ETV Bharat / bharat

ଖୋଲିଲା ଦେଶର ସର୍ବବୃହତ୍ତ ସିନେମା ହଲ, ଏକାଠି ଦେଖିବେ 656 ଦର୍ଶକ - largest multiplex theater

ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲାରେ ଶୁକ୍ରବାର ଦେଶର ସବୁଠାରୁ ବୃହତ୍ତ ମଲ୍ଟିପ୍ଲେକ୍ସ ଥିଏଟରର  ଶୁଭାରମ୍ଭ ହୋଇଛି । 40 କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଏହି ଥିଏଟରକୁ ସାଉଥ୍ ସୁପର ଷ୍ଟାର ରାମ ଚରଣ ଉଦ୍‌ଘାଟନ କରିଛନ୍ତି ।

ଫାଇଲ ଫଟୋ
author img

By

Published : Aug 30, 2019, 5:15 PM IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲାରେ ଶୁକ୍ରବାର ଦେଶର ସବୁଠାରୁ ବୃହତ୍ତ ମଲ୍ଟିପ୍ଲେକ୍ସ ଥିଏଟରର ଶୁଭାରମ୍ଭ ହୋଇଛି । 40 କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଏହି ଥିଏଟରକୁ ସାଉଥ୍ ସୁପର ଷ୍ଟାର ରାମ ଚରଣ ଉଦ୍‌ଘାଟନ କରିଛନ୍ତି । ତେବେ ଉଦଘାଟନ ପରେ ଆଜି ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ଫିଲ୍ମ ସାହୋର ସ୍କ୍ରିନିଂ ଏଠାରେ କରାଯାଇଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ନେଲ୍ଲୋର ଜିଲ୍ଲାର ପିଣ୍ଡିପାଲେମ ଗ୍ରାମରେ ନିର୍ମାଣ ହୋଇଥିବା ଏହି ଥିଏଟରକୁ ବାମିକୃଷ୍ଣା ରେଡ୍ଡି ଏବଂ ପ୍ରମୋଦ ୟୁଭି କ୍ରିଏସନ୍ କମ୍ପାନୀର ସହଭାଗିତାରେ କରାଯାଇଛି । ଏହା ଏସିଆ ମହାଦେଶର ତୃତୀୟ ବଡ ମଲ୍ଟିପ୍ଲେକ୍ସ । ଯାହାର ସ୍କ୍ରିନ୍ 100 ଫିଟ୍ ଲମ୍ବ 54 ଫୁଟ୍ ଓସାର ବିଶିଷ୍ଟ । 656 ଆସନ ବିଶିଷ୍ଟ ଏହି ଥିଏଟରରେ 3-ଡି ସାଉଣ୍ଡ ସିଷ୍ଟମର ସୁବିଧା ଉପଲବ୍ଧ ରହିଛି ।

ଏହି ଥିଏଟର ସିନେମା ଇତିହାସରେ ସ୍ମରଣୀୟ ରହିବ ବୋଲି ରାମ ଚରଣ କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସାହୋ ଫିଲ୍ମର କ୍ରୃ-ମେମ୍ବରଙ୍କ ସମେତ ଫିଲ୍ମ ଜଗତର ଅନେକ ବଡ ବଡ ତାରକା ଯୋଗ ଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.