ETV Bharat / bharat

କୋରୋନା ଥିମରେ ବିରାଜମାନ ବିଘ୍ନବିନାଶକ: ମାସ୍କ ପିନ୍ଧି ମୂଷକ ମହାରାଜଙ୍କ କୋରୋନା ସଚେତନତା - ganesh mouse idol wearing mask

ଚଳିତବର୍ଷ ଗଣେଶଙ୍କ ମୂର୍ତ୍ତିରେ ପରିବର୍ତ୍ତନ ଆସିଛି । ତେବେ ହରିଦ୍ବାରରେ ଏହାର ଏକ ଝଲକ ଦେଖିବାକୁ ମିଳିଛି । ଯେଉଁଠି ମୂଷକ ମହାରାଜ ମୁହଁରେ ମାସ୍କ ପିନ୍ଧି କୋରୋନା ସହ ଲଢୁଥିବାବେଳେ ଗଣେଶ ପ୍ରଭୁ ହାତରେ ସାନିଟାଇଜର ଧରିଛନ୍ତି ।

କୋରୋନା ଥିମରେ ବିରାଜମନ ବିଘ୍ନବିନାଶକ: ମୂଷକ ମହାରାଜ ମାସ୍କ ପିନ୍ଧି କରୁଛନ୍ତି ମହାମାରୀ ସହ ଲଢେଇ

author img

By

Published : Aug 22, 2020, 7:28 PM IST

ଡେରାଡୁନ: କୋରୋନା କାୟାରେ ସାରା ଦେଶ । ଏହାର ପ୍ରଭାବ ସମସ୍ତ ପର୍ବପର୍ବାଣୀରେ ପଡୁଥିବାର ଦେଖିବାକୁ ମିଳୁଛି । ତେବେ ଆଜି ବିଘ୍ନବିନାଶକ ଗଜାନନଙ୍କ ପୂଜା । ଏହି ଗଣେଶ ପୂଜାରେ ମଧ୍ୟ କୋରୋନାର ପ୍ରଭାବ ବେଶ ଦେଖିବାକୁ ମିଳିଛି । ଚଳିତ ବର୍ଷ ନିରାଡମ୍ବର ସହ ପାଳିତ ହେଉଛି ଆଦ୍ୟ ଦେବତା ଗଣେଶଙ୍କ ପୂଜାପାଠ ।

ମୂଷକ ମହାରାଜ ମାସ୍କ ପିନ୍ଧି କରୁଛନ୍ତି ମହାମାରୀ ସହ ଲଢେଇ

ତେବେ ଚଳିତବର୍ଷ ଗଣେଶଙ୍କ ମୂର୍ତ୍ତିରେ ପରିବର୍ତ୍ତନ ଆସିଛି । ତେବେ ହରିଦ୍ବାରରେ ଏହାର ଏକ ଝଲକ ଦେଖିବାକୁ ମିଳିଛି । ଯେଉଁଠି ମୂଷକ ମହାରାଜ ମୁହଁରେ ମାସ୍କ ପିନ୍ଧି କୋରୋନା ସହ ଲଢୁଥିବାବେଳେ ଗଣେଶ ପ୍ରଭୁ ହାତରେ ସାନିଟାଇଜର ଧରିଛନ୍ତି ।

ହରିଦ୍ବାରର ମହାମାୟା ଗଣପତି ସଙ୍ଗଠନର ମୁଖ୍ୟ ପଣ୍ଡିତ ଦେବେନ୍ଦ୍ର କୃଷ୍ଣ ଆଚାର୍ଯ୍ୟ କହିଛନ୍ତି ଯେ, କୋରୋନା ସଙ୍କଟରେ ଗଣେଶ ପୂଜାରେ କୌଣସି ଶ୍ରଦ୍ଧାଳୁଙ୍କୁ ଆସିବାର ଅନୁମତି ଦେଇ ନାହୁଁ । ସେମାନେ ମୂର୍ତ୍ତି ସ୍ଥାପନା ସହ ଆଳତୀ ଓ ପୂଜାର୍ଚ୍ଚନା ସୋସିଆଲ ମିଡିଆ ମାଧ୍ୟମରେ କରିବେ । କୋରୋନା ପ୍ରକୋପକୁ ଦେଖି ଗଣେଶଙ୍କ ପ୍ରତିମା କୋରୋନା ସହ ଲଢୁଥିବାର ଥିମରେ ଗଢା ଯାଇଛି । ଗଣେଶଙ୍କ ବାହନ ମୂଷା ମଧ୍ୟ କୋରୋନା ସହ ଲଢୁଛି । ଭଗବାନ ହାତରେ ବଜ୍ର ତ୍ୟାଗ କରି ସାନିଟାଇଜର ଧରିଛନ୍ତି । ଏହା ଲୋକମାନଙ୍କୁ ସଚେତନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.