ETV Bharat / bharat

ଭାରତରୁ ନିଖୋଜ ହେଉଛନ୍ତି ହଜାର ହଜାର ଲୋକ, ଦଣ୍ଡ ସଂହିତାରେ ଏଯାଏଁ ନାହିଁ ଦଣ୍ଡବିଧାନ - Enforced Disappeared

ପ୍ରତିବର୍ଷ ଆନ୍ତର୍ଜାତୀୟ ବାଧ୍ୟତାମୂଳକ ନିଖୋଜ ପୀଡିତ ଦିବସ ପାଳନ କରାଯାଇଥାଏ । ଏହି ଦିନ ନିଖୋଜ ହୋଇଯାଉଥିବା କିମ୍ବା ଅନ୍ୟ ଦେଶରେ ପୀଡିତ ଥିବା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ।

ବାଧ୍ୟତାମୂଳକ ନିଖୋଜ
ବାଧ୍ୟତାମୂଳକ ନିଖୋଜ
author img

By

Published : Sep 5, 2020, 4:05 PM IST

ହାଇଦ୍ରାବାଦ: ପ୍ରତିବର୍ଷ ଆନ୍ତର୍ଜାତୀୟ ବାଧ୍ୟତାମୂଳକ ନିଖୋଜ ପୀଡିତ ଦିବସ ପାଳନ କରାଯାଇଥାଏ । ଏହି ଦିନ ନିଖୋଜ ହୋଇଯାଉଥିବା କିମ୍ବା ଅନ୍ୟ ଦେଶରେ ପୀଡିତଙ୍କ ପାଇଁ ଉତ୍ସର୍ଗୀକୃତ ।

ବାଧ୍ୟତାମୂଳକ ନିଖୋଜ କ'ଣ ?

କାହାର ଇଚ୍ଛା ବିରୋଧରେ କାହାକୁ ଗାଏବ କରିବା ବାଧ୍ୟତାମୂଳକ ନିରୁଦ୍ଧିଷ୍ଟ କିମ୍ବା ନିଖୋଜ ବୋଲି କୁହାଯାଏ । କାହାକୁ ଇଚ୍ଛା ବିରୋଧରେ ବନ୍ଦୀ କରିବା, ଅପହରଣ କରିବା ଓ ନଜରବନ୍ଦୀ କରିବା ଆଦି ଏଥିରେ ସମ୍ପୃକ୍ତ । ବାଧ୍ୟତାମୂଳକ ନିଖୋଜ କରିବା ଏକ ଅପରାଧ । ଏହା କାରାଗାର କିମ୍ବା ନ୍ୟାୟିକ ବ୍ୟବସ୍ଥାଠାରୁ ଭିନ୍ନ । ପରିବାରର ଭାବନା ଆଶା ଓ ନିରାଶା ମଧ୍ୟରେ ସୀମିତ ରହିଯାଏ ଓ ଯାହା ମାନସିକ ନିର୍ଯ୍ୟାତନା ସହ ସମାନ ।

ବାଧ୍ୟତାମୂଳକ ନିଖୋଜ ବିରୋଧରେ ଅନ୍ତର୍ଜାତୀୟ ନିୟମ:-

ଅଚାନକ ନିଖୋଜ କରିବା କିମ୍ବା ଅପହରଣ କରିବା ମାନବିକ ଅଧିକାରର ଖଣ୍ଡନ । ମାନବିକତା ପ୍ରତି ଏହା ଅପରାଧ ବୋଲି କୁହାଯାଇଥାଏ । The International Convention for All Proteins of All Persons from Enforced Disappearance (2010) ସମସ୍ତ ରାଜ୍ୟକୁ ଏହା ବିରୋଧରେ ଲଢେଇ କରିବାକୁ ବାଧ୍ୟ କରିଥାଏ । ଏହାଛଡା United Nations Declaration on the Protection of All Persons from Enforced Disappearance (1992), Inter-American Convention on Forced Disappearance of Persons (1994) ଓ•Statute of the International Criminal Court (1998) ମଧ୍ୟ ସମସ୍ତ ଦେଶକୁ ଏଭଳି ମାନବ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାହାସ ଦେଇଥାଏ ।

ଏହାସହ ଅନ୍ତର୍ଜାତୀୟ ସ୍ତରରେ ଆପଣ କୌଣସି ବ୍ୟକ୍ତିର ନିଖୋଜ ହେବା ମାମଲା ଉଠାଇପାରିବେ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ୟୁନାଇଟେଡ୍ ନେସନର ଅନେକ ସଂଗଠନ ରହିଛି । ଏହାସହ ୟୁରୋପିଆନ୍ କୋର୍ଟ ଅଫ୍ ହ୍ୟୁମାନ୍ ରାଇଟ୍ସ, ଆଫ୍ରିକାନ୍ କମିଶନ୍ ଅନ୍ ହ୍ୟୁମାନ୍ ଆଣ୍ଡ ପିପୁଲ୍ସ ରାଇଟ୍ସ, ଇଣ୍ଟର-ଆମେରିକାନ୍ କମିଶନ ଅନ୍ ହ୍ୟୁମାନ୍ ରାଇଟ୍ସ କାର୍ଯ୍ୟ କରୁଛି ।

ବାଧ୍ୟତାମୂଳକ ନିଖୋଜର ସମସ୍ୟା:

  1. ଏହା ଦ୍ବାରା ସମାଜ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥାଏ । ବ୍ୟକ୍ତି ନିଜକୁ ସମାଜ ମଧ୍ୟରେ ଅସୁରକ୍ଷିତ ଭାବେ । ଏହା ଦ୍ବାରା ପରିବାର ପ୍ରତି ମଧ୍ୟ ଗଭୀର ଆଘାତ ଲାଗିଥାଏ ।
  2. ମାନବିକ ଅଧିକାର ପାଇଁ ଲଢୁଥିବା ବ୍ୟକ୍ତି, ଗାଏବ ହୋଇଯାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ, ଗାଏବ ବ୍ୟକ୍ତି ପାଇଁ ଲଢୁଥିବା ଓକିଲ ପ୍ରତି ମଧ୍ୟ ଭୟ ରହିଥାଏ ।
  3. ବିଶ୍ବରେ ସର୍ବାଧିକ ପୁରୁଷଙ୍କୁ ହିଁ ଅପହରଣ କରାଯାଇଥାଏ ।
  4. ଗାଏବ ହେଉଥିବା ପ୍ରାୟ ବ୍ୟକ୍ତିଙ୍କୁ କଏଦୀ ଭାବରେ ରଖାଯାଏ । ବିନା ଗିରଫଦାରୀରେ ସେମାନଙ୍କୁ ଏକ ପ୍ରକାର ଗିରଫ କରାଯାଇଥାଏ ।
  5. ଗାଏବ ହେଉଥିବା ବ୍ୟକ୍ତିଙ୍କୁ ମାନସିକ, ଶାରୀରିକ ଯନ୍ତ୍ରଣା ଦିଆଯିବାର ଅନେକ ସୁଯୋଗ ରହିଛି ।
  6. ଏଥିରେ ସର୍ବାଧିକ ପୀଡିତ ହିଁ କ୍ଷତିଗ୍ରସ୍ତ ହୋଇଥାଏ । ପରିବାର ପାଖରେ ଖବର ନଥାଏ କି ସେ କେଉଁଠାରେ ଅଛି, ଏପରିକି ଅନେକ କ୍ଷେତ୍ରରେ ନିଜେ ମଧ୍ୟ ଜାଣିନଥାଏ ସେ କେଉଁଠି ।

କେଉଁଠାରେ ସର୍ବାଧିକ ବାଧ୍ୟତାମୂଳକ ନିଖୋଜ:-

  • ସିରିୟା- 2011ରୁ ଏପର୍ଯ୍ୟନ୍ତ ପ୍ରାୟ 82 ହଜାର ଲୋକେ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକ ପ୍ରକାର ଅଦୃଶ୍ୟ ଅଛନ୍ତି । 2 ହଜାରରୁ ଅଧିକ ବ୍ୟକ୍ତି ସଶସ୍ତ୍ର ବିରୋଧୀ ଦଳ ଓ ନିଜକୁ ଇସଲାମିକ୍ ଷ୍ଟେଟ୍ ବୋଲି କହୁଥିବା ସଶସ୍ତ୍ର ଗୋଷ୍ଠୀ ଦ୍ବାରା ଗିରଫ ହେବା ପରେ ନିଖୋଜ ହୋଇଯାଇଛନ୍ତି ।
  • ଶ୍ରୀଲଙ୍କା-ଶ୍ରୀଲଙ୍କାରେ ସର୍ବାଧିକ ଲୋକ ଗାଏବ ରହିଛନ୍ତି । 1980 ପରଠାରୁ ପ୍ରାୟ 60 ହଜାରରୁ ଏକ ଲକ୍ଷ ବ୍ୟକ୍ତି ଗାଏବ ଅଛନ୍ତି । ଏହାକୁ ନେଇ ଶ୍ରୀଲଙ୍କା 2018 ମାର୍ଚ୍ଚରେ ଏ ପ୍ରସଙ୍ଗରେ ସାମାନ୍ୟ ଅଗ୍ରଗତି କରିଥିଲା । ଆର୍ଜେଣ୍ଟିନା-ବିଂଶ ଶତାବ୍ଦୀରେ ଆର୍ଜେଣ୍ଟିନାରେ ବହୁସଂଖ୍ୟାରେ ଅଦୃଶ୍ୟ ହେବାର ଉଦାହରଣ ରହିଛି । ଆର୍ଜେଣ୍ଟିନାର ଶେଷ ଏକଛତ୍ରବାଦୀ ଶାସନ ତଥା 1976-1983 ମଧ୍ୟରେ ଦକ୍ଷିଣ ଆମେରିକୀୟ ଦେଶରେ ସାମରିକ ଶାସନ ସମୟରେ ସୁରକ୍ଷା ବାହିନୀ ପ୍ରାୟ 30 ହଜାର ଲୋକଙ୍କୁ ଅପହରଣ କରି ନେଇଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।
  • ଭାରତ-ଭାରତ ଉପରେ ବାଧ୍ୟତାମୂଳକ ନିଖୋଜର ଅନେକ ଅଭିଯୋଗ ରହିଛି । ଏହି ସମସ୍ତ ଅପହରଣ ପ୍ରାୟତଃ ଜାମ୍ମୁ-କାଶ୍ମୀରରେ ହେବାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ କୋର୍ଟ ବା ଆଇସିଜେ ସର୍ବଦା ଜାମ୍ମୁ-କାଶ୍ମୀରରେ ସର୍ବାଧିକ ଅପହରଣ ହେଉଥିବା କହିଆସିଛି । ଏହାପରେ ମଣିପୁର ଓ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ଅପହରଣ ହୋଇଥାଏ କିମ୍ବା ଲୋକ ଗାଏବ ହୋଇଯାନ୍ତି । ତେବେ ଭାରତୀୟ ଦଣ୍ଡ ସଂହିତାରେ କିନ୍ତୁ ଏଥିପାଇଁ କୌଣସି ଦଣ୍ଡବିଧାନ ନାହିଁ । ତେବେ ଭାରତୀୟ କ୍ରିମିନାଲ୍ ଲ' ଅଧିନରେ ସେମାନଙ୍କୁ ଦଣ୍ଡ ଦିଆଯାଇଥାଏ ।
  • ନେପାଳ-କିଛି ବର୍ଷ ତଳେ ନେପାଳର ପ୍ରାୟ 1300 ଲୋକ ଗାଏବ ହୋଇଯାଇଥିଲେ । ମିଳିତ ଜାତିସଂଘ ଦାବି କରିଥିବା ଯେ ପ୍ରାୟ 250ଜଣ ଗୋଟିଏ ଜିଲ୍ଲାରୁ ଗାଏବ ହୋଇଥିଲେ । ସରକାର ଏ ନେଇ ଏକ ସ୍ବତନ୍ତ୍ର କମିଶନ ଗଠନ କରିଥିଲା । ଫଳରେ 2016ରୁ ଏନେଇ ସୂଚନା ଗ୍ରହଣ କରିବା ଆରମ୍ଭ ହୋଇଥିଲା । ଏହା ଅଧିନରେ ନେପାଳ ସରକାର ପ୍ରାୟ 3 ହଜାର ଅଭିଯୋଗ ଗ୍ରହଣ କରିଥିଲେ ।
  • ପାକିସ୍ତାନ-ବିଗତ ଦୁଇ ଦଶନ୍ଧି ମଧ୍ୟରେ ପାକିସ୍ତାନରେ ହଜାର ହଜାର ଲୋକ ଅଦୃଶ୍ୟ ହୋଇଯାଇଛନ୍ତି । ବାଧ୍ୟତାମୂଳକ କିମ୍ବା ଅନିଚ୍ଛାକୃତ ନିଖୋଜ ଉପରେ ମିଳିତ ଜାତିସଂଘର ୱାର୍କିଂ ଗ୍ରୁପ୍‌ରେ ପାକିସ୍ତାନର ପ୍ରାୟ 700 ରୁ ଅଧିକ ବିଚାରାଧୀନ ମାମଲା ରହିଛି । ବାଧ୍ୟତାମୂଳକ ନିଖୋଜ ଘଟଣାରେ ପାକିସ୍ତାନର ରାଜ୍ୟ ଅନୁସନ୍ଧାନ ଆୟୋଗ ଦେଶରୁ ଆହୁରି ଶହ ଶହ ଲୋକଙ୍କ ରିପୋର୍ଟ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.