ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ହୋଇଥିବା ଆକଳନ ଅନୁଯାୟୀ ମଙ୍ଗଳବାର ତାପମାତ୍ରାରେ ବୃଦ୍ଧି ଘଟିଛି । ଏହି ସମୟ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପଶ୍ଚିମ କେନ୍ଦ୍ରୀୟ ଏବଂ ବଙ୍ଗୋପସାଗର ଆଡକୁ ଗତି କରୁଛି । ପାଣିପାଗ ବିଭାଗ ଏହାର ପୂର୍ବାନୁମାନ ବୁଲେଟିନରେ କହିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହେଉଛି ।
ବିଭାଗ କହିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର କିଛି ଅଂଶକୁ ବୃଦ୍ଧି ପାଇଛି । ଏହା ଅନେକ ରାଜ୍ୟ ଉପରେ ପ୍ରଭାବ ପକାଇବ । ଫଳସ୍ୱରୂପ, 10 ଜୁନ ଆଜି ଠାରୁ ଜୁନ 13 ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ବିହାର,ଝାଡଖଣ୍ଡ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି ।
ଏହା ବ୍ୟତୀତ ବୁଧବାର ଏବଂ ଗୁରୁବାର ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ଦିଲ୍ଲୀର ତାପମାତ୍ରା ସଫଦରଜଙ୍ଗ ଅବଜରଭେଟୋରୀରେ 40.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସୋମବାର ରାଜଧାନୀର ତାପମାତ୍ରା 37.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ବ୍ୟତୀତ ବାୟୁରେ ଆର୍ଦ୍ରତା ସ୍ତର 38 ରୁ 86 ମଧ୍ୟରେ ଥିଲା ।
ହରିୟାଣା ଏବଂ ପଞ୍ଜାବରେ ମଧ୍ୟ ସର୍ବାଧିକ ତାପମାତ୍ରାରେ ଅଳ୍ପ ବୃଦ୍ଧି ଘଟିଛି । ଅଧିକାଂଶ ଅଞ୍ଚଳରେ, ତାପମାତ୍ରା ସ୍ୱାଭାବିକ ପାଖାପାଖି କିମ୍ବା ସାମାନ୍ୟ କମ ଥିଲା । ପାଣିପାଗ ବିଭାଗ ଅନୁଯାୟୀ, ଚଣ୍ଡିଗଡ଼ରେ 37.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପାରଦ 40 ଡିଗ୍ରୀ ଉପରେ ରହିଥିଲା । ରାଜ୍ୟରେ ସର୍ବାଧିକ ତାପମାତ୍ରା ଝାନ୍ସିରେ 42.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ରାଜସ୍ଥାନର ଅନେକ ସ୍ଥାନରେ ମଙ୍ଗଳବାର ତାପମାତ୍ରା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଶ୍ରୀଗଙ୍ଗନଗର ସର୍ବାଧିକ ତାପମାତ୍ରା 43.3 ଡିଗ୍ରୀ ସେଲସିୟସ ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା ।