ETV Bharat / bharat

ବିହାରରେ ବଢ଼ିଲା ଭୋଟ ଗଣତି କେନ୍ଦ୍ର, ନିର୍ବାଚନ କମିଶନଙ୍କ ସୂଚନା - ବିହାର ମୁଖ୍ୟ ନିର୍ବାଚନ କମିଶନର

କୋରୋନା ସ୍ଥିତିକୁ ନଜରରେ ରଖି ବିହାରରେ ଭୋଟ ଗଣତି କେନ୍ଦ୍ରକୁ ବୃଦ୍ଧି କରାଯାଇଛି। ଏନେଇ ବିହାର ମୁଖ୍ୟ ନିର୍ବାଚନ କମିଶନର ଏଚ ଆର ଶ୍ରୀନିବାସ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ବିହାରରେ ବଢ଼ିଲା ଭୋଟ ଗଣତି କେନ୍ଦ୍ର, ନିର୍ବାଚନ କମିଶନଙ୍କ ସୂଚନା

author img

By

Published : Nov 9, 2020, 4:49 PM IST

ପାଟନା: କୋରୋନା ସ୍ଥିତିକୁ ନଜରରେ ରଖି ବିହାରରେ ଭୋଟ ଗଣତି କେନ୍ଦ୍ରକୁ ବୃଦ୍ଧି କରାଯାଇଛି। ଏନେଇ ବିହାର ମୁଖ୍ୟ ନିର୍ବାଚନ କମିଶନର ଏଚ ଆର ଶ୍ରୀନିବାସ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଜାରି କରିଥିବା କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୋଟ ଗଣତି ବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ଅନ୍ୟାନ୍ୟ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଗତ 2019 ଲୋକସଭା ନିର୍ବାଚନ ବେଳେ ବିହାରର 38 ଜିଲ୍ଲା ପାଇଁ 38ଟି ଭୋଟ ଗଣତି କେନ୍ଦ୍ର କାର୍ଯ୍ୟ କରୁଥିଲା। ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ 55କୁ ବୃଦ୍ଧି କରାଯାଇଛି। ବିହାରର ରାଜଧାନୀ ପାଟନାରେ ଥିବା 14ଟି ବିଧାନସଭା ଆସନ ପାଇଁ ଗୋଟିଏ ଭୋଟ ଗଣତି କେନ୍ଦ୍ର କାର୍ଯ୍ୟ କରିବ। ପାଟନାସ୍ଥିତ ଏଏନ କଲେଜରେ ପାଟନାର 14ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ହେବ। ଏହି କଲେଜର 30ଟି କକ୍ଷରେ ଭୋଟ ଗଣତି କରାଯିବା ନେଇ ସୂଚନା ରହିଛି।

ଏନେଇ ବିହାର ମୁଖ୍ୟ ନିର୍ବାଚନ କମିଶନର ଏଚଆର ଶ୍ରୀନିବାଶ କହିଛନ୍ତି ଯେ, "ବିହାରରେ ଥିବା ସମସ୍ତ ଭୋଟ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି କେନ୍ଦ୍ରରେ ଇଭିଏମ ମେସିନଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। କେବଳ ଷ୍ଟ୍ରଙ୍ଗରୁମ ସୁରକ୍ଷା ପାଇଁ 19 ପ୍ଲାଟୁନ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ଭୋଟ ଗଣତି ଦିନ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାର ରଖିବା ପାଇଁ 59 ପ୍ଲାଟୁନ ପାରାମିଲିଟାରୀ ଫୋର୍ସତ ମୁତୟନ କରାଯାଇଛି।"

ନଭେମ୍ବର 10ରେ ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ଆପଣାଇଛି ନିର୍ବାଚନ କମିସନର। ସମସ୍ତ ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗା ଯାଇଛି। ଭୋଟ ଗଣତି କେନ୍ଦ୍ର ଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ କରିବା ସହ 144 ଧାରା ଜାରି କରାଯାଇଛି। ଲୋକଙ୍କୁ ଗହଳି ହେବାକୁ ଦିଆଯାଉନାହିଁ। ତେବେ ଭୋଟ ଗଣିତ କେନ୍ଦ୍ର ବାହାରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀମାନଙ୍କୁ ବସିବାକୁ ଦିଆଯିବ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.