ETV Bharat / bharat

ଭାରତୀୟ ବାୟୁସେନାରେ ଲଢୁଆ ବିମାନର ଇତିହାସ

author img

By

Published : Jul 28, 2020, 2:35 AM IST

ଭାରତରେ ପହଞ୍ଚିଛନ୍ତି 5 ରାଫେଲ ଫାଇଟର ଜେଟ୍ । ହରିୟାଣାର ଅମ୍ବାଲା ଭାରତୀୟ ବାୟୁସେନା ବେସରେ ଏମାନଙ୍କୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

ଭାରତୀୟ ବାୟୁସେନାରେ ଲଢୁଆ ବିମାନର ଇତିହାସ
ଭାରତୀୟ ବାୟୁସେନାରେ ଲଢୁଆ ବିମାନର ଇତିହାସ

ହାଇଦ୍ରାବାଦ: ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭାରତରେ ପହଞ୍ଚିଛନ୍ତି 5 ରାଫେଲ ଫାଇଟର ଜେଟ୍ । ହରିୟାଣାର ଅମ୍ବାଲା ଭାରତୀୟ ବାୟୁସେନା ବେସରେ ଏମାନଙ୍କୁ ସ୍ବାଗତ କରାଯାଇଛି । ଏହି 5ଟି ବିମାନ ମଧ୍ୟରୁ 3ଟି ସିଙ୍ଗଲ ସିଟ୍ ଏବଂ 2ଟି ଟ୍ବିନ ସିଟର ବୋଲି ଜଣାପଡିଛି । ଭାରତୀୟ ବାୟୁସେନାର ସ୍କ୍ବାଡନ ନମ୍ବର 17ରେ ସେମାନେ ସାମିଲ ହେବେ ।

ସେପ୍ଟେମ୍ବର 2016ରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା ଯେବେ ଭାରତ ଓ ଫ୍ରାନ୍ସ ମଧ୍ୟରେ 36ଟି ରାଫେଲ ବିମାନ ପାଇଁ ଚୁକ୍ତି ହୋଇଥିଲା । ପ୍ରାୟ 59 ହଜାର କୋଟି ଟଙ୍କାରେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିଲା । ଭାରତୀୟ ବାୟୁସେନା ପକ୍ଷରୁ ଏମାନଙ୍କ ରହିବା ଏବଂ ପରିଚାଳନାଜନିତ ଖର୍ଚ୍ଚ ପାଇଁ 400 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ପ୍ରଥମ ରାଫେଲ ବିମାନ ମୁତୟନ ହେବାକୁ ଯାଉଛି । ଭାରତ-ପାକିସ୍ତାନ ସୀମାଠାରୁ ଏହା 200 କିଲୋମିଟର ଦୂରରେ ଅବସ୍ଥିତ ଥିବାରୁ ଏହାକୁ ଗୁରୁତ୍ବପୂର୍ଣ୍ଣ ମନାଯାଉଛି । ସେହିପରି ଦ୍ବିତୀୟ ରାଫେଲ ବିମାନ ପଶ୍ଚିମବଙ୍ଗର ହାସିମରା ବେସରେ ମୁତୟନ ହେବ । ଏପ୍ରିଲ 2022 ସୁଦ୍ଧା ସମସ୍ତ 36ଟି ରାଫେଲ ବିମାନ ଭାରତକୁ ହସ୍ତାନ୍ତର ହେବ ବୋଲି ଜଣାପଡିଛି ।

ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ 30ଟି ଆକ୍ଟିଭ ଲଢୁଆ ସ୍କ୍ବାଡ୍ରୋନ ରହିଛି । ତେବେ ମୋଟ୍ କ୍ଷମତା 42 ଥିବାବେଳେ ଏହାଠାରୁ ବହୁତ କମ ସଂଖ୍ୟା ବାୟୁସେନା ପାଖରେ ଅଛି । ପ୍ରତି ସ୍କ୍ବାଡ୍ରୋନରେ 18ଟି ଲଢୁଆ ବିମାନ ରହିଛି । ଭାରତ ପାଖରେ ମୋଟ୍ 538ଟି ଲଢୁଆ ବିମାନ ଏବେ ଯାଏଁ ରହିଛି । ସମସ୍ତ ରାଫେଲ ଜେଟ୍ ମଧ୍ୟରୁ 30ଟି ଲଢୁଆ ବିମାନ ଏବଂ 6ଟି ତାଲିମପ୍ରାପ୍ତ । ଏହି 6ଟି ଟ୍ରେନର ଜେଟରେ ଟ୍ବିନ୍ ସିଟ୍ ରହିବା ସହ ଏଥିରେ ଲଢୁଆ ବିମାନ ଭଳି ସମସ୍ତ ଗୁଣ ରହିଛି । ସମସ୍ତ ରାଫେଲ ବିମାନ ଟ୍ବିନ୍ ଇଞ୍ଜିନ ଲଢୁଆ ବିମାନ । ଏହା 2ଟି ଏମ88-2 ଇଞ୍ଜିନ ଦ୍ବାରା ଚାଲିଥାଏ । ପ୍ରତି ଇଞ୍ଜିନ 75କେଏନ ଇନ୍ଧନ ଯୋଗାଇଥାଏ । ଆକାଶମାର୍ଗରେ ଏହି ଜେଟ୍ ପରସ୍ପରକୁ ସାହାଯ୍ୟ କରିପାରିବେ । ଅନ୍ୟ ବିମାନକୁ ଗୋଟିଏ ବିମାନ ଇନ୍ଧନ ଯୋଗାଇପାରିବ ।

