ETV Bharat / bharat

ବିପର୍ଯ୍ୟୟ ବେଳେ ସହାୟତାର ହାତ

ବିପର୍ଯ୍ୟୟ ବେଳେ ସରକାରଙ୍କୁ ସମର୍ଥନର ହାତ ବଢାଇଲେ ଏନଜିଓ । ସମାଜ ସାମନା କରୁଥିବା ଦୁଃସ୍ଥିତି ସହ ଲୋକେ ଯେପରି ଖାପ ଖୁଆଇପାରିବେ, ସେଥିପାଇଁ ସ୍ୱେଚ୍ଛାସେବୀ ସଂଗଠନଗୁିଡକ ସହଯୋଗର ହାତ ବଢାଇ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । କୋରୋନା ମହାମାରୀ ମଧ୍ୟ ଏ କଥା ପୁଣି ଥରେ ପ୍ରମାଣ କରିଛି । ଅଧିକ ପଢନ୍ତୁ..

the-hand-that-aids-in-times-of-disaster
the-hand-that-aids-in-times-of-disaster
author img

By

Published : May 28, 2020, 8:35 PM IST

ବିପର୍ଯ୍ୟୟ ବେଳେ ସହାୟତାର ହାତ ସରକାରଙ୍କୁ ସମର୍ଥନର ହାତ ବଢାଇଲେ ଏନଜିଓ ସମାଜ ସାମନା କରୁଥିବା ଦୁଃସ୍ଥିତି ସହ ଲୋକେ ଯେପରି ଖାପ ଖୁଆଇପାରିବେ,ସେଥିପାଇଁ ସ୍ୱେଚ୍ଛାସେବୀ ସଂଗଠନଗୁିଡକ ସହଯୋଗର ହାତ ବଢାଇ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । କୋରୋନା ମହାମାରୀ ମଧ୍ୟ ଏ କଥା ପୁଣି ଥରେ ପ୍ରମାଣ କରିଛି । ଅଦାଲତରେ ସରକାର ଏହି ଘୋଷଣା କରିଛନ୍ତିା କୋରୋନା ବେଳେ ସରକାର କଣ ସବୁ ରିଲିଫ ବ୍ୟବସ୍ଥା କରିଛନ୍ତି, ସେ ସଂପର୍କିତ ଦୁଇ ସାମାଜିକ କର୍ମୀଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ସମ୍ବଳିତ ମାମଲାର ଶୁଣାଣି ବେଳେ ସରକାର ଏନଜିଓମାନଙ୍କ ଭୂମିକା ବାବଦରେ କୋର୍ଟରେ ତଥ୍ୟ ରଖିଥିଲେ । ଲକଡାଉନ ବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ୫୭୮ ଜିଲ୍ଲାରେ ୨୨ ହଜାର ୫୪୭ ସହାୟତା ଶିବିର ପ୍ରତିଷ୍ଠା କରାଯାଇଛି । ଏଥିମଧ୍ୟରୁ ପାଖାପାଖି ୪ ହଜାର ସହାୟତା ଶିବିର ଅନୁଦାନରେ ଚାଲୁଛି ବୋଲି ସରକାର ଏକ ରିପୋର୍ଟରେ କୋର୍ଟଙ୍କୁ କହିଛନ୍ତି । ଲକଡାଉନ ବେଳେ ବିଭିନ୍ନ ରାଜ୍ୟ ସରକାର ୫୪ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଥିବା ବେଳେ ୩୦ ଲକ୍ଷ ଅନ୍ୟ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଖାଦ୍ୟପାନୀୟ ଯୋଗାଇ ଦିଆଯାଇଛି । ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି କୋର୍ଟଙ୍କୁ ସୂଚନା ଦେଇଛନ୍ତି ସରକାର ।

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟପାନୀୟ ଯୋଗାଇବାରେ ୧୩ଟି ରାଜ୍ୟରେ ଦାତବ୍ୟ ଅନୁଷ୍ଠାନଗୁଡିକ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଏସବୁ ସଂଗଠନଗୁଡିକ ଗୁଜରାଟ, ମିଜୋରାମ, କେରଳ ଓ ଦୁଇ ତେଲେଗୁ ରାଜ୍ୟରେ ସକ୍ରିୟ ଅଛନ୍ତି । ବନ୍ୟା, ବାତ୍ୟା, ସୁନାମି, ଭୂମିକଂପ, ଝଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ବେଳେ ଏସବୁ ଦାତବ୍ୟ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସରକାରଙ୍କ ସହ ପ୍ରଭାବିତ ଲୋକଙ୍କୁ ସହାୟତା କରନ୍ତି । ବାରମ୍ବାର ଏହାର ଉଦାହରଣ ଦେଖିବାକୁ ମିଳିଛି । ସରକାରଙ୍କ ପରେ ଏସବୁ ସଂଗଠନର ଭୂମିକା ବେଶ୍ ଗୁରୁତ୍ୱପୂଣ୍ଣ ରହିଥାଏ ।

ସେବା ଓ କର୍ମନିଯୁକ୍ତି ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ-ସିଏସଓ ଅନୁସାରେ ବର୍ତମାନ ଦେଶରେ ଆନୁମାନିକ ୩୦ ଲକ୍ଷ ଦାତବ୍ୟ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ରହିଛି । ସହରାଂଚଳରେ ପ୍ରତି ହଜାରେ ଲୋକଙ୍କ ପାଇଁ ଚାରିଟି ଦାତବ୍ୟ ଅନୁଷ୍ଠାନ ରହିଥିଲା ବେଳେ ଗ୍ରାମାଚଂଳରେ ଏହି ସଂଖ୍ୟା ହେଉଛି ଦୁଇ । ସାମାଜିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏନଜିଓଗୁଡିକ ବିବିଧ ସେବା ଯୋଗାଇବା କ୍ଷେତ୍ରରେ ଆଗରେ ରହିଛନ୍ତି । ବଦଳୁଥିବା ସମୟ ସହ ଖାପ ଖୁଆଇବା ପାଇଁ ସରକାରଙ୍କୁ ଏନଜିଓ ଗୁଡିକ ପ୍ରସ୍ତାବ ଓ ପରାମର୍ଶ ଦିଅନ୍ତି । ପ୍ରସ୍ତାବ କାର୍ଯ୍ୟକାରିତା ନେଇ ପ୍ରକ୍ରିୟା ସଂପର୍କରେ ବି ସେମାନେ ପରାମର୍ଶ ଦେଇଥାନ୍ତି ।

ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା, ଶାସନରେ ସ୍ୱଚ୍ଛତା ବୃଦ୍ଧି ଦାବି, ବିଧାନସଭାକୁ ଆଇନ ପ୍ରଣୟନ କ୍ଷେତ୍ରରେ ସୂଚନା ପ୍ରଦାନ କରିବା ସହ ପ୍ରଶାସନର ଦୋଷତ୍ରୁଟିକୁ ସାମନାକୁ ଆଣିବା ହେଉଛି ଦାତବ୍ୟ ଅନୁଷ୍ଠାନଗୁଡିକର ଲକ୍ଷ୍ୟ । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ବନ୍ଦ ପାଇଁ ବିଶାଖା ମାର୍ଗଦର୍ଶିକା, ପରିବେଶ ଓ ଜୈବ ସୁରକ୍ଷା ପାଇଁ ସମତା ରାୟ, ଦଫା ୩୭୭ର ଉଚ୍ଛେଦ,ସୂଚନା ଜାଣିବା ଅଧିକାର ଆଇନ ଓ ଲୋକପାଳ ବିଲ୍ ଭଳି କିଛି ପଦକ୍ଷେପ ପଛରେ ଦାତବ୍ୟ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକର ଭୂମିକା ରହିଛି । ଏସବୁ ସଂଗଠନ ସାମାଜିକ ବିକାଶ କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ହେବା ସହ ଏହି ପ୍ରକ୍ରିୟାରେ ନାଗରିକଙ୍କ କର୍ମନିଯୁକ୍ତି ବି ଦେଇଥାନ୍ତି ।

ନବେ ଦଶକରେ ଆର୍ଥିକ ଉଦାରୀକରଣର ଆବଶ୍ୟକତା ଅନୁଭୂତ ହେବା ଯୋଗୁଁ ଘରୋଇକରଣ ଉପରେ ପୂରା ଧ୍ୟାନ ଦିଆଗଲା । ଫଳରେ ଲୋକଙ୍କ କଲ୍ୟାଣ ଉପେକ୍ଷିତ ହେଲା । ସେଭଳି ପରିସ୍ଥିତିରେ ନାଗରିକ ସମାଜର ସକ୍ରିୟତା ଯୋଗୁଁ ସାମାଜିକ ବିକାଶ କଥା ଚିନ୍ତା କରାଯିବା ସମ୍ଭବ ହୋଇପାରିଲା । ଦେଶରେ ବିଦେଶୀ ପୁଂଜି ବିନିଯୋଗର ପରୋକ୍ଷ ପ୍ରଭାବରେ ହିଁ ଦାତବ୍ୟ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ମୁଣ୍ଡ ଟେକିଲେ । ଜାତୀୟ ବିକାଧାରାରେ ଏନଜିଓମାନଙ୍କ ଭୂମିକାକୁ ସ୍ୱୀକୃତି ସ୍ୱରୂପ ୨୦୦୭ରେ କେନ୍ଦ୍ର ସରକାର ଏକ ଜାତୀୟ ନୀତି ପ୍ରସ୍ତୁତ କରିଥିଲେ । ବିକାଶରେ ପବ୍ଲିକ-ପ୍ରାଇଭେଟ ଭାଗିଦାରୀ ନିଶ୍ଚିତ କରିବା ଥିଲା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ । ୨୦୧୩ରେ ପ୍ରଣୀତ କଂପାନିଜ୍‌ ଆକ୍ଟ ଅନୁସାରେ କଂପାନିଗୁଡିକ ସୋସିଆଲ କଂପାନି ରେସପନ୍ସିବିଲିଟି –ସିଏସଆର ଅନ୍ତର୍ଗତ ଗ୍ରାମାଂଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି । ଦେଶର ବିକାଶ ପାଇଁ ଏନଜିଓଗୁଡିକ ସହ ସରକାରଙ୍କ ଭାଗିଦାରୀର ଗୁରୁତ୍ୱ ଅନୁଭୂତ ହେଉଛି । ସରକାର ଯେତେ ଯାହା ପଦକ୍ଷେପ ନିଅନ୍ତୁ ନା କାହିଁକି, କିଛି ସଂପ୍ରଦାୟ ଏବେ ବିବିକାଶର ସୁଫଳଠାରୁ ଦୂରରେ ରହିଥିବା ମନେ ହେଉଛି ।

ଆଦିବାସୀ ଓ ଦଳିତମାନେ ସେମାନଙ୍କର ଅଧିକାରର ଫାଇଦା ନେବାରେ ବିଫଳ ହେଉଛନ୍ତି । ଗାଁଗଣ୍ଡା ଓ ସହରତଳି ବସ୍ତିରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଦେଖାଯାଏ ନାହିଁ । ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ନାଗରିକ ସମାଜର ସକ୍ରିୟ ଭାଗିଦାରୀ ବିନା ଉନ୍ନତି ସମ୍ଭବ ନୁହେଁ । ତେଣୁ ସରକାରମାନଙ୍କୁ ଏକ ବ୍ୟାପକ ସାମାଜିକ ଦୃଷ୍ଟିକୋଣରୁ ଚିନ୍ତା କରିବାକୁ ହେବ । ପରିସ୍ଥିତି ଯାହା ହେଲେ ମଧ୍ୟ ବିଭିନ୍ନ ଜନକଲ୍ୟାଣ କାମରେ ନିୟୋଜିତ ଥିବା ଏନଜିଓମାନଙ୍କୁ ପ୍ରୋତ୍ସାହିତ କରିବାକୁ ପଡିବ । ଏଭଳି ଏନଜିଓଗୁଡିକର ସ୍ୱେଚ୍ଛାସେବୀ ସକ୍ରିୟ ହେବା ଯୋଗୁଁ ହିଁ ସମାଜର ବିଭିନ୍ନ ସମସ୍ୟା ଲୋକଲୋଚନକୁ ଆସେ । ତେବେ, ପାଣ୍ଠିର ଅଭାବ ଏନଜିଓଗୁଡିକ ପାଇଁ ବହୁତ ବଡ ସମସ୍ୟା ହୋଇ ରହିଛି । କେତେକ କ୍ଷେତ୍ରରେ ଏନଜିଓଗୁଡିକ ଅର୍ଥ ଆତ୍ମସାତ ଭଳି ଅପବାଦର ସମ୍ମୁଖୀନ ହୋଇଥାନ୍ତି । ସରକାର ଏନଜିଓଗୁଡିକର ସମସ୍ୟାର ସମାଧାନ କରିବା

ଦରକାର । ଜନସ୍ୱାର୍ଥ ପାଇଁ ଲଢୁଥିବା ଦାତବ୍ୟ ଅନୁଷ୍ଠାନ ବା ସଂଗଠନଗୁଡିକପ କୌଣସ ସରକାର ହଇରାଣ ହରକତ କରିବା କଥା ନୁହେଁ ବୋଲି ସୁପ୍ରିମକୋର୍ଟ ନିକଟରେ କହିଛନ୍ତିା ବିନା ଦ୍ୱିଧାରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ସବୁ ସରକାର ଗ୍ରହଣ କରିବା ଦରକାର । କୋରୋନା ମହାମାରୀ ପୁଣି ଥରେ ପ୍ରମାଣିତ କରିଛି ଯେ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏନଜିଓଗୁଡିକର ଶକ୍ତି ଓ ସାମର୍ଥ୍ୟ ସରକାରୀ କଳ ସହ ବି ପ୍ରତିଦ୍ୱନ୍ଦିତା କରିପାରିବ । ଦେଶର ନାଗରିକମାନେ ଯଦି ନିଜର ଅଧିକାର ବାବଦରେ ସଚେତନ ହୋଇ ଦାୟିତ୍ୱ ସୂଚାରୁରୂପେ ନିଭାଇ ପାରିବେ, ତାହା ହେଲେ ଯାଇ ନାଗରିକ ସମାଜ ସୁଦୃଢ ହୋଇପାରିବ ।

ଲେଖକ- ଡକ୍ଟର ରମେଶ ବୁଦ୍ଧରାମ
(ଆସିଷ୍ଟାଂଟ୍ ପ୍ରