ETV Bharat / bharat

ଲକଡାଉନରେ ବିଭିନ୍ନ ଗେମର ଲୋକପ୍ରିୟତା ଓ କମ୍ପାନୀର ଆୟ - mobile game

PUBG ମୋବାଇଲ ବିଶ୍ବସ୍ତରରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ 1.3 ବିଲିୟନ ଡ଼ଲାର (ପ୍ରାୟ 9,731 କୋଟି ଟଙ୍କା)ର ଆୟ ହାସଲ କରିଛି । ଯାହା କମ୍ପାନୀର ସର୍ବକାଳୀନ ଆୟକୁ 3 ବିଲିୟନ ଡ଼ଲାର (ପ୍ରାୟ 22,457 କୋଟି)ରେ ପହଞ୍ଚାଇଛି । ଭାରତରେ ଏହା 175 ମିଲିୟନ ଥର ଡାଉନଲୋଡ କରାଯାଇଛି । ଅଧିକ ପଢନ୍ତୁ...

ଲକଡାଉନରେ ବିଭିନ୍ନ ଗେମର ଲୋକପ୍ରିୟତା ଓ କମ୍ପାନୀ ଗୁଡିକର ଇନକମ

author img

By

Published : Jul 5, 2020, 4:58 AM IST

ନୂଆଦିଲ୍ଲୀ: ବ୍ୟାଟଲ ରୟାଲ ଟାଇଟଲ ଗେମ କାଟାଗୋରୀର PUBG ମୋବାଇଲ ବିଶ୍ବସ୍ତରରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ 1.3 ବିଲିୟନ ଡ଼ଲାର (ପ୍ରାୟ 9,731 କୋଟି ଟଙ୍କା)ର ଆୟ ହାସଲ କରିଛି । ଯାହା କମ୍ପାନୀର ସର୍ବକାଳୀନ ଆୟକୁ 3 ବିଲିୟନ ଡ଼ଲାର (ପ୍ରାୟ 22,457 କୋଟି)ରେ ପହଞ୍ଚାଇଛି । ଭାରତରେ ଏହା 175 ମିଲିୟନ ଥର ଡାଉନଲୋଡ କରାଯାଇଛି । ଯାହା ବିଶ୍ବରେ ଶୀର୍ଷରେ ସ୍ଥାନ ହାସଲ କରିଛି ।

COVID-19 ମହାମାରୀ ଏବଂ ଲକଡାଉନ ଯୋଗୁଁ ଲୋକମାନେ ଘରେ ରହିଥିବାରୁ ମାର୍ଚ୍ଚରେ PUBG 270 ନିୟୁତ ଡଲାର (ପ୍ରାୟ 2,021 କୋଟି ଟଙ୍କା) ଆୟ ରେକର୍ଡ କରିଛି । ଏନେଇ ଆନାଲିଟିକ୍ସ ଫାର୍ମ ସେନ୍ସର ଟାୱାର ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ଭାରତରେ PUBGକୁ ନିଷେଧ କରାଯାଇ ନାହିଁ କାରଣ ଏହା ସମ୍ପୂର୍ଣ୍ଣ ରୂପେ ଚାଇନିଜ ନୁହେଁ । ଏହି ଖେଳ ବ୍ଲୁହୋଲ ଦ୍ବାରା ନିର୍ମିତ ଯାହା ଦକ୍ଷିଣ କୋରିଆର ଏକ କମ୍ପାନୀ ଦ୍ବାରା ପରିଚାଳନା କରାଯାଉଛି ।

PUBG ଲୋକପ୍ରିୟ ହେବା ପରେ, ଟେନସେଣ୍ଟ ଏକ ଚାଇନିଜ କମ୍ପାନୀ ଯିଏ ବ୍ଲୁହୋଲ କମ୍ପାନୀ ସହିତ ହାତ ମିଳାଇ ଏହି ଗେମକୁ ଚାଇନାରେ ରିଲିଜ କରାଇଥିଲା । ଏହା ସହ ଏହାର ବିତରଣର ଏକ ବଡ଼ ଅଂଶ ପରିଚାଳନା କରିବା ଆରମ୍ଭ କଲା ।ଏହି ଖେଳକୁ ଟେନସେଣ୍ଟ ହୋଲ୍ଡିଙ୍ଗସ ଦ୍ବାରା ଭାରତରେ ଆରମ୍ଭ କରାଯାଇଥିଲା । ଖେଳଟି ଏହାର ମିଶ୍ରିତ ମାଲିକାନା ହେତୁ ନିଷିଦ୍ଧ ତାଲିକାରେ ସ୍ଥାନ ପାଇଲା ନାହିଁ କାରଣ ଏହା ସମ୍ପୂର୍ଣ୍ଣ ଚାଇନିଜ ନୁହେଁ ।

ସେନ୍ସର ଟାୱାର ତଥ୍ୟ ଅନୁଯାୟୀ, 2020ରେ ଗରେନାର ଫ୍ରି ଫାୟାର ଅଫରିଂ ଗେମ 300 ମିଲିୟନ ଡଲାରରୁ ଅଧିକ (ପ୍ରାୟ 2,245 କୋଟି ଟଙ୍କା) ସଂଗ୍ରହ କରିଥିଲା ବେଳେ ନେଟଇସ କମ୍ପାନୀର ନାଇଭସ ଆଉଟ ଗେମ 260 ନିୟୁତ ଡଲାରରୁ (ପ୍ରାୟ 1,946 କୋଟି) ସଂଗ୍ରହ କରିଛି । ଏହାପରେ ଆକ୍ଟିଭିଜନ କମ୍ପାନୀର କଲ ଅଫ ଡ୍ୟୁଟି ମୋବାଇଲ ଗେମ 220 ମିଲିୟନ ଡଲାର (ପ୍ରାୟ 1,646 କୋଟି) ଆୟ କରିଥିଲା । ଗୁଗୁଲ ପ୍ଲେ ଆକାଉଣ୍ଟରୁ ସବୁଠୁ ଅଧିକ ଇନଷ୍ଟଲ ହୋଇଛି । ଯାହା ସର୍ବାଧିକ 65 ପ୍ରତିଶତ ଅଟେ । ଏବଂ ଆପ ଷ୍ଟୋର ଦ୍ବିତୀୟ ସର୍ବାଧିକ 35 ପ୍ରତିଶତ ଇନଷ୍ଟଲ କରାଯାଇଥିଲା । PUBG ସମତୁଲ୍ୟ ଚୀନରେ ପ୍ରଚଳିତ ଅନ୍ୟ ଏକ ଗେମ 'ଗେମ ଫର ପିସ' ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.