ETV Bharat / bharat

ଜମ୍ମୁ-କାଶ୍ମୀରର ନିରାପତ୍ତା ପରିସ୍ଥିତି ପରଖିଲେ ବୈଦେଶିକ ରାଷ୍ଟ୍ରଦୂତ

author img

By

Published : Feb 13, 2020, 1:34 PM IST

ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ୨୫ ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କ ପ୍ରତିନିଧିମଣ୍ଡଳ ଗୁରୁବାର ପ୍ରଦେଶର ନିରାପତ୍ତା ପରିସ୍ଥିତି ବିଷୟରେ ଅବଗତ ହୋଇଛନ୍ତି । ଅଧିକ ପଢନ୍ତୁ...

-foreign-envoys
ବୈଦେଶିକ ରାଷ୍ଟ୍ରଦୂତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ୨୫ ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କ ପ୍ରତିନିଧିମଣ୍ଡଳ ଗୁରୁବାର ପ୍ରଦେଶର ନିରାପତ୍ତା ପରିସ୍ଥିତି ବିଷୟରେ ଅବଗତ ହୋଇଛନ୍ତି । ଚିନାର କର୍ପ୍ସର କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ କେଜଏସ ଢିଲୋ ରାଷ୍ଟ୍ରଦୂତଙ୍କୁ ଭେଟି ପ୍ରଦେଶର ନିରାପତ୍ତା ପରିସ୍ଥିତି ବିଷୟରେ ସେମାନଙ୍କୁ ଅବଗତ କରାଇଛନ୍ତି । ଏହାପରେ ସେମାନେ ଜମ୍ମୁ ଅଭିମୁଖେ ଯାଇଥିବା ଜଣା ପଡିଛି । ଜମ୍ମୁରେ ସେମାନେ ଜମ୍ମୁ-କାଶ୍ମୀରର ମୁଖ୍ୟ ବିଚାରପତି, ଉପରାଜ୍ୟପାଳ, ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ଜମ୍ମୁ ଡିଭିଜନ୍‌ର ସିଭିଲ୍‌ ସୋସାଇଟିର ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।

ସୂଚନାଯୋଗ୍ୟ ଯେ, ୟୁରୋପୀୟ ସଙ୍ଘ ଓ ଭାରତୀୟ ଶିଖର ସମ୍ମିଳନୀ ପୂର୍ବରୁ 25 ଜଣ ବୈଦେଶିକ ରାଷ୍ଟ୍ରଦୂତଙ୍କ ପ୍ରତିନିଧିମଣ୍ଡଳୀ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି । ସେମାନେ ଜମ୍ମୁ-କଶ୍ମୀରର ସାମ୍ପ୍ରତିକ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ବୁଧବାର ଦିନ ଏଠାରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଆଫଗାନିସ୍ତାନ, ଅଷ୍ଟ୍ରିଆ, ବୁଲ୍‌ଗେରିଆ, କାନାଡା, ଚେକ୍‌ ରିପବ୍ଲିକ୍‌, ଡେନ୍‌ମାର୍କ, ଡୋମିନିକାନ୍‌ ରିପବ୍ଲିକ୍‌, ୟୁରୋପିଆନ୍‌ ୟୁନିୟନ୍‌, ଫ୍ରାନ୍‌ସ୍‌, ଜର୍ମାନି, ଗିନି ସାଧାରଣତନ୍ତ୍ର, ହଙ୍ଗେରି, ଇଟାଲି, କେନିଆ, କିର୍‌ଗିଜ୍‌ସ୍ତାନ, ମେକ୍ସିକୋ, ନାମିବ୍ୟା, ନେଦର୍‌ଲାଣ୍ଡ୍‌ସ୍‌, ନିୟୁଜିଲାଣ୍ଡ୍‌, ପୋଲାଣ୍ଡ୍‌, ର୍ଵାଣ୍ଡା, ସୋଲ୍‌ଭାକିଆ, ତାଜିକିସ୍ତାନ, ଉଗାଣ୍ଡା ଏବଂ ଉଜ୍‌ବେକିସ୍ତାନର ପ୍ରତିନିଧି ସାମିଲ ଅଛନ୍ତି । କାଶ୍ମୀର ଘାଟିରୁ 370 ଧାରା ଉଚ୍ଛେଦ ହେବା ପରେ ଏହା ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀର ଦ୍ବିତୀୟ ଜମ୍ମୁ କାଶ୍ମୀର ଗସ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.