ଏହା ଟାର୍ଗେଟ ପ୍ରତି ମିଟେଓର ମିସାଇଲ ଫାୟାର କରିପାରିବ । ଏହି ମିସାଇଲ ହେଉଛି ଭିଜୁଆଲ ରେଞ୍ଜ ବାହାରେ ଥିବା ଏୟାର ଟୁ ଏୟାର ମିସାଇଲ । 100 କିଲୋମିଟର ଭିତରେ ଥିବା ଶତ୍ରୁ ଜେଟକୁ ଏହା ଖୋଜି ଟାର୍ଗେଟ କରିପାରିବ । ରାଫେଲରୁ ସ୍କାଲ୍ପ ମିସାଇଲ ମଧ୍ୟ ଛାଡିହେବ । 300 କିଲୋମିଟର ପରିଧି ଭିତରେ ଥିବା ସମସ୍ତ ଗ୍ରାଉଣ୍ଡ ମିସାଇଲକୁ ଏହା ଟାର୍ଗେଟ କରିପାରିବ । ଏହା ଥରକରେ 6ଟି ଏଏଏସଏମ ମିସାଇଲ ସାଙ୍ଗରେ ନେଇପାରିବ । ପ୍ରତି ମିସାଇଲରେ ଜିପିଏସ ଲାଗିଛି । ରାଫେଲ ବିମାନରେ ହୋଲୋଗ୍ରାଫିକ କକପିଟ୍ ଡିସପ୍ଲେ ରହିଛି । ଥରକରେ ଏହି ଲଢୁଆ ଜେଟ୍ 8ଟି ଟାର୍ଗେଟକୁ ଭେଦ କରିପାରିବ । ଏଥିରେ ହାମ୍ମେର ମିସାଇଲ ଯୋଡାଯାଇପାରିବ ।

ଭାରତୀୟ ବାୟୁସେନା ପାଖରେ ଥିବା କେତେକ ଲଢୁଆ ବିମାନ ମଧ୍ୟରେ ସୁ30ଏମକେଆଇ ଅନ୍ୟତମ । ଏଥିରେ ଋଷ ନିର୍ମିତ ଟ୍ବିନ୍ ସିଟ୍ ଏବଂ ଟ୍ବିନ୍ ଇଞ୍ଜିନ୍ ବ୍ୟବସ୍ଥା ରହିଛି । ସେପ୍ଟେମ୍ବର 2002ରୁ ଏହା ଭାରତୀୟ ଏୟାରଫୋର୍ସରେ ସାମିଲ ହୋଇଛି । ଜାନୁୟାରୀ 2020 ତଥ୍ୟ ଯାଏଁ ବାୟୁସେନା ପାଖରେ ମୋଟ୍ 260ଟି ସୁ30ଏମକେଆଇ ବିମାନ ରହିଛି । 12ଟି ଅଧିକ ବିମାନ ଏହି ବର୍ଷ ଶେଷ ସୁଦ୍ଧା ଆସିଯିବ ବୋଲି ସୂଚନା ରହିଛି । ସେହିପରି ଅନ୍ୟତମ ଲଢୁଆ ବିମାନ ହେଉଛି ମିରାଜ 2000 । ସିଙ୍ଗଲ ସିଟର ଏୟାର ଡିଫେନ୍ସ ଓ ମଲ୍ଟିରୋଲ ଫାଇଟର ଫ୍ରେଞ୍ଚ ଜେଟ୍ । ଏହାର ମାତ୍ରାଧିକ ସ୍ପିଡ୍ ହେଉଛି ଘଣ୍ଟା ପିଛା 2495 କିଲୋମିଟର । ଏଥିରେ 2ଟି 30 ଏମଏମ ଇଣ୍ଟିଗ୍ରାଲ କାନୋନ୍ସ, 2ଟି ମାତ୍ରା ସୁପର 530ଡି ମିଡିୟମ ରେଞ୍ଜ, 2ଟି ଆର-550 ମ୍ୟାଜିକ୍ 2 କ୍ଲୋଜ କମ୍ବାଟ ମିସାଇଲ ରହିଛି । 1985ରେ ଏହା ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ।

