ETV Bharat / bharat

19 ଥର ପଜିଟିଭ ପରେ କେରଳରେ ଯୁବକଙ୍କ ରିପୋର୍ଟ ଆସିଲା ନେଗେଟିଭ - କେରଳରେ ଯୁବକଙ୍କ ରିପୋର୍ଟ 19 ଥର ପଜିଟିଭ ପରେ ଆସିଲା ନେଗେଟିଭ

କେରଳର ମାଲାପୁରାମର ଜଣେ ଯୁବକ ଲଣ୍ଡନରୁ ଭାରତରେ ପହଞ୍ଚିବା ପରେ ତାଙ୍କ ନିକଟରେ କୋଭିଡ -19 ର ଲକ୍ଷଣ ଦେଖାଯାଇଥିଲା । ଏହା ପରେ 18 ମାର୍ଚ୍ଚରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୋଭିଡ-19 ସଂକ୍ରମିତଙ୍କ ରିପୋର୍ଟ 19 ଥର ପଜିଟିଭ ପରେ ନେଗେଟିଭ ଆସିଛି । ଅଧିକ ପଢନ୍ତୁ...

କେରଳରେ ଯୁବକଙ୍କ ରିପୋର୍ଟ 19 ଥର ପଜିଟିଭ ପରେ ଆସିଲା ନେଗେଟିଭ

author img

By

Published : Apr 28, 2020, 9:25 AM IST

ଥିରୁଅନନ୍ତପୁରମ: ପ୍ରତିଦିନ ଦେଶରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏସବୁ ମଧ୍ୟରେ ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି ଯାହା ସରକାର ଏବଂ ଡାକ୍ତରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେହିପରି କେରଳର କୋଚିରେ ଏପରି ଏକ ମାମଲା ଦେଖିବାକୁ ମିଳିଥିଲା, ଯେଉଁଠାରେ ଜଣେ ଯୁବକଙ୍କ କୋରୋନା ପଜିଟିଭ୍ ରିପୋର୍ଟ 19 ଥର ପଜିଟିଭ୍ ଆସିଥିବା ପରେ ତାର ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଥିଲା । ବର୍ତ୍ତମାନ ଯୁବକ ଜଣକ ସୁସ୍ଥ ଥିବା କୁହାଯାଉଛି ।

ଯୁବକ ଜଣକ 41 ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ସେ ଗତ ମାସରେ ଲଣ୍ଡନରୁ ଫେରିଥିବା ଜଣାପଡିଛି । ମାଲାପୁରାମର ଏହି ଯୁବକ ଲଣ୍ଡନ ରୁ ଭାରତରେ ପହଞ୍ଚିବା ପରେ ତାଙ୍କ ନିକଟରେ କୋଭିଡ -19 ର ଲକ୍ଷଣ ଦେଖାଯାଇଥିଲା । ଏହା ପରେ 18 ମାର୍ଚ୍ଚରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋଚି ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଥୋମାସ ମାଥ୍ୟୁ କହିଛନ୍ତି ଯେ ଯୁବକଙ୍କୁ 19 ଥର ଯାଞ୍ଚ କରାଯାଇଥିଲା ଏବଂ ପ୍ରତ୍ୟେକ ଥର ରିପୋର୍ଟଟି ପଜିଟିଭ ଆସିଥିଲା। ପରେ ଉକ୍ତ ଯୁବକଙ୍କର ରିପୋର୍ଟ ନେଗେଟିଭ ଆସିଥଲା, ଯାହାକୁନେଇ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ତେବେ ଯେଉଁ ଅଞ୍ଚଳରେ କୋରୋନା ସଂକ୍ରମଣ ସଂପୂର୍ଣ୍ଣଭାବେ ଲୋପ ହେବ ବୋଲି କୁହାଯାଉଥିଲା, କୋରୋନା ପୁଣି ଥରେ ସେହି ସ୍ଥାନରେ ଆତଙ୍କ ଖେଳାଇଛି । କେରଳର ଇଡୁକି ଏବଂ କୋଟାୟାମରେ ହୋଇଥିବା ଅନୁସନ୍ଧାନ ସମୟରେ 11ଜଣ କୋରୋନା ପଜିଟିଭ୍ ଥିବା ଜଣାପଡିଛି ଏବଂ ସେମାନଙ୍କ ସମ୍ପର୍କରେ ଆସିଥିବା ଆଉ 7 ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଇଡୁକିର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଏବଂ କୋଟାୟାମର ଦୁଇଜଣ ନର୍ସ ମଧ୍ୟ ସାମିଲ ଅଛନ୍ତି ।

ବର୍ତ୍ତମାନ ରାଜ୍ୟରେ ସମୂଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 482 ଛୁଇଁଥିବାବେଳେ,4 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 355 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ123 ଜଣ ସକ୍ରିୟ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.