ETV Bharat / bharat

ତେଲେଙ୍ଗାନାରେ 50 ପ୍ରତିଶତ ସିଟ୍‌ ସହ ଖୋଲିପାରେ ସିନେମା ହଲ - Theatres can open in telengana

ଗତ ସେପ୍ଟେମ୍ବର 30 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅନୁମତି ଦେବା ପରେ ଆସନ୍ତା ଡିସେମ୍ବର 4 ତାରିଖରେ ରାଜ୍ୟରେ ଥିବା ଥିଏଟର ଗୁଡିକ ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ...

Theatres can open with 50 percentage seats in Telengana
ତେଲେଙ୍ଗାନାରେ 50 ପ୍ରତିଶତ ସିଟ୍‌ ସହ ଖୋଲିପାରେ ସିନେମା ହଲ
author img

By

Published : Nov 24, 2020, 6:06 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଥିବା ପ୍ରାୟ 450ରୁ ଅଧିକ ଥିଏଟର ମଧ୍ୟରୁ ଅଧିକାଂଶ ଥିଏଟର ଆସନ୍ତା ଡିସେମ୍ବର 4 ତାରିଖରୁ ଖୋଲିପାରେ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ ଥିଏଟରଗୁଡିକ 50 ପ୍ରତିଶତ ସିଟ୍‌ ସହିତ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରି ଖୋଲାଯିବ ବୋଲି ତେଲେଙ୍ଗାନା ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଥିଏଟରରେ ଦର୍ଶକ, କର୍ମଚାରୀ ଓ ବିକ୍ରେତାମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ପ୍ରବେଶ ପଥରେ ସାନିଟାଇଜ ରଖାଯିବ ଓ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ । ପ୍ରତିଟି ଚଳଚ୍ଚିତ୍ରର ସ୍କ୍ରିନିଂ ପରେ ଥିଏଟର ପରିସରକୁ ସାନିଟାଇଜ କରାଯିବ । ଏସିର ତାପମାତ୍ରା 24-30 ଡିଗ୍ରୀ ମଧ୍ୟରେ ରଖାଯିବ ।

ଚଳଚ୍ଚିତ୍ର ମଧ୍ୟରେ ଥିବା ଇଣ୍ଟରଭାଲକୁ ଏକା ସମୟରେ କରିବାକୁ ସରକାର ବାରଣ କରିଛନ୍ତି । ପ୍ରତିବର୍ଷ ବଲିଉଡ ଓ ଚେନ୍ନାଇ ଫିଲ୍ମ ଇଣ୍ଡଷ୍ଟ୍ରି ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ଦେଶରେ 3ୟ ସ୍ଥାନରେ ରହିଛି । ରାଜ୍ୟରେ ପ୍ରାୟ 6ଟି ଚଳଚ୍ଚିତ୍ର ରିଲିଜ ହେବାକୁ ପ୍ରସ୍ତୁତ ବୋଲି ଫିଲ୍ମ ଇଣ୍ଡଷ୍ଟ୍ରି ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତା ଡିସେମ୍ବର 4 ତାରିଖରେ ଚଳଚ୍ଚିତ୍ର ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ତେଲେଙ୍ଗାନାର ଫିଲ୍ମ ଚାମ୍ବର ଅଫ୍‌ କମର୍ସର ପୂର୍ବତନ ସଭାପତି ଏମ ବିଜେନ୍ଦ୍ର ରେଡ୍ଡି କହିଛନ୍ତି ।

ରାଜ୍ୟରେ ଚଳଚ୍ଚିତ୍ର ଖୋଲିବା ନେଇ ଗତ ସେପ୍ଟେମ୍ବର 30 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅନୁମତି ଦେବା ପରେ ଆସନ୍ତା ଡିସେମ୍ବର 4 ତାରିଖରେ ଥିଏଟରଗୁଡିକ 50 ପ୍ରତିଶତ ସିଟ ସହିତ ଖୋଲିବାକୁ ଯାଉଛି । ତେବେ ଦେଶରେ ଅନ୍ୟ ସ୍ଥାନ ଯଥା ପଶ୍ଚିମବଙ୍ଗ, ମୁମ୍ବାଇ ଆଦି ଅଞ୍ଚଳରେ ଖୋଲିଥିବା ପରେ ମଧ୍ୟ ଦର୍ଶକଙ୍କ ସଂଖ୍ୟା କମ ଥିବାରୁ ଥିଏଟରଗୁଡିକ ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.