ETV Bharat / bharat

ଦେଶରେ କୋରୋନା ମାମଲା ଲଗାତାର ବୃଦ୍ଧି ଚିନ୍ତାର ବିଷୟ: ଏମ୍ସ ନିର୍ଦ୍ଦେଶକ - randeep guleria

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ପ୍ରତ୍ୟେକ ନାଗରିକଙ୍କୁ ତାଙ୍କର ଦାୟିତ୍ୱବୋଧକୁ ବୁଝିବାକୁ ପଡ଼ିବ। ଲକଡାଉନର ସିଦ୍ଧାନ୍ତ ଏବଂ ପରସ୍ପରଠାରୁ ଦୂରରେ ରହିବାର ନିୟମ ପାଳନ କରିବା ଆବଶ୍ୟକ । ଅଧିକ ପଢନ୍ତୁ...

ଦେଶରେ କୋରୋନା ମାମଲା ଲଗାତାର ବୃଦ୍ଧି ଚିନ୍ତାର ବିଷୟ: ଏମ୍ସ ନିର୍ଦ୍ଦେଶକ

author img

By

Published : May 6, 2020, 9:52 AM IST

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ କୋଭିଡ-19 ର ଗ୍ରାଫ ବର୍ତ୍ତମାନ ପର୍ଯ୍ୟନ୍ତ ଅପେକ୍ଷାକୃତ ସ୍ଥିର ରହିଛି । କିନ୍ତୁ କ୍ରମାଗତ ଭାବରେ ମାମଲା ବୃଦ୍ଧି ଏକ ଚିନ୍ତାର ବିଷୟ ପାଲଟିଛି ।

ଦେଶରେ କୋରୋନା ମାମଲା ଲଗାତାର ବୃଦ୍ଧି ଚିନ୍ତାର ବିଷୟ: ଏମ୍ସ ନିର୍ଦ୍ଦେଶକ
ଦେଶରେ କୋରୋନା ମାମଲା ଲଗାତାର ବୃଦ୍ଧି ଚିନ୍ତାର ବିଷୟ: ଏମ୍ସ ନିର୍ଦ୍ଦେଶକ

ଗୁଲେରିଆ କହିଛନ୍ତି ଯେ, ବିଭିନ୍ନ ମଡେଲିଂ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, କୋରୋନା ଭାଇରସ ମାମଲା ସଂଖ୍ୟା ଆସନ୍ତା 4 ରୁ 6 ସପ୍ତାହ ମଧ୍ୟରେ ବୃଦ୍ଧି ପାଇପାରେ, ଯେପରିକି ମେ ମାସ ଶେଷ କିମ୍ବା ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ । ଏଭଳି ପରିସ୍ଥିତିରେ ଆମକୁ ଅଧିକ ଧ୍ୟାନ ଦେବା ଆବଶ୍ୟକ ଏବଂ ହଟସ୍ପଟରେ ମାମଲା ସଂଖ୍ୟା ହ୍ରାସ କରିବାକୁ ଚେଷ୍ଟା କରିବା ଆବଶ୍ୟକ।

ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଶୀତଦିନେ କୋଭିଡ-19 ମାମଲା ପୁଣି ଥରେ ବୃଦ୍ଧିପାଇପାରେ, କିନ୍ତୁ ଏହା ତ କେବଳ ସମୟ କହିବ। ସେ ତାଙ୍କର ଏହି ଟିପ୍ପଣୀ ସେତବେଳେ ଦେଇଛନ୍ତି, ଯେତବେଳେ ସରକାର ଦେଶରେ ମଦ ଦୋକାନ ଖୋଲିବା ନେଇ ଅନୁମତି ଦେଉଛନ୍ତି । ଗୁଲେରିଆ କହିଛନ୍ତି, ଲକଡାଉନ୍ ଏବଂ ଅନ୍ୟାନ୍ୟ ନିଷେଧ ପଦକ୍ଷେପ ସହିତ ଏପର୍ଯ୍ୟନ୍ତ ଏହି ଗ୍ରାଫ୍ ଅପେକ୍ଷାକୃତ ସ୍ଥିର ରହିଛି ଏବଂ ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ତଥା ଦେଶରେ ପରୀକ୍ଷା ସୁବିଧା ବୃଦ୍ଧି ପାଇଁ ଆମକୁ ସମୟ ଦେଇଛି ।

ସେ କହିଛନ୍ତି, ‘ସ୍ଥିର ହାରରେ ମାମଲା ସଂଖ୍ୟା ବଢିବାରେ ଲାଗିଛି ଏବଂ ଏହା ଚିନ୍ତାର ବିଷୟ, ପ୍ରତ୍ୟେକ ନାଗରିକଙ୍କୁ ତାଙ୍କର ଦାୟିତ୍ୱବୋଧକୁ ବୁଝିବାକୁ ପଡ଼ିବ ଏବଂ ଲକଡାଉନର ସିଦ୍ଧାନ୍ତ ଏବଂ ପରସ୍ପରଠାରୁ ଦୂରରେ ରହିବାର ନିୟମ ପାଳନ କରିବା ଆବଶ୍ୟକ’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.