ETV Bharat / bharat

ନୂତନ ବୋଡ଼ୋ ଚୁକ୍ତିନାମା: ଏହା କ’ଣ ଅସମାହିତ ବୋଡ଼ୋ ପ୍ରଶ୍ନର ସମାଧାନ କରିପାରିବ ? - ନୂତନ ବୋଡ଼ୋ ଚୁକ୍ତିନାମା

ବୋଡ଼ୋ ଶାନ୍ତି ଚୁକ୍ତିନାମା, ଆସାମରେ ପରିବ୍ୟାପ୍ତ ବୋଡ଼ୋ ସମାଜରେ ଅପାର ଆନନ୍ଦର ଲହରୀ ଖେଳାଇ ଦେଇଛି । ଏହା ହେଉଛି ତୃତୀୟ ଚୁକ୍ତିନାମା, ଯେଉଁଥିରେ ବୋଡ଼ୋ ନେତାମାନଙ୍କ ସହ ସରକାର ସ୍ବାକ୍ଷର କରିଛନ୍ତି । ପଢନ୍ତୁ ଅଧିକ ଖବର...

Tangled Bodo Question
Tangled Bodo Question
author img

By

Published : Feb 6, 2020, 9:15 AM IST

ହାଇଦ୍ରାବାଦ: ଏଇ ମାତ୍ର ସଂପାଦିତ ବୋଡ଼ୋ ଶାନ୍ତି ଚୁକ୍ତିନାମା, ଆସାମରେ ପରିବ୍ୟାପ୍ତ ବୋଡ଼ୋ ସମାଜରେ ଅପାର ଆନନ୍ଦର ଲହରୀ ଖେଳାଇ ଦେଇଛି । ଉଲ୍ଲେଖନୀୟ ଯେ, ଏହା ହେଉଛି ତୃତୀୟ ଚୁକ୍ତିନାମା, ଯେଉଁଥିରେ ବୋଡ଼ୋ ନେତାମାନଙ୍କ ସହ ସରକାର ସ୍ବାକ୍ଷର କରିଛନ୍ତି । ଆସାମର ସମତଳ ଅଞ୍ଚଳରେ ବସବାସ କରୁଥିବା ସର୍ବବୃହତ୍‌ ଆଦିବାସୀ ସଂପ୍ରଦାୟ ବୋଡ଼ୋ । 1968 ମସିହାରେ, ପ୍ଲେନ୍‌ସ ଟ୍ରାଇବାଲ୍‌ କାଉନ୍‌ସିଲ ଅଫ୍‌ ଆସାମ (ପିଟିସିଏ) ଆନୁକୂଲ୍ୟରେ, ବୋଡ଼ୋ ନେତାମାନେ ଏକ ସ୍ବୟଂଶାସିତ ଅଞ୍ଚଳ ଲାଗି ଦାବି ଉଠାଇବା ଦିନରୁ ହିଁ ସେମାନେ ଏକ ପୃଥକ୍‌ ନିଜସ୍ବ ବାସଭୂମି ଲାଗି ଆନ୍ଦୋଳନ କରିଆସୁଛନ୍ତି । 1973 ମସିହାରେ ଏହି ଦାବିର ରୂପରେଖ ବଦଳିଲା ଏବଂ ସଂଖ୍ୟାବହୁଳ ବୋଡ଼ୋ ବସବାସ କରୁଥିବା ବ୍ରହ୍ମପୁତ୍ରର ଉତ୍ତର କୂଳ ସଂଲଗ୍ନ ବିଶାଳ ଅଞ୍ଚଳକୁ ମିଶାଇ ‘ଉଦୟାଚଳ’ ନାମକ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ଲାଗି ଦାବି କରାଗଲା । ହେଲେ, କାଳକ୍ରମେ ଏହି ଆନ୍ଦୋଳନ ଧିମେଇ ଗଲା ଏବଂ 1980 ଦଶକରେ ଅଲ୍‌ ବୋଡ଼ୋ ଷ୍ଟୁଡେଣ୍ଟ୍‌ସ ୟୁନିଅନ (ଏବିଏସ୍‌ୟୁ) ଆନ୍ଦୋଳନର ନେତୃତ୍ବ ନେବାକୁ ବାଟ କଢ଼ାଇଲା । ଆରମ୍ଭରେ ସେମାନଙ୍କ ଦାବି ସଂପର୍କରେ ନବଗଠିତ ଆସାମ ଗଣ ପରିଷଦ (ଏଜିପି) ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଏବିଏସ୍‌ୟୁ ନେତାମାନେ ଆଗ୍ରହୀ ଥିଲେ ।

