ଦେଶରେ କୋରୋନା ସଂକ୍ରମଣ ଏବେ କାୟା ବିସ୍ତାର କରିଛି । ଏ ଭିତରେ ୪ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି । ପ୍ରାୟ ୧୩ ହଜାର ୭୦୦ ଲୋକଙ୍କ ଜୀବନ କୋରୋନା ଆକ୍ରାନ୍ତ ହେତୁ ହାରିଛି । ଅବଶ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ଯତ୍ନବାନ ହୋଇଛନ୍ତି କିନ୍ତୁ ବାୟୁ ମଣ୍ଡଳରେ ଯେଉଁ ପରିବର୍ତ୍ତନ ଘଟୁଛି ଅର୍ଥାତ୍ ମୌସୁମୀ ବାୟୁ ପ୍ରବେଶ କରିବା ଆଦି କାରଣ ଏବେ ଏହି ସଂକ୍ରମଣକୁ ଅଧିକ ବିସ୍ତାର କରିବା ଆଶଙ୍କା ସୃଷ୍ଟି କରିଛି । ଯଦିବା ଅଳ୍ପ ଟିକିଏ ବି ଅବକାଶ ମିଳେ ତେବେ ବିଭିନ୍ନ ପ୍ରକାର ସଂକ୍ରମଣ ରୋଗ ଏହି ସମୟରେ ଆତଙ୍କ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ।
ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଗତ ବର୍ଷ ଅପେକ୍ଷା ଏବର୍ଷ ଦେଶରେ ସ୍ଵାଇନ୍ ଫ୍ଲୁ ( ଏଚ୧ଏନ୍୧) ଭୁତାଣୁ ସଂକ୍ରମଣ ଦୁଇଗୁଣିତ ହୋଇଛି । ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ ଓ ତାମିଲ୍ନାଡ଼ୂ ପ୍ରଭୃତ ରାଜ୍ୟରେ ସ୍ଵାଇନ୍ଫ୍ଲୁ ସଂକ୍ରମଣ ସର୍ବାଧିକ ରହିଛି । ଏବେ ମହାମାରୀ ସଂକ୍ରମଣ ଆରମ୍ଭ ହୋଇ ଯାଇଛି । କିନ୍ତୁ କୋରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ଅଞ୍ଚଳ ଅବରୋଧ ଏବଂ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଧ୍ୟାନ ଦେଉଥିବା ବେଳେ ଅନ୍ୟ ସଂକ୍ରମଣଶୀଳ ରୋଗର ସ୍ଥିତି ବାବଦରେ ଚିନ୍ତା କରୁ ନାହାଁନ୍ତି ।
ଅନ୍ୟ ସଂକ୍ରମଣ ରୋଗ ପାଇଁ ଦିଆଯାଉଥିବା ଟୀକାକରଣ ଏବଂ ରୋଗ ପ୍ରତିରୋଧକ କାର୍ଯ୍ୟକ୍ରମକୁ ଅବହେଳା କରିବା ଦ୍ଵାରା ସାଧାରଣ ସଂକ୍ରମଣ ରୋଗସବୁ ମଧ୍ୟ ଆସନ୍ତା ଦିନମାନଙ୍କରେ ଅତ୍ୟନ୍ତ ବିପଜ୍ଜନକ ହେବା ଆଶଙ୍କା ରହିଛି, ଏପରିକି ଏହା କୋରୋନା ଭୁତାଣୁ ସଂକ୍ରମଣଠୁ ବି ଅଧିକ ବଡ଼ ମହାମାରୀ ହୋଇପାରେ । ନହେଲେ କୋଭିଡ୍ ଆଉ ଏକ ଋତୁ ଭିତ୍ତିକ ରୋଗରେ ପରିଣତ ହୋଇପାରେ । ଡେଙ୍ଗୁ, ଚିକୁନ୍ଗୁନିଆ, ଡାଇରିଆ, ଟାଇଫଏଡ୍, ବିପଜ୍ଜନକ ଭାଇରାଲ୍ ଜ୍ବର, ହଇଜା, ମେନିଞ୍ଜାଇଟିସ୍, ଜଣ୍ଡିସ୍ ଏହି ବର୍ଷା ଋତୁରେ ସାଧାରଣ ହୋଇଥାଏ ଏବଂ ଜୀବନ ପ୍ରତି ବିପଦ ଥିବା ରୋଗ ସୃଷ୍ଟି କରିଥାଏ । କୋରୋନା ଲକ୍ଷଣ ଥିବା ରୋଗୀଙ୍କ ଦେହରେ ଡେଙ୍ଗୁ ସଂକ୍ରମଣ ଥିବା ପରିଲକ୍ଷିତ ହୋଇଛି ଏବଂ ମୁମ୍ବାଇରେ ଏହି ଘଟଣା ସାମ୍ନାକୁ ବି ଆସିଛି ।