କାର୍ଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ଏହି ବିମାନକୁ ବଜ୍ର ନାମରେ ନାମିତ କରାଯାଇଥିଲା । ଏହାର 50ଟି ଜେଟ୍ ରହିଛି । ମିଗ୍ 29ରେ ଟ୍ବିନ୍ ଇଞ୍ଜିନ୍, ସିଙ୍ଗଲ ସିଟର ବ୍ୟବସ୍ଥା ରହିଛି ଯାହାର ସ୍ପିଡ୍ ଘଣ୍ଟା ପ୍ରତି 2445 କିଲୋମିଟର ରହିଛି । ଏଥିରେ ଏକ 30 ଏମଏମ କାନୋନ ଏବଂ 4ଟି ଆର-60କ୍ଲୋଜ କମ୍ବାଟ୍ ଓ 2ଟି ଆର27 ମିଡିୟମ ରେଞ୍ଜ ରାଡାର ଗାଇଡ ମିସାଇଲ ରହିଛି । ବର୍ତ୍ତମାନ ବାୟୁସେନା ଏହାର ଅପଗ୍ରେଡ ଭର୍ସନ ମିଗ୍ 29 ୟୁପିଜି ବ୍ୟବହାର କରୁଛି । ମିରାଜ 2000କୁ ସୁରକ୍ଷା ଦେବାକୁ କାର୍ଗିଲ ଯୁଦ୍ଧରେ ଏହାର ବ୍ୟବହାର ହୋଇଥିଲା । 1985ରେ ଭାରତୀୟ ବାୟୁସେନାରେ ଏହା ସାମିଲ ହୋଇଥିଲା ।

ସେହିପରି ଆଉ ଏକ ଲଢୁଆ ବିମାନ ମିଗ୍ 21 ବିସୋନ ବାୟୁସେନାରେ ରହିଛି ଯାହା ମିଗ୍ 21ର ଅପଗ୍ରେଡ ଭର୍ସନ । 1980 ଶତାବ୍ଦୀରେ ଏହା ବାୟୁସେନାରେ ସାମିଲ ହୋଇଥିଲା । ଏହା ଋଷ ଦ୍ବାରା ନିର୍ମିତ ଏବଂ ଭାରତର 6ଟି ଲଢୁଆ ଜେଟ୍ ମଧ୍ୟରୁ ଅନ୍ୟତମ । ଏହାର ସିଙ୍ଗଲ ଇଞ୍ଜିନ, ସିଙ୍ଗଲ ସିଟର ସହ ସ୍ପିଡ୍ ଘଣ୍ଟା ପ୍ରତି 2230 କିଲୋମିଟର ରହିଛି । ଏହା ଗୋଟିଏ 23 ଏମଏମ ଟ୍ବିନ୍ ବାରୋଲ କାନୋନ୍ ସହ 4ଟି ଆର60 କ୍ଲୋଜ କମ୍ବାଟ୍ ମିସାଇଲ ଧାରଣ କରିଥାଏ । ଏହାକୁ ଭାରତୀୟ ବାୟୁସେନାର ମେରୁଦଣ୍ଡ ବୋଲି କୁହାଯାଏ ।

ଅନ୍ୟ ଏକ ଜେଟ୍ ଜାଗୁଆର୍ ଲଢୁଆ ବିମାନ ଟ୍ବିନ୍ ଇଞ୍ଜିନ୍, ସିଙ୍ଗଲ ସିଟର ସହ ଘଣ୍ଟା ପ୍ରତି 1350 କିଲୋମିଟରର ସ୍ପିଡ୍ ରଖିଥାଏ । ଜୁଲାଇ 26, 1979ରେ ଏହା ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ଆଉ ଏକ ଲଢୁଆ ବିମାନ ହେଲା ଏଲସିଏ ତେଜାସ ଯାହା ହାଲ ଦ୍ବାରା 1980ରେ ଆରମ୍ଭ ହୋଇଥିଲା । ଋଷ ବିମାନ ମିଗ୍ 21କୁ ରିପ୍ଲେସ କରିବା ପାଇଁ ଏହାର ଆରମ୍ଭ ହୋଇଥିଲା । ଏହା ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ଥିଲା । ଫ୍ଲାଇଂ ଡାଗ୍ଗର୍ସ ନାମରେ ଏହା ପ୍ରଥମ ଥର 2016ରେ ବାୟୁସେନାରେ ସାମିଲ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ 20ଟି ବିମାନ ପାଇଁ ସରକାର ଅର୍ଡର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.