ଆସାମରେ ବିଦେଶୀ ବିରୋଧୀ ଆନ୍ଦୋଳନର ନେତାମାନଙ୍କ ଦ୍ବାରା ଗଠିତ ଆସାମ ଗଣ ପରିଷଦ (ଏଜିପି) 1985 ମସିହାରେ ଶାସନ କ୍ଷମତାକୁ ଆସିଥିଲା । କିନ୍ତୁ ଆସାମ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏବିଏସ୍‌ୟୁ ଆକ୍ରମଣାତ୍ମକ ଭାବେ ଜିଦଖୋର ହୋଇଉଠିଲା ଏବଂ ପରିଣାମତଃ, 1987 ମସିହା ମାର୍ଚ୍ଚରେ, ଆସାମକୁ ଦୁଇ ସମାନ ଭାଗ କରି (‘ଡିଭାଇଡ୍‌ ଆସାମ ଫିଫ୍‌ଟି-ଫିଫ୍‌ଟି)’ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ସହିତ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଲାଗି ସେମାନେ ଦାବି କଲେ । 1988 ମସିହାରେ ଏହି ଦାବିକୁ ଉନ୍ନୀତ କରାଇ ବୋଡ଼ୋଲ୍ୟାଣ୍ଡ ନାମକ ସ୍ବତନ୍ତ୍ର ପୂର୍ଣ୍ଣାଙ୍ଗ ରାଜ୍ୟ ଗଠନ ଦାବିରେ ପରିଣତ କରାଗଲା । ଏବିଏସ୍‌ୟୁର ପ୍ରତିଭାଶାଳୀ ସଭାପତି ସ୍ବର୍ଗତ ଉପେନ୍‌ ବ୍ରହ୍ମାଙ୍କ ନେତୃତ୍ବରେ ପରିଚାଳିତ ଆନ୍ଦୋଳନ ପ୍ରତି ବହୁସଂଖ୍ୟକ ବୋଡ଼ୋ ସମାଜରୁ ଅଭୂତପୂର୍ବ ସମର୍ଥନ ମିଳିଲା । ସେହି ସମୟରେ ପ୍ରାୟ ସବୁ ବୋଡ଼ୋ ବହୁଳ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ସଂଘଟିତ ହେଲା ଏବଂ ତା ସହିତ ସରକାରୀ ଦମନଲୀଳା ମଧ୍ୟ ଲାଗି ରହିଲା । ହେଲେ, ଉପେନ ବ୍ରହ୍ମାଙ୍କ ଅକାଳ ବିୟୋଗ ପରେ ପରେ ଏହି ଆନ୍ଦୋଳନ ଶିଥିଳ ହୋଇଗଲା ଏବଂ ଧୀରେ ଧୀରେ ଏହା ବୋଡ଼ୋ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ନାମକ ଏକ ଉଗ୍ରବାଦୀ ଗୋଷ୍ଠୀ କବଳକୁ ଚାଲିଗଲା । ପରେ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ୍‌ ଅଫ୍‌ ବୋଡ଼ୋଲ୍ୟାଣ୍ଡ୍‌ ନାମରେ ନାମିତ ହୋଇଥିବା ଏହି ଗୋଷ୍ଠୀ ଏକ ସାର୍ବଭୌମ ରାଷ୍ଟ୍ର ଗଠନ ଦାବି କରୁଥିଲା । କିନ୍ତୁ, ଘଟଣାଚକ୍ରର ଏଭଳି ଘନଘନ ପରିବର୍ତ୍ତନରେ ଅତିଷ୍ଠ ହୋଇ ସମସ୍ୟାର ସମାଧାନ ଲୋଡୁଥିବା ଏବିଏସ୍‌ୟୁ, 1993 ଫେବ୍ରୁଆରୀରେ କେନ୍ଦ୍ର ଏବଂ ଆସାମ ସରକାରଙ୍କ ସହ ଏକ ଚୁକ୍ତିନାମାରେ ସ୍ବାକ୍ଷର କଲା ।