ଶର୍ଦ୍ଦି, କାଶ ଏବଂ ଜ୍ବର ଭଳି ଲକ୍ଷଣ ଏବେ ସାରା ଦେଶରେ ଲୋକଙ୍କୁ ଆତଙ୍କିତ କରୁଛି ଯେତେବେଳେ ଏହି ଋତୁରେ ଏପରି ଲକ୍ଷଣ ଦେଖାଯିବା ଏକ ସ୍ଵାଭାବିକ ଘଟଣା । ପାଞ୍ଚ ସପ୍ତାହ ପୂର୍ବେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ, ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ଉଚିତ ଏବଂ ଏହି ବର୍ଷା ଋତୁରେ ଦେଖାଦେଉଥିବା ଅଣ କୋରୋନା ରୋଗକୁ ଦୂର କରିବା ପାଇଁ ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ । କୋଭିଡ୍ ସଂଖ୍ୟା ଏବେ ଅଧିକ ଖରାପ ହେବାରେ ଲାଗିଛି-ଯେତେବଳେ ବିଷାକ୍ତ ଜ୍ବର ସରକାରଙ୍କ ପାଇଁ ଏକ ଆହ୍ବାନ ହୋଇ ଠିଆ ହୋଇଛି!
ଜାନୁୟାରୀ ପ୍ରାରମ୍ଭରେ, କେନ୍ଦ୍ର ସରକାର ଖାଦ୍ୟ, ପାଣି, ପବନ ଏବଂ କୀଟାଣୁ ବାହିତ ରୋଗର ମୁକାବିଲା କରିବା ଲାଗି ଷ୍ଟେଟ୍ ଅଫ୍ ଦି’ ଆର୍ଟ ବ୍ୟବସ୍ଥା ପ୍ରତିଷ୍ଠା ଆବଶ୍ୟକତା ଅନୁଭବ କରିଥିଲେ । ଏହି ସଂକ୍ରମଣଶୀଳ ରୋଗଗୁଡ଼ିକ ଭିତରେ ଡେଙ୍ଗୁ, ମ୍ୟାଲେରିଆ, ଚିକୁନଗୁନିଆ, ଡାଇରିଆ, ଜଣ୍ଡିସ୍ ଓ ଟାଇଫଏଡ୍ ଭଳି ସଂକ୍ରମଣଶୀଳ ରୋଗ ସାମିଲ୍ ।
ଏହିଭଳି ସଂକ୍ରମଣ ଏବଂ ଡାଏବେଟିସ୍ ଓ ରକ୍ତଚାପ ଭଳି ଜୀବନଧାରା ସମ୍ପର୍କିତ ରୋଗଗୁଡ଼ିକର ମୁକାବିଲା କରିବା ଲାଗି ଜାତୀୟ ସ୍ଵାସ୍ଥ୍ୟ ମିଶନ ଚିକିତ୍ସା କ୍ଷମତା ହସ୍ତନ୍ତେର କରିବା ପାଇଁ ସୂଚିତ କରିଛନ୍ତି । ଅଣ କ୍ଲିନିକ୍ କ୍ଷେତ୍ରର ଏହି ରୋଗ ଚିକିତ୍ସା ଲାଗି ଜନସ୍ଵାସ୍ଥ୍ୟ କ୍ଷେତ୍ରରେ ଡିଗ୍ରୀ ହାସଲ କରିଥିବା ଚିକିତ୍ସକଙ୍କୁ କ୍ଷମତା ଦେବା ପାଇଁ ମିଶନ ପ୍ରସ୍ତାବ ରଖିଛନ୍ତି । ସମ୍ପ୍ରତିକ ସ୍ଥିତିରେ କୋରୋନା ନିୟନ୍ତ୍ରଣ ଓ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ହୋଇଥିବା ଚିକିତ୍ସା କ୍ଷେତ୍ର ଏବଂ ଲକ୍ଡାଉନ୍ ହେତୁ ସରକାରୀ ସ୍ତରରେ କଳା-ଜ୍ବର, ଫାଇଲେରିଆ ଏବଂ ଅନ୍ୟ ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇଛି । ପ୍ରତିବର୍ଷ ଦେଶରେ ୪୦ ଲକ୍ଷରୁ ଅଧିକ ଲୋକ ଟ୍ୟୁବରକ୍ୟୁଲୋସିସ୍ ବା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ।
ସେହିପରି ମ୍ୟାଲେରିଆ ଆକ୍ରାନ୍ତ ମଧ୍ୟ ବ୍ୟାପକ ରହିଛି । ଗ୍ଲୋବାଲ୍ ବର୍ଡନ୍ ଅଫ ଡିଜିଜ୍ (ଜିବିଡି ମ୍ୟାଗାଜିନ୍) ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଦିନ ୧୧ହଜାର ଲୋକ ବିଭିନ୍ନ ଜୀବନ ପ୍ରତି ବିପଦ ଥିବା ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ତେଲେଙ୍ଗାନା ହାଇକୋର୍ଟ ଯିଏ ଦେଶରେ ବଢ଼ୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପ୍ରତି ଉଦ୍ବେଗ ଜଣାଇଛନ୍ତି । ଏହା ସିଧା ସଳଖ କହିଛନ୍ତି ଯେ, ଏହି ରୋଗରେ ମୃତ୍ୟୁ ଘଟୁଥିବା ପ୍ରତିଟି ରୋଗୀଙ୍କ ପରିବାରକୁ କ୍ଷତିପୂରଣ ବ୍ୟବସ୍ଥା କରାଯାଉ ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସୁବିଧା ବ୍ୟବସ୍ଥା କରାଯାଉ। ଏହା ସତ୍ୟ ଯେ, ବର୍ଷା ଋତୁ ଆରମ୍ଭରେ ବିଭିନ୍ନ ସ୍ଥାନରେ ସଷ୍ଟି ହୋଇଥିବା ମଶା ପ୍ରଜନନ ସ୍ଥଳକୁ ଧ୍ବଂସ କରିବା ଏବଂ ପରିବେଶକୁ ଆବଶ୍ୟକତା ଅନୁସାରେ ପରିମଳ ରଖିବା ହେଉଛି ସରକାରଙ୍କ ଆଗରେ ଏକ ଅତ୍ୟାବଶ୍ୟକ କାର୍ଯ୍ୟ। ସରକାରୀ ଡାକ୍ତରଖାନା ଏବଂ କ୍ଲିନିକ୍ରେ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍ଙ୍କ ଅଭାବ ଏକ ତିକ୍ତ ବାସ୍ତବତା ସୃଷ୍ଟି କରୁଛି ।
ଯଦିଓ କୋରୋନା ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବାଧ୍ୟତା ମୂଳକ ପଦକ୍ଷେପ ଯେମିତି ମାସ୍କ ପିନ୍ଧିବା ଓ ହାତ ଧୋଇବା କିଛି ପରିମାଣରେ ସୁରକ୍ଷା ଦେଉଛି, କିନ୍ତୁ ଆଖପାଖ ଅଞ୍ଚଳକୁ ସଫାସୁତୁରା ରଖିବା ଏବଂ ଏହାକୁ ମଶାଙ୍କ କବଳରୁ ମୁକ୍ତି ଦେଇ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ଏହା ଏକ ନିୟମ ଯାହାକୁ ଆମେ ସମସ୍ତେ ଇଚ୍ଛାକୃତ ଭାବେ ପାଳନ କରିବା ଉଚିତ । ଏଥିରେ ବିଫଳ ହେବା ଆଦୌ ଉଚିତ ନୁହେଁ ।