ETV Bharat / bharat

ମୁଁ ବିଜେପି ଛାଡ଼ିବାର ମୁଖ୍ୟ କାରଣ ହେଉଛନ୍ତି ଫଡନାଭିସ: ଖଡସେ - devendra fadanvis says khadse

ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଏକନାଥ ଖଡ଼ସେ। ତେବେ ଦଳ ଛାଡ଼ିବାର ମୁଖ୍ୟ କାରଣ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବୋଲି କହିଛନ୍ତି ଖଡସେ। ଅଧିକ ପଢ଼ନ୍ତୁ....

ମୁଁ ବିଜେପି ଛାଡ଼ିବାର ମୁଖ୍ୟ କାରଣ ହେଉଛନ୍ତି ଫଡନବିସ: ଖଡସେ

author img

By

Published : Oct 23, 2020, 6:26 AM IST

ମୁମ୍ବାଇ: ଗତକାଲି(ବୁଧବାର) ବିଜେପିରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ଏକନାଥ ଖଡ଼ସେ। 40 ବର୍ଷ ବିଜେପି ପାଇଁ କାର୍ଯ୍ୟ କରିବା ପରେ ସେ ଦଳକୁ ବାଏ ବାଏ କହିଛନ୍ତି। ଇସ୍ତଫା ଦେବା ପଛର ମୁଖ୍ୟ କାରଣ ଦେବେନ୍ଦ୍ର ଫଡ଼ନାଭିସ ବୋଲି କହିଛନ୍ତି ଖଡସେ। ଏନେଇ ସେ ଏକ ସାକ୍ଷାତକାରରେ ସିଧାସଳଖ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି।

ସାକ୍ଷାତକାରରେ ଏକନାଥ ଖଡ଼ସେ କହିଛନ୍ତି ଯେ, "ମୁଁ 40 ବର୍ଷ ବିଜେପି ପାଇଁ କାମ କରିଛି। ଏହି ସମୟରେ ଦଳ ମୋତେ ବହୁତ କିଛି ଦେଇଛି। ତେବେ ଗତ 4 ବର୍ଷ ଅଧିକ ମୁଁ ଦଳ ପାଇଁ ଅଲୋଡ଼ା ହୋଇ ପଡ଼ିଥିଲି। ଏହାର ମୁଖ୍ୟ କାରଣ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ମୋତେ ମାନସିକ ଭାବେ ହଇରାଣ କରିଛନ୍ତି। ମୋ ସହ ଦଳ ଅନ୍ୟାୟ କରିଥିଲା। ଏନେଇ ବହୁବାର ମୁଁ ଦଳୀୟ ସଭାପତିଙ୍କୁ ଜଣାଇଥିଲି। ତେବେ କିଛି ଲାଭ ହୋଇନଥିଲା। ଶେଷରେ ନ୍ୟାୟ ନପାଇ ବିଜେପି ଦଳ ସହ ସମ୍ପର୍କ ଛିନ୍ନ କରିଛି।"

ମୁଁ ବିଜେପି ଛାଡ଼ିବାର ମୁଖ୍ୟ କାରଣ ହେଉଛନ୍ତି ଫଡନବିସ: ଖଡସେ
ମୁଁ ବିଜେପି ଛାଡ଼ିବାର ମୁଖ୍ୟ କାରଣ ହେଉଛନ୍ତି ଫଡନବିସ: ଖଡସେ

ବିଜେପି ଛାଡ଼ିବା ପୂର୍ବରୁ ଏକନାଥ ଖଡସେ ନିଜ ସମର୍ଥକଙ୍କ ପରାମର୍ଶ ନେଇଥିବା କଥ କହିଛନ୍ତି। ସମର୍ଥକଙ୍କ ସହମତି ପରେ ଦଳକୁ ବିଦାୟ କହିଛନ୍ତି। ତେବେ ଏନସିପିରେ ଯୋଗ ଦେବା ସମ୍ପର୍କରେ ଏକନାଥ ଖଡ଼ସେ କହିଛନ୍ତି ଯେ, "କୌଣସି ପଦ ପଦବୀ ଆଶାରେ ମୁଁ ଏନସିପିରେ ଯୋଗ ଦେଉନାହିଁ। ନିଜ ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ ଏନସିପିରେ ଯୋଗ ଦେଉଛି ବୋଲି ସେ କହିଛନ୍ତି।"

ଏକନାଥ ଖଡସେଙ୍କ ସହ ବହୁ ପୂର୍ବତନ ବିଧାୟକ ଏନସିପିରେ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଏହାସହ ଜାଲାଗାଁଓର ବହୁ ବିଶିଷ୍ଠ ଖଡ଼ସେଙ୍କ ସହ ଯୋଗ ଦେବେ। ଜାଲାଗାଁଓ ଦୁଗ୍ଧ ସଂଘର ସଭାପତି ରୋହିନୀ ଖାଡସେ ଏବଂ ତାଙ୍କ ପତ୍ନୀ ମନ୍ଦାକିନି ଖଡସେ ମଧ୍ୟ ଏନସିପିରେ ଯୋଗ ଦେବେ। ଏକନାଥ ଖଡସେ ଓ ତାଙ୍କ ସମର୍ଥକ ଗୁରୁବାର ମୁମ୍ବାଇ ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.