ସାହାଯ୍ୟରେ ଡିଜାଇନ୍ ଦେଖାଇବାକୁ କହିପାରିବେ । ଏହା ମଧ୍ୟ ଲୋକଙ୍କ ମଧ୍ୟରେ ଦୂରତା ବଜାୟ ରଖିବାରେ ସହାୟକ ହେବ ।
ସେହିପରି ଷ୍ଟୁଡିଓକୁ ଯିବା ସମୟରେ ଆପଣଙ୍କ ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହ ଯିବା ପରିବର୍ତ୍ତେ ଏକା ଯିବା ନିରାପଦ ହେବ ।
ଷ୍ଟୁଡିଓର ମ୍ୟାନେଜରଙ୍କୁ ଏହା ପଚାରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ ଯେ, ଆପଣଙ୍କ ଟାଟୁ ଆଟିଷ୍ଟ ପୂର୍ବରୁ କାହାର ଟାଟୁ କରିଛନ୍ତି କି ନାହିଁ । ଯଦି କରିଛନ୍ତି ତେବେ ନିଜକୁ ସାନିଟାଇଜ କରିଛନ୍ତି କି ନାହିଁ । ଯଦି ଏଥିରେ କୌଣସି ସନ୍ଦେହ ଦେଖାଦିଏ ତେବେ ସେହି ଟାଟୁ ଷ୍ଟୁଡିଓକୁ ଏଡାଇବା ନିରାପଦ ଅଟେ ।
ସେହିପରି ଟାଟୁ କରିବା ସମୟରେ ପରସ୍ପରଠାରୁ ସର୍ବାଧିକ ଦୂରତା ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଷ୍ଟୁଡିଓରେ ବସିବା ବ୍ୟବସ୍ଥା ସଠିକ୍ ଥିବା ଆବଶ୍ୟକ ।