ନୂଆଦିଲ୍ଲୀ: ଭାରତରେ ଦୃତ ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଯାହାକୁ ନେଇ ଏହି ସଂଖ୍ୟା ଜୁଲାଇ 1 ତାରିଖ ସୁଦ୍ଧା 6 ଲକ୍ଷ ପାର କରିଛି । ପୂର୍ବରୁ ଏହାର ପଜିଟିଭ ହାର ବହୁତ କମ ଥିବା ବେଳେ ଗତ ମାସ ଠାରୁ ଅହେତୁ ଭାବେ ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢି ବଢି ଚାଲିଛି ।
ଏହି ପରିପ୍ରେକ୍ଷୀରେ ଗତ 24 ଘଣ୍ଟାରେ ଦେଶରେ ପଞ୍ଜିକୃତ ଲ୍ୟାବରେ 2 ଲକ୍ଷ 29 ହଜାର 588ଟି କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ଜୁଲାଇ 1 ତାରିଖ ସୁଦ୍ଧା 90 ଲକ୍ଷ 56 ହଜାର 173 ଟି ନମୂନା ପରୀକ୍ଷା କରାଯାଇଛି।
ତେବେ କୋରୋନା ସଂକ୍ରମଣ ବ୍ୟାପିବାରୁ ରୋକିବାକୁ ଦେଶରେ ଲାଗୁ ହୋଇଥିବା ଲକଡାଉନକୁ କୋହଳ କରିବା ପରଠାରୁ ଏହି ସଂଖ୍ୟାରେ ବୃଦ୍ଧି ପାଉଥିବା ଦେଖିବାକୁ ମିଲିଛି । ତେବେ ବର୍ତ୍ତମାନ ସୁଦ୍ଧା କୋରୋନା ସଂଖ୍ୟା 6 ଲକ୍ଷ 4 ହଜାର 641ରେ ପହଞ୍ଚିଛି । ସେହିପରି ଏଥିରେ 17 ହଜାର 834 ଜଣଙ୍କର ମୃତ୍ୟୁ ହୋଇଛି ।