ହାଇଦ୍ରାବାଦ: ଶ୍ରୀଲଙ୍କାରୁ ଭାରତ ଅଭିମୁଖେ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ତୈଳ ଟ୍ୟାଙ୍କର । ଫଳରେ ବିଶାଖାପଟନମ ନିକଟରେ ଟ୍ୟାଙ୍କରଟିରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ଜାହାଜଟି ତୈଳ ବହନ କରିଥିବାରୁ ଦୁର୍ଘଟଣା ପରେ ତୁରନ୍ତ ଏଥିରେ ନିଆଁ ଲାଗିଥିଲା । ଖବର ପାଇ ତୁରନ୍ତ କୋଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ ।
![fire in oil crude, fire in indian oil crude, oil import from srilanka to india, fire in ship, ତୈଳ ଟ୍ୟାଙ୍କରରେ ନିଆଁ, ଭାରତୀୟ ତୈଳ ଟ୍ୟାଙ୍କରରେ ନିଆଁ, ଶ୍ରୀଲଙ୍କାରୁ ଭାରତ ତୈଳ ଆମଦାନୀ, ଜାହାଜରେ ନିଆଁ](https://etvbharatimages.akamaized.net/etvbharat/prod-images/ap-vsp-02-05-fire-control-on-oil-ship-photos-3031531_05092020082802_0509f_1599274682_16_0509newsroom_1599277883_130.jpg)
କେବଳ ସେତିକି ନୁହେଁ ଜାହାଜର ନିଆଁ ଲିଭାଇବା ପାଇଁ ଅନ୍ୟ ଦେଶର ଜାହାଜମାନେ ମଧ୍ୟ ଆଗେଇ ଆସିଥିଲେ । ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ । ସେପଟେ କୋଷ୍ଟ ଗାର୍ଡ ସହାୟତାରେ ନିଆଁକୁ ବର୍ତ୍ତମାନ ଆୟତ୍ତ କରାଯାଇଥିବା ଜଣା ପଡିଛି । ଏବେ ଜାହାଜର ଯାଞ୍ଚ ଚାଲିଥିବା ବେଳେ ଏହା ଆଗକୁ ଯାତ୍ରା କରିବା ସମ୍ଭବ କି ନାହିଁ, ତାହା ଯାଞ୍ଚ ପରେ ଜଣାପଡିବ ।
ସୂଚନା ଅନୁୟାୟୀ ଜାହାଜଟି ଶ୍ରୀଲଙ୍କାରୁ ଭାରତ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଜାହାଜଟିର ନାମ ହେଉଛି ଏମଟି ନ୍ୟୁ ଡାଏମଣ୍ଡ । ଏହା ଭାରତୟୀ ତୈଳ କର୍ପୋରେସନ ପାଇଁ ତୈଳ ପରିବହନ କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