ପୂର୍ଣ୍ଣାଙ୍ଗ ରାଜ୍ୟ ବଦଳରେ ବୋଡ଼ୋମାନଙ୍କ ପାଇଁ କେବଳ ଏକ ସ୍ବୟଂଶାସିତ ପରିଷଦ (ବୋଡ଼ୋ ଅଟୋନମସ୍‌କାଉନ୍‌ସିଲ) ଗଠନ ଲାଗି ଏହି ଚୁକ୍ତିନାମାରେ ପ୍ରସ୍ତାବ ରହିଲା । ବ୍ରହ୍ମପୁତ୍ରର ଉତ୍ତର କୂଳରେ ଗଠିତ ହେବାକୁ ଥିବାଏହି ପରିଷଦର ସଦର ମହକୁମା କୋକ୍ରାଝରରେ ରହିବ ବୋଲି ପ୍ରସ୍ତାବରେ କୁହାଗଲା । ଏହି ଅଞ୍ଚଳରେ ପଚାଶ ପ୍ରତିଶତରୁ ଅଧିକ ବୋଡ଼ୋ ରହୁଥିବା ସମସ୍ତ ଗାଁକୁ ବିଏସିରେ ସାମିଲ କରାଯିବ ବୋଲି ସ୍ଥିର କରାଗଲା । ଭୌଗୋଳିକ ସାନ୍ନିଧ୍ୟ ଦୃଷ୍ଟିରୁ, ସଂଖ୍ୟାନ୍ୟୂନ ବୋଡ଼ୋ ରହୁଥିବା, ଏମିତି କି ଆଦୌ ବୋଡ଼ୋ ନଥିବା ଗାଁଗୁଡ଼ିକୁ ବି ସାମିଲ କରିବା ଲାଗି ବ୍ୟବସ୍ଥା ରହିଲା । ଏହି ଅଞ୍ଚଳର ଅଣ-ବୋଡ଼ୋ ଅଧିବାସୀମାନେ ତୁରନ୍ତ ଏହା ବିରୋଧରେ ସ୍ବର ଉଠାଇଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହିଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଛି ।

କିନ୍ତୁ, ଖୁବ୍‌ ଶୀଘ୍ର ବିଏସିର ଶୀର୍ଷସ୍ଥାନୀୟ ନେତାଙ୍କ ମଧ୍ୟରେ ମତପାର୍ଥକ୍ୟ ପଦାକୁ ଆସିଲା । ଇତ୍ୟବସରରେ, ବୋଡ଼ୋମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଏନ୍‌ଡିଏଫ୍‌ବି, ରାଜ୍ୟ ଗଠନ ଆନ୍ଦୋଳନର ପ୍ରମୁଖ ଭାଗରେ ଥିବା ଏବିଏସ୍‌ୟୁ ନେତୃତ୍ବକୁ ସ୍ଥାନଚ୍ୟୁତ କରିସାରିଥିଲା । ପ୍ରାୟତଃ ସେହି ଏକା ସମୟରେ ବୋଡ଼ୋ ଲିବରେସନ୍‌ ଟାଇଗର୍‌ସ (ବିଏଲ୍‌ଟି) ନାମକ ଅନ୍ୟ ଏକ ସଶସ୍ତ୍ର ଗୋଷ୍ଠୀ କର୍ତ୍ତୃତ୍ବ ଜାହିର କରିଥିଲା । ଅନେକ ପର୍ଯ୍ୟବେକ୍ଷକ ବିଶ୍ବାସ କରନ୍ତି ଯେ ଏନ୍‌ଡିଏଫ୍‌ବିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବର ମୁକାବିଲା ସକାଶେ ରାଜ୍ୟ ସରକାରଙ୍କ କେତେକ ସଂସ୍ଥାରୁ ବିଏଲ୍‌ଟିକୁ ସହାୟତା ଓ ସମର୍ଥନ ମିଳୁଥିଲା । କୌତୁହଳର କଥା ଯେ, ଏନ୍‌ଡିଏଫ୍‌ବି ସାର୍ବଭୌମ ବୋଡ଼ୋଲ୍ୟାଣ୍ଡ ରାଷ୍ଟ୍ର ଗଠନ ପାଇଁ ଦାବି କରୁଥିବାବେଳେ ବିଏଲ୍‌ଟି ଭାରତୀୟ ସଂଘୀୟ ବ୍ୟବସ୍ଥା ଅନ୍ତର୍ଗତ ସ୍ବତନ୍ତ୍ର ବୋଡ଼ୋଲ୍ୟାଣ୍ଡ ରାଜ୍ୟ ଗଠନ ପାଇଁ ଦାବି କରୁଥିଲା ।

