ETV Bharat / bharat

ଏହି ଦେଶ ମଧ୍ୟ ଅଗଷ୍ଟ 15ରେ ପାଳନ୍ତି ସ୍ବାଧୀନତା ଦିବସ - independence day

ଭାରତ ଭଳି 5 ଟି ଦେଶ ଅଛନ୍ତି, ଯେଉଁମାନେ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ଦିବସ ପାଳନ କରନ୍ତି । ଭାରତ ବ୍ୟତିତ 5 ଟି ଦେଶକୁ  ଅଗଷ୍ଟ 15 ତାରିଖରେ ସ୍ବାଧୀନତା ପ୍ରାପ୍ତି ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 14, 2019, 7:44 PM IST

ହାଇଦ୍ରାବାଦ: ଆସନ୍ତାକାଲି 73 ତମ ସ୍ବାଧୀନତା ଦିବସ ପାଳନ କରିବ ଭାରତ । ଏନେଇ ପୁରା ଦେଶ ଏବେ ଉତ୍ସବ ମୁଖର ହୋଇଉଠିଛି । 200 ବର୍ଷ ଧରି ଦେଶକୁ ଶାସନ କରିଥିବା ଇଂରେଜଙ୍କ କବଳରୁ 1947 ମସିହା ଅଗଷ୍ଟ 15 ତାରିଖରେ ମୁକୁଳିଥିଲା ଭାରତ । ତେବେ ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । କିନ୍ତୁ ଆପଣ ଜାଣନ୍ତି କି କେବଳ ଭାରତ ନୁହେଁ ବରଂ ଏଭଳି 5 ଟି ଦେଶ ଅଛନ୍ତି, ଯେଉଁମାନେ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ଦିବସ ପାଳନ କରନ୍ତି । ଭାରତ ବ୍ୟତିତ 5 ଟି ଦେଶକୁ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ପ୍ରାପ୍ତି ହୋଇଥିଲା । ଜାଣନ୍ତୁ ସେହି ଦେଶ ସମ୍ବନ୍ଧରେ ।

ସାଉଥ କୋରିଆ- ଭାରତ ଭଳି ସାଉଥ କୋରିଆ ମଧ୍ୟ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ଦିବସ ପାଳନ କରେ । 1945 ମସିହା ଅଗଷ୍ଟ 15 ତାରିଖରେ ସାଉଥ କୋରିଆ ଜାପାନ ଠାରୁ ସ୍ବାଧୀନ ହୋଇଥିଲା । ୟୁଏସ ଏବଂ ସୋଭିୟତ ସେନା ମିଳିତ ଭାବରେ କୋରିଆକୁ ଜାପାନ କବଳରୁ ମୁକୁଳାଇଥିଲେ । ଏହି ଦିନଟିକୁ ସାଉଥ କୋରିଆ ନ୍ୟାଶନାଲ ହଲିଡେ’ ଭାବରେ ପାଳନ କରନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
south koria

ନର୍ଥ କୋରିଆ- ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ଦିବସ ପାଳନ କରେ । ଉଭୟ ଦେଶ 1945 ମସିହା ଅଗଷ୍ଟ 15 ତାରିଖରେ ଜାପାନ କବଳରୁ ମୁକ୍ତ ହୋଇଥିଲେ । ତେବେ ନର୍ଥ କୋରିଆରେ ମଧ୍ୟ ଏହି ଦିନଟିକୁ ନ୍ୟାଶନାଲ ହଲିଡେ’ ଭାବରେ ପାଳନ ହୁଏ । ଛୁଟିଦିନ କାରଣରୁ ଏହି ପବିତ୍ର ଦିନରେ ବିବାହ କରିବାର ପରମ୍ପରା ଏଠାରେ ଚାଲି ଆସୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
north koria

ବାହାରିନ- 1971 ମସିହା ଅଗଷ୍ଟ 15 ତାରିଖରେ ବାହାରିନ ବ୍ରିଟେନରୁ ସ୍ବାଧୀନତା ହାସଲ କରିଥିଲା । ତେବେ ଅଗଷ୍ଟ 15 ସ୍ବାଧୀନତା ଦିବସ ହେବା ସତ୍ବେ ବାହାରିନ ଡିସେମ୍ବର 16 ତାରିଖକୁ ନ୍ୟାଶନାଲ ହଲିଡେ’ ଭାବେ ପାଳନ କରେ । ଏହି ଦିନ ବାହାରିନର ଶାସକ ଇସା ବିନ ସଲମାନ ଅଲ ଖଲିଫା ବାହାରିନର ଶାସନ ଗାଦି ହାସଲ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
baharin

କଙ୍ଗୋ- କଙ୍ଗୋ ମଧ୍ୟ ଅଗଷ୍ଟ 15 ତାରିଖରେ ସ୍ବାଧୀନତା ହାସଲ କରିଥିଲା । 1960 ମସିହା ଅଗଷ୍ଟ 15 ତାରିଖରେ ଆଫ୍ରିକାର ଏହି ଦେଶ ଫ୍ରାନ୍ସ କବଳରୁ ମୁକ୍ତ ହୋଇଥିଲା । ଏହାପରେ ଦେଶ ରିପବ୍ଲିକ ଅଫ କଙ୍ଗୋରେ ପରିଣତ ହୋଇଥିଲା । 1880 ମସିହାରୁ କଙ୍ଗୋକୁ ଫ୍ରାନ୍ସ କବଜା କରିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
kango

ଲିକଟେନଷ୍ଟିନ- 1866 ମସିହା ଅଗଷ୍ଟ 15 ତାରିଖରେ ଲିକଟେନଷ୍ଟିନ ଜର୍ମାନୀରୁ ସ୍ବାଧୀନ ହୋଇଥିଲା । କିନ୍ତୁ 1940 ମସିହାରୁ ପ୍ରତି ବର୍ଷ ଅଗଷ୍ଟ 15 ତାରିଖକୁ ଏହି ଦେଶ ସ୍ବାଧୀନତା ଦିବସ ଭାବେ ପାଳନ କରେ । ଏହା ଦୁନିଆର ସବୁଠୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
liechtenstein

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.