ଅମରାବତୀ: ବିଶାଖାପଟନମ୍ ପୋର୍ଟ ଟ୍ରଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ସର୍ବ ବୃହତ କାର୍ଗୋ ଜାହାଜ ଚଳାଚଳ କରିଛି । ଯାହାର ନାମ ଏମ.ଟି ଓଏସଏଲଓ । ଯାହାଜର ଲମ୍ବ 229.20 ମିଟର ଥିବା ବେଳେ ଏହାର ଓସାର 38 ମିଟର ବୋଲି ଜଣା ପଡିଛି । ଏହା ବିଶାଖାପାଟନମ ବନ୍ଦର ଇତିହାସରେ ସର୍ବବୃହତ ମାଲବାହୀ ଜାହଜ ବୋଲି କୁହାଯାଉଛି ।
ଏହି ବିଶାଳକାୟ ଜାହାଜକୁ କ୍ୟାପ୍ଟେନ ବିଜୟ ପ୍ରାସାଗ ଶର୍ମା ଚଳାଇଥିଲେ । ଯାହା ଷ୍ଟିମ କୋଇଲା ଧରି ସିଙ୍ଗାପୁରରୁ ବିଶାଖାପାଟନମ ଅଭିମୁଖେ ଯାତ୍ରା କରିଥିଲା । ଏହା ଶାରଦା ମେଟାଲ୍ ଏବଂ ଶାରଦା ଏନର୍ଜି ଆଣ୍ଡ ମିନେରାଲ୍ସ କମ୍ପାନୀ ପାଇଁ ଦ୍ରବ୍ୟ ଧରି ଫେରୁଥିବା ସୂଚନା ରହିଛି ।
ଏହିପରି ଭାରି ତଥା ବୃହତ ଜାହାଜ ପରିଚାଳନା ବିଶାଖାପାଟନମ ବନ୍ଦରରେ ପ୍ରଥମଥର ହୋଇଥିବା ବେଳେ ଏହି ପରୀକ୍ଷଣ ସହ ବନ୍ଦରର ଆଭ୍ୟନ୍ତରୀଣ ହର୍ବରରେ ଏହି ପ୍ରକାରର ଭାରୀ ଏବଂ ବୃହତ କାର୍ଗୋ ଜାହାଜ ପରିଚାଳନା କରିବାକୁ ସିମୁଲେସନ୍ ଅଧ୍ୟୟନ ସଫଳତାର ସହ ଶେଷ ହୋଇଛି ।
ଏହି ଅଧ୍ୟୟନ ପରେ ପ୍ରାୟ 90 ହଜାର ଏମ.ଟି କାର୍ଗୋ ବିଶିଷ୍ଟ ବୃହତ ଜାହାଜ ବିଶାଖାପାଟନମରେ ପହଞ୍ଚିଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