ETV Bharat / bharat

କ୍ୟାବିନେଟରେ ପାରିତ ହେଲା BISAGର ଉନ୍ନତିକରଣ ଓ SRT ଅଧିନିୟମ ବିଲ

author img

By

Published : Feb 19, 2020, 7:48 PM IST

କେନ୍ଦ୍ର କ୍ୟାବିନେଟ ଗୁଜୁରାଟର ଭାସ୍କରାଚାର୍ଯ୍ୟ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ଆପଲିକେସନ ଆଣ୍ଡ ଜିଓ ଇନଫରମେଟିକ୍ସ (BISAG)ର ନାମ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି । ସେହିପରି କ୍ୟାବିନେଟରେ ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି ଅଧିନିୟମକୁ ପାରିତ କରିଯାଇଛି । ଅଧିକ ପଢନ୍ତୁ...

The Union Cabinet approved the Assisted Reproductive Technology (Regulation) Bill and  elevation of BISAG
କ୍ୟାବିନେଟରେ ପାରିତ ହେଲା BISAGର ଉନ୍ନତିକରଣ ଓ SRT ଅଧିନିୟମ ବିଲ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଗୁଜୁରାଟର ଭାସ୍କରାଚାର୍ଯ୍ୟ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ଆପଲିକେସନ ଆଣ୍ଡ ଜିଓଇନଫରମେଟିକ୍ସ (BISAG)ର ନାମ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି । ସେହିପରି କ୍ୟାବିନେଟରେ ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି (SRT) ଅଧିନିୟମକୁ ପାରିତ କରାଯାଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ସୂଚନା ଦେଇଛନ୍ତି ।

କ୍ୟାବିନେଟ ମଞ୍ଜୁରୀ ପରେ BISAGର ନାମ ଭାସ୍କରାଚାର୍ଯ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ସ୍ପେସ ଆପଲିକେସନ ଆଣ୍ଡ ଜିଓ-ଇନଫରମେଟିକ୍ସକୁ ପରିବର୍ତ୍ତିତ ହେବ । ନାମ ପରିବର୍ତ୍ତନ ସହ ଏହି ଅନୁଷ୍ଠାନର ବିକାଶକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ କ୍ୟାବିନେଟରେ ପାରିତ କରାଯାଇଥିବା ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି ଅଧିନିୟମ ଦ୍ବାରା ଭୃଣର ବିକ୍ରି ତଥା ଚାଲାଣ ଉପରେ ରୋକ ଲଗାଯାଇପାରିବ । ଏହା ଦ୍ବାରା ମଧ୍ୟ ଚାଲାଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଅଧିନିୟମ ଅଧୀନରେ ଆଇନଗତ ପଦକ୍ଷେପ ପାଇଁ ଏକ ଜାତୀୟ ଓ ରାଜ୍ୟ ବୋର୍ଡ ଗଠନ କରାଯିବ । ଏହା ସହ ବିଭିନ୍ନ ଚିକିତ୍ସାଳୟ ମାନଙ୍କର ଏକ ଡାଟାବେସ ପ୍ରସ୍ତୁତ କରାଯିବ ।

ସେହିପରି କେନ୍ଦ୍ର କ୍ୟାବିନେଟ ଗ୍ରାମାଞ୍ଚଳ ପାଇଁ ଦ୍ବିତୀୟ ପର୍ଯ୍ୟାୟ ସ୍ବଚ୍ଛ ଭାରତ ବିଲକୁ ବୁଧବାର ପାରିତ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.