ETV Bharat / bharat

ଚୀନକୁ ନେଇ ବିଶ୍ବକୁ ସତର୍କ କରାଇଲେ ବାୟୁସେନା ମୁଖ୍ୟ

ଚୀନର ବଢ଼ୁଥିବା ସାମର୍ଥ୍ୟକୁ ନେଇ ବିଶ୍ବକୁ ସତର୍କ କରାଇଲେ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ। ଅନିଶ୍ଚିତତା ମଧ୍ୟରେ ବିଶ୍ବରେ ଚୀନକୁ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ସୁଯୋଗ ମଳିଛି। ଅଧିକ ପଢ଼ନ୍ତୁ...

The head of the Air Force RKS Bhadauria has warned the world about China
ଚୀନକୁ ନେଇବିଶ୍ବକୁ ସତର୍କ କରାଇଲେ ବାୟୁସେନା ମୁଖ୍ୟ
author img

By

Published : Dec 29, 2020, 10:40 PM IST

ନୂଆଦିଲ୍ଲୀ: ଚୀନର ବଢ଼ୁଥିବା ସାମର୍ଥ୍ୟକୁ ନେଇ ବିଶ୍ବକୁ ସତର୍କ କରାଇଲେ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ। ଅନିଶ୍ଚିତତା ମଧ୍ୟରେ ବିଶ୍ବରେ ଚୀନକୁ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ସୁଯୋଗ ମଳିଛି। ଏହାସହ ପରୋକ୍ଷରେ ବିଶ୍ବର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କୁରଥିବା ବିଶ୍ବର ପ୍ରମୁଖ ଶକ୍ତିକୁ ପଦାରେ ପକାଇଛି। ଭର୍ଚୁଆଲ ମାଧ୍ୟମରେ ଏହା କହିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ।

ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ବିଶ୍ବ ପ୍ରତି ଏକ ସତର୍କତା ହେବାର ବିଷୟ। ଆଜିର ସମୟରେ ବିସ୍ତାରବାଦୀ ଚିନ୍ତାଧାରା ରଖୁଥିବା ଶକ୍ତି ବିଶ୍ବପାଇଁ ବିପଦ ଆଣିପାରେ। ପାକିସ୍ତାନକୁ ମୋହରା କରି ଚୀନ ତାର ଚାଲ ଚଲାଇବାରେ ଲାଗିଛି। ପାକିସ୍ତାନ ମଧ୍ଯ ଚୀନର ସମସ୍ତ ନୀତିକୁ ଅବଲମ୍ବନ କରି ତା ଜାଲରେ ପଡ଼ିବାରେ ଲାଗିଛି। ପରବର୍ତ୍ତୀ ସମୟରେ ପାକିସ୍ତାନ ସାମରିକ ଶକ୍ତିକୁ ନେଇ ଚୀନ ଉପରେ ଆହୁରି ନିର୍ଭଳଶୀଳ ହେବା। ଏହା ବିଶ୍ବ ପାଇଁ ଏକ ବିପଦ ସୃଷ୍ଟି କରିପାରେ।

ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ କହିଛନ୍ତି ଯେ, "ଆଫଗାନିସ୍ତାନରୁ ଆମେରିକୀୟ ସେନା ହଟିବା ପରେ ଚୀନ ଓ ପାକିସ୍ତାନ ପାଇଁ ରାସ୍ତା ଖୋଲି ଯାଇଛି। ଦୁଇ ରାଷ୍ଟ୍ର ବିସ୍ତାରବାଦୀ ନୀତି ଅବଲମ୍ବନ କରୁଛନ୍ତି। ଛୋଟ ଛୋଟ ଦେଶରେ ବିଚ୍ଛିନ୍ନତାବାଦୀ ବ୍ୟକ୍ତିତ୍ବଙ୍କ ସହାୟତାରେ ଚୀନ ଅତି ସହଜ ଓ ଶସ୍ତାରେ ଡ୍ରୋନ ଟେକ୍ନିକ ପାଇ ପାରୁଛି। ଏହାଦ୍ବାରା ବିଭିନ୍ନ ଦେଶରେ ପ୍ରତିକୂଳ ପ୍ରଭାବ ପକାଇବା ସହଜ ହୋଇ ପଡ଼ିଛି।"

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.