ରାଜ୍ୟ ଗଠନ ଆନ୍ଦୋଳନକୁ ନିଜ ନିୟନ୍ତ୍ରଣାଧୀନ କରିବା ଲାଗି, 1990 ଦଶକର ମଧ୍ୟଭାଗରୁ ବିଏଲ୍‌ଟି ଏବଂ ଏନ୍‌ଡିଏଫ୍‌ବି ତୀବ୍ର ପାରସ୍ପରିକ ବିବାଦରେ ଲିପ୍ତ ରହିଲେ । କିନ୍ତୁ ସେମାନଙ୍କର କାର୍ଯ୍ୟଶୈଳୀ ଥିଲା ଖୁବ ଭୟଙ୍କର । କାରଣ, ଅନେକ ସମୟରେ ସେମାନେ ଆଖିବୁଜି ହତ୍ୟା କରୁଥିଲେ ।

ବିଶେଷତଃ ସର୍ବସାଧାରଣ ସ୍ଥାନ, ଟ୍ରେନ୍‌ ପ୍ରଭୃତିରେ ବିସ୍ଫୋରଣ କରିବା ଯୋଗୁଁ ପ୍ରଭୂତ ଧନଜୀବନ ହାନି ଘଟୁଥିଲା । ବିଏଲ୍‌ଟି 1999 ଅଗଷ୍ଟରେ ସରକାରଙ୍କ ସହ ଯୁଦ୍ଧବିରତି ଘୋଷଣା କରିଥିଲା ଏବଂ ଆଉ କେତେକ ଗାଁ, ସହର ଏବଂ ଚା ବଗିଚାକୁ ସାମିଲ କରିବା ସହିତ ଅଧିକ ପ୍ରଶାସନିକ ଓ ଆର୍ଥିକ କ୍ଷମତା ହାସଲ କରି, ଶେଷରେ ବୋଡ଼ୋ ଟେରିଟୋରିଆଲ୍‌ କାଉନ୍‌ସିଲ (ବିଟିସି) ଗଠନ ପ୍ରସ୍ତାବରେ ରାଜି ହୋଇଥିଲା ।

ତଦନୁସାରେ, 2003 ଫେବ୍ରୁଆରୀରେ, ବିଏଲ୍‌ଟି କେନ୍ଦ୍ର ଓ ଆସାମ ସରକାରଙ୍କ ସହ ଏକ ଚୁକ୍ତିନାମାରେ ସ୍ବାକ୍ଷର କରିଥିଲା । 2003 ଡିସେମ୍ବରରେ, ବିଏଲ୍‌ଟିର ନେତା ହାଗ୍ରାମା ମୋହିଲାରୀ ବିଟିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସିଇଏମ୍‌) ଭାବରେ ଶପଥ ଗ୍ରହଣ କରିଥିଲେ । ବିଟିସିରେ ସାମିଲ ହୋଇଥିବା 3,082ଟି ଗାଁକୁ ନେଇ ଚାରିଟି ଜିଲ୍ଲା- କୋକ୍ରାଝର, ଉଦାଲଗୁଡ଼ି, ବାସ୍କା ଏବଂ ଚିରାଙ୍ଗ- ଗଠନ ଲାଗି ଚୁକ୍ତିନାମାରେ ବ୍ୟବସ୍ଥା ରହିଥିଲା ।

ଆସାମର ସାତଟି ଜିଲ୍ଲାର ଅଞ୍ଚଳକୁ ନେଇ ଏହି ଚାରିଟି ଜିଲ୍ଲା ଗଠିତ ହୋଇଥିଲା । ବିଟିସି ପରିସରଭୁକ୍ତ ଅଞ୍ଚଳକୁ କୁହାଗଲା ବୋଡ଼ୋଲ୍ୟାଣ୍ଡ ଟେରିଟୋରିଆଲ୍‌ ଏରିଆ ଡିଷ୍ଟ୍ରିକ୍‌ଟସ (ବିଟିଏଡି) । ଏଠାରେ ପ୍ରଣିଧାନଯୋଗ୍ୟ ଯେ, ବିଟିସି ଗଠନ ଲାଗି ଭାରତୀୟ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଥିବା ବ୍ୟବସ୍ଥାରେ ସଂଶୋଧାନ ଆବଶ୍ୟକ ହୋଇଥିଲା । ପ୍ରଥମ ଥର ପାଇଁ ସମତଳ ଭୂମିରେ ବସବାସ କରୁଥିବା ଏକ ଜନଜାତି ସଂପ୍ରଦାୟଙ୍କୁ କ୍ଷେତ୍ରୀୟ ସ୍ବାୟତ୍ତତା ପ୍ରଦାନ କରିବା ଲାଗି ବିଧି ବ୍ୟବସ୍ଥାର ପରିସର ସଂପ୍ରସାରିତ ହୋଇଥିଲା । ଏନ୍‌ଡିଏଫ୍‌ବି ଏହାକୁ ପ୍ରତ୍ୟାଖ୍ୟାନ କଲା ଏବଂ ସାର୍ବଭୌମ ବୋଡ଼ୋଲ୍ୟାଣ୍ଡ ଗଠନ ଲାଗି ଏହାର ଲଢ଼େଇ ଅବ୍ୟାହତ ରଖିଲା ।

ସେହି ସମୟରେ, ବିଟିସି ଅଞ୍ଚଳରେ ସାମିଲ କରାଯିବାକୁ ଥିବା ଉତ୍ତର-ପଶ୍ଚିମ ଆସାମର କେତେକ ଅଞ୍ଚଳରେ ବିଭିନ୍ନ ଅଣ-ବୋଡ଼ୋ ସଂପ୍ରଦାୟ ମଧ୍ୟରେ ବ୍ୟାପକ ପ୍ରତିବାଦର ସ୍ବର ଉଠିଲା । ଅଣ-ବୋଡ଼ୋ ସଂପ୍ରଦାୟ ମଧ୍ୟରୁ ମୁଖ୍ୟତଃ କୋଚ୍‌-ରାଜବଂଶୀ ଏବଂ ଆଦିବାସୀ ସଂପ୍ରଦାୟ ଆନ୍ଦୋଳନର ପୁରୋଭାଗରେ ରହିଲେ । ବିଟିସି ଗଠନ ଦ୍ବାରା ଏ ଅଞ୍ଚଳର ସଂଖ୍ୟାବହୁଳ ଅଣ-ବୋଡ଼ୋ ଲୋକଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ବୋଲି ସେମାନେ ମତ ଦେଲେ । ପରବର୍ତ୍ତୀ ସମୟରେ ବିଟିସି ଲୋକସଂଖ୍ୟାର ଏକ ବଡ଼ ଭାଗ ଅକ୍ତିଆର କରିଥିବା ପୂର୍ବତନ ପୂର୍ବ-ବଙ୍ଗର ମୂଳ ନିବାସୀ ମୁସଲମାନମାନେ ସେମାନଙ୍କ ସହ ଯୋଗ ଦେଲେ । କୌତୁହଳର କଥା ଯେ, ବିଟିସିର ମୋଟ ଲୋକସଂଖ୍ୟାର ପ୍ରାୟ ତିନି ଚତୁର୍ଥାଂଶ ଅଣ-ବୋଡ଼ୋ ସଂପ୍ରଦାୟକୁ ନେଇ ଗଠିତ । ବିଟିସିରେ ସେମାନଙ୍କ ରାଜନୈତିକ ଏବଂ ଅର୍ଥନୈତିକ ଅଧିକାରକୁ ଗୌଣ କରାଯାଇଛି ବୋଲି ତୀବ୍ର ଓ ମୁଖର ପ୍ରତିବାଦ କରିବା ସହିତ ନିଜ ଅଧିକାରର ସୁରକ୍ଷା ଲାଗି ସେମାନେ ଅଣ- ବୋଡ଼ୋ ଲୋକମାନଙ୍କର ଏକ ସାଧାରଣ ମଞ୍ଚରେ ଏକତ୍ର ହେଲେ । 2014 ଓ 2019 ସଂସଦୀୟ ନିର୍ବାଚନରେ ସେମାନଙ୍କ ମିଳିତ ସମର୍ଥିତ ପ୍ରାର୍ଥୀ ବୋଡ଼ୋ ରାଜନୀତିର କେନ୍ଦ୍ରସ୍ଥଳୀ ରୂପେ ପରିଗଣିତ କୋକ୍ରାଝରରୁ ନିର୍ବାଚିତ ହେଲେ ।

ବିଟିସି ପରିସରଭୁକ୍ତ କେତେକ ଅଞ୍ଚଳକୁ ସାମିଲ କରି ପୃଥକ୍‌ କାନ୍ତାପୁର ରାଜ୍ୟ ଗଠନ ଦିଗରେ ବିଭିନ୍ନ କୋଚ୍‌-ରାଜବଂଶୀ ସଂଗଠନ କରୁଥିବା ଦାବିକୁ ଦୃଷ୍ଟିରେ ରଖିଲେ, ହୁଏତ ଆଗକୁ ପରିସ୍ଥିତିର ଜଟିଳତା ବୁଝି ହେବ । ଏଭଳି ଏକ ପ୍ରେକ୍ଷାପଟରେ, ବୋଡ଼ୋଲ୍ୟାଣ୍ଡ ରାଜ୍ୟ ଗଠନ ଆନ୍ଦୋଳନର ଦୀର୍ଘସ୍ଥାୟୀ ସମାଧାନ ଦିଗରେ ନୂତନ ଶାନ୍ତି ଚୁକ୍ତିନାମା, ନୂତନ ଆଶା ଉଦ୍ରେକ କରୁଥିବା ବେଳେ ଏହା ଅନେକ ନୂତନ ଅନିଶ୍ଚିତତା ସଂପର୍କିତ ଆଶଙ୍କା ମଧ୍ୟ ସୃଷ୍ଟି କରିଛି । ଏହି ନୂତନ ଚୁକ୍ତିନାମା ସଂପର୍କରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା, ପୂର୍ବରୁ ସଂପାଦିତ ଚୁକ୍ତିନାମା ତୁଳନାରେ ଏହା ଏହି ଦୃଷ୍ଟିରୁ ଭିନ୍ନ ଯେ ଏଥିରେ ବୋଡ଼ୋଲ୍ୟାଣ୍ଡ ଆନ୍ଦୋଳନର ଅଗ୍ରଭାଗରେ ଥିବା ଭିନ୍ନ ଭିନ୍ନ ସଂଗଠନ ଏବଂ ସେସବୁରୁ ବିଭାଜିତ ଗୋଷ୍ଠୀର ପ୍ରତିନିଧିମାନେ ସ୍ବାକ୍ଷର କରିଛନ୍ତି । କୁହାଯାଉଛି, ସାର୍ବଭୌମ ରାଷ୍ଟ୍ର କିମ୍ବା ପୃଥକ୍‌ ରାଜ୍ୟ ଗଠନ ଦାବିରୁ ଓହରି ଯାଇ, ଚୁକ୍ତିନାମାରେ ପ୍ରସ୍ତାବିତ ବୋଡ଼ୋଲ୍ୟାଣ୍ଡ ଟେରିଟୋରିଆଲ୍‌ ରିଜିଅନ୍‌ (ବିଟିଆର୍‌) ଲାଗି ସେମାନେ ବଦ୍ଧପରିକର । ଆସାମର ବିଭାଜନ ଆଶଙ୍କାରେ ଆପାତତଃ ପୂର୍ଣ୍ଣଚ୍ଛେଦ ପକାଇଥିବାରୁ ଏହାକୁ ଚୁକ୍ତିନାମାର ବୃହତ୍‌ ସଫଳତା ରୂପେ ଉପସ୍ଥାପନ କରାଯାଉଛି । ଏହା ସହିତ, ଆଗକୁ ବିଟିଆର୍‌ ଅନ୍ତର୍ଭୁକ୍ତ ବୋଡ଼ୋ ଗାଁଗୁଡ଼ିକୁ ବିଟିସି କ୍ଷେତ୍ର ପରିସରଭୁକ୍ତ କରିବା ସହିତ ଅଣ-ବୋଡ଼ା ଗାଁଗୁଡ଼ିକୁ ଏହାର ପରିସରରୁ ବାଦ ଦେବା ଭଳି ସମ୍ଭାବିତ ପରିବର୍ତ୍ତନ ବିଷୟ ମଧ୍ୟ ଚୁକ୍ତିନାମାରେ ସ୍ଥାନିତ ହୋଇଛି । ଏହି ପ୍ରସଙ୍ଗ ପରଖିବା ଲାଗି ଏକ କମିଶନ ଗଠନ ବିଷୟରେ ମଧ୍ୟ ଚୁକ୍ତିନାମାରେ ବ୍ୟବସ୍ଥା ରହିଛି । ଗୌହାଟୀ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟଷତାରେ ଗଠିତ ହେବାକୁ ଥିବା ଏହି କମିଶନର ସଦସ୍ୟ ରୂପେ ଆସାମ ସରକାର, ବିଟିସି ଏବଂ ଏବିଏସ୍‌ୟୁର ପ୍ରତିନିଧିମାନେ ରହିବେ । ଆହୁରି ମଧ୍ୟ, ବିଟିଆର୍‌ ପରିସର ବାହାରେ ବସବାସ କରୁଥିବା ବୋଡ଼ୋମାନଙ୍କ ପାଇଁ ଏକ ଉନ୍ନୟନ ପରିଷଦ ଗଠନ ବ୍ୟବସ୍ଥା ଚୁକ୍ତିନାମାରେ ରହିଛି । କର୍ବି ଆଙ୍ଗଲଙ୍ଗ ଏବଂ ଦିମା ହାସାଓ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ବୋଡ଼ୋମାନଙ୍କୁ ଅନୁସୂଚିତ ଜନଜାତି (ପାର୍ବତ୍ୟାଞ୍ଚଳ) ମାନ୍ୟତା ପ୍ରଦାନ କରିବା ଚୁକ୍ତିନାମାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା । ଏସବୁ ବ୍ୟତୀତ, ବର୍ତ୍ତମାନର ବିଟିଏଡି ଅଞ୍ଚଳରେ କେନ୍ଦ୍ରୀୟ ପାଣ୍ଠି ବିନିଯୋଗ କରି ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନ ଏବଂ ଅନ୍ୟାନ୍ୟ ଉନ୍ନୟନ କାମ ସକାଶେ ଏହି ଚୁକ୍ତିନାମାରେ ଏକ ଉନ୍ନୟନ ପ୍ୟାକେଜ୍‌ ଘୋଷଣା କରାଯାଇଛି ।

ତଥାପି, ସର୍ବସାଧାରଣ ସ୍ଥାନରେ କେତେକ ବୋଡ଼ୋ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଏବଂ ମନ୍ତବ୍ୟ ବିନିମୟ ପ୍ରକାଶ୍ୟରେ ଲାଗି ରହିଛି । ଚୁକ୍ତିନାମା ସଂପାଦନରେ କେଉଁ ସଂଗଠନର ଶ୍ରେୟ ଅଧିକ, ସେ ବିଷୟରେ ମଧ୍ୟ କେତେକ ସ୍ଥାନରେ ହଟ୍ଟଗୋଳ ହୋଇଛି । ହେଲେ, ଚୁକ୍ତିନାମାର ମୁଖ୍ୟ ବିରୋଧୀ ରୂପେ ଉଭା ହୋଇଛନ୍ତି ବିଟିସିରେ ରହୁଥିବା ଅଣ-ବୋଡ଼ୋ ଅଧିବାସୀମାନେ । ବିଟିସିରେ ଅଣ-ବୋଡ଼ୋ ଲୋକଙ୍କ ମୁଖପାତ୍ର ଭୂମିକା ନିର୍ବାହ କରୁଥିବା କୋକ୍ରାଝର ସାଂସଦ ନବ କୁମାର ସରାନିଆ, ଚୁକ୍ତିନାମାରେ ଗାଁଗୁଡ଼ିକୁ ‘ସାମିଲ କରିବା ଓ ବାଦ୍‌ ଦେବା’ ବ୍ୟବସ୍ଥାକୁ ସମାଲୋଚନା କରିସାରିଛନ୍ତି । ତାଙ୍କ କହିବା କଥା ଯେ, ଷଷ୍ଠ ଅନୁସୂଚୀ ବହିର୍ଭୂତ କେତେକ ଜିଲ୍ଲା ସଂଲଗ୍ନ ଅଣ-ବୋଡ଼ୋ ଗାଁଗୁଡ଼ିକୁ ବାଦ୍‌ ଦେବା ପାଇଁ ଚୁକ୍ତିନାମାରେ କୁହାଯାଇଛି । ଏମିତି ହେଲେ ଅଳ୍ପ କେତେକ ଗାଁ ପ୍ରସ୍ତାବିତ ବିଟିଆର୍‌ରୁ ବାଦ୍‌ ପଡ଼ିବାକୁ ଯୋଗ୍ୟ ବିବେଚିତ ହେବେ ଏବଂ ଷଷ୍ଠ ଅନୁସୂଚୀରେ ନଥିବା କୌଣସି ଜିଲ୍ଲା ସଂଲଗ୍ନ ନ ହୋଇ ବିଟିସିରେ ଅନ୍ତର୍ଭୁକ୍ତ ସହସ୍ରାଧିକ ଗାଁ ବିଟିଆର୍‌ରେ ହିଁ ରହିବେ । ବିଟିସିରେ ରହୁଥିବା ସଂଖ୍ୟାବହୁଳ ଲୋକଙ୍କୁ ଅନ୍ଧାରରେ ରଖି ଏକପାଖିଆ ଭାବେ ଏହି ଚୁକ୍ତିନାମା ସଂପାଦିତ ହୋଇଛି ବୋଲି ସେ ଏହାକୁ ସମାଲୋଚନା କରିଛନ୍ତି । ବିଟିଆର୍‌ରେ ଥିବା ଗାଁଗୁଡ଼ିକୁ ସାମିଲ କରିବା ଏବଂ ବାଦ ଦେବା ପ୍ରକ୍ରିୟାର ପରୀକ୍ଷଣ ପାଇଁ ପ୍ରସ୍ତାବିତ କମିଶନରେ ବିଟିଏଡିରେ ଥିବା କୌଣସି ଅଣ-ବୋଡ଼ୋ ସଂଗଠନର ପ୍ରତିନିଧିଙ୍କୁ ସ୍ଥାନ ନଦେବା କଥାକୁ ସମାଲୋଚନା କରାଯାଇଛି । ବୋଡ଼ୋମାନଙ୍କୁ ଅନୁସୂଚିତ ଜନଜାତି (ପାର୍ବତ୍ୟାଞ୍ଚଳ) ମାନ୍ୟତା ପ୍ରଦାନକୁ ବିରୋଧ କରିସାରିଛି କର୍ବି ଷ୍ଟୁଡେଣ୍ଟ୍‌ସ ଆସୋସିଏସନ୍‌ । ସେମାନଙ୍କ କହିବା ଅନୁସାରେ, ସଂପ୍ରତି ଆସାମରେ ବସବାସ କରୁଥିବା ଜନଜାତିଙ୍କ ପ୍ରତି ଏହା ‘ଗୁରୁତର ବିପଦ’ ଆଶଙ୍କା ସୃଷ୍ଟି କରିବ । ଆସାମର ପ୍ରତିଟି ଲୋକ ଆଶା କରନ୍ତି ଯେ, ରାଜ୍ୟରେ ଦୀର୍ଘସ୍ଥାୟୀ ଶାନ୍ତି ଏବଂ ବିକାଶ ଲାଗି, ଦୀର୍ଘକାଳ ଧରି ଚାଲିଥିବା ବୋଡ଼ୋମାନଙ୍କର ବାସଭୂମି ଆନ୍ଦୋଳନର ପରିସମାପ୍ତି ହେଉ । ନୂତନ ଚୁକ୍ତିନାମା ସେହି ଆଶା ପୂରଣ ଦିଗରେ କିଛିଟା ଆଶ୍ବାସନା ଦିଏ ସତ, ହେଲେ, ଏଥିରେ କେତେକ ଗୁରୁତର ଦୋଷତ୍ରୁଟି ବି ଛପି ରହିଛି । କହିବା ଅନାବଶ୍ୟକ ଯେ, ଆଗାମୀ ଦିନରେ ଏହି ଦୋଷତ୍ରୁଟିକୁ ସୁଧାରିବା ଦିଗରେ କେଉଁ ପ୍ରକାରରେ ଏବଂ କେଉଁ ଢଙ୍ଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ ହିଁ ଏହି ନୂତନ ଚୁକ୍ତିନାମାର ଭାଗ୍ୟ ନିର୍ଭର କରେ ।

ଚନ୍ଦନ କୁମାର ଶର୍ମା, ପ୍ରାଧ୍ୟାପକ, ସମାଜ ବିଜ୍ଞାନ ବିଭାଗ

Intro:Body:

jkjkjkjk

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.