ETV Bharat / bharat

ଦିଲ୍ଲୀ ଦଙ୍ଗା ମାମଲାରେ ଜଣେ ଅଭିଯୁକ୍ତକୁ ହାଇକୋର୍ଟରୁ ଜାମିନ - ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ଦଙ୍ଗା ମାମଲାରେ ଜଣେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଦଙ୍ଗାରେ ସାମିଲ ଥିବା ସୟଦ ଇଫଥିକରଙ୍କୁ ସର୍ତ୍ତ ସହ 15 ହଜାର ଟଙ୍କା ବେଲବଣ୍ଡରେ ଜାମିନ ଦିଆଯାଇଛି। ଅଧିକ ପଢ଼ନ୍ତୁ...

ଦିଲ୍ଲୀ ଦଙ୍ଗା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

author img

By

Published : Nov 17, 2020, 4:23 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଦଙ୍ଗାରେ ସାମିଲ ଥିବା ସୟଦ ଇଫଥିକରଙ୍କୁ କେତେକ ସର୍ତ୍ତ ଓ 15 ହଜାର ଟଙ୍କା ବେଲବଣ୍ଡ ସହ ଜାମିନ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ ବିଚାରପତି ଶୁରେସ କୁମାର କେଟ ସୟଦ ଇଫଥିକରଙ୍କୁ ପ୍ରଦାନ କରିଥିବା ସୂଚନା ମଳିଛି। ସୟଦଙ୍କ ଦୁର୍ବଳ ଦୃଷ୍ଟି ଶକ୍ତି ଯୋଗୁଁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।

ଅଭିଯୁକ୍ତର ଜାମିନ ଆବେଦନ ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, ସୟଦଙ୍କ ଦୃଷ୍ଟିଶକ୍ତି କମ ରହିଛି। ତାଙ୍କ ଦୃଷ୍ଟି ଶକ୍ତି ବର୍ତ୍ତମାନ (eye sight) -3.75 ରହିଛି। ରାତ୍ର ସମୟରେ ସେ ଜେଲ ଭିତରେ ଦୃଷ୍ଟିହୀନତା ମନେ କରୁଛନ୍ତି। ଏଥିପାଇଁ କେତେକ ବିଶେଷ ସର୍ତ୍ତ ଓ 15 ହଜାର ଟଙ୍କା ଗ୍ୟାରେଣ୍ଟି ସହ ଜାମିନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହାସହ ସିଡିଆର ତଥ୍ୟ ଅନୁଯାୟୀ ଅଭିଯୁକ୍ତ ଘଟଣାରେ କୌଣସି ସାକ୍ଷ ଓ ପ୍ରମାଣ ଉପରେ ସୟଦ ପ୍ରଭାବ ପକାଇ ପାରିବ ନାହିଁ। ଏଭଳି ସ୍ଥିତିରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇପାରିବ।

ଦିଲ୍ଲୀ ଦଙ୍ଗା ସମୟରେ ସିସିଟିଭି ଫୁଟେଜ ଆଧାରରେ ଅଲି ହାସନ ଓ ସୟଦ ଇଫଥିକରଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଦଙ୍ଗା ସମୟରେ ସୟଦ କୌଣସି ଚଷମା ବ୍ୟବହାର କରୁଥିବା ଦେଖାଯାଇନଥିଲା। ସିସିଟିଭି ଫୁଟେଜରୁ ଏହି ତଥ୍ୟ ହସ୍ତଗତ ହୋଇଛି। ତେବେ ଗିରଫ ହେବା ସମୟରେ ସୟଦ ଏକ ପାୱାର ଚଷମା ପିନ୍ଧିଥିବା ନେଇ ପୋଲିସ ତଥ୍ୟ ଦେଇଛି। ସୟଦ ବିରୋଧରେ ଧାରା 147, 148, 149 ଓ 436 ଅନୁଯାୟୀ ମାମଲା ରୁଜୁ ହୋଇଛି। ପରବର୍ତ୍ତୀ ସମୟରେ ଛାନଭିନ ପାଇଁ ତାଙ୍କୁ ପୋଲିସକୁ ସହଯୋଗ କରିବାକୁ ହାଇକୋର୍ଟ ସୟଦକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁଆରୀ ମାସରେ ନାଗରିକତା ସଂଶୋଧନ ଅଧିନିୟମ (caa) ଓ ନ୍ୟାସନାଲ ରେଜିଷ୍ଟର ଫର ସିଟିଜେନ (nrc)କୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଏଥିରେ ବହୁ ଧନଜୀବନ ହାନି ହୋଇଥିଲା। ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଏହାର ଅଧିକ ପ୍ରଭାବ ଦେଖା ଦେଇଥିଲା। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଚାର୍ଜସିଟ ଫାଇଲ ହେବା ସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ହିଂସା ପାଇଁ ଅଭିଯୁକ୍ତମାନେ ତିନୋଟି ସ୍ତରରେ ରଣନୀତି ପ୍ରସ୍ତୁତ କରିଥିବା ନେଇ ପୋଲିସ ସୂଚନା ଦେଇଛି।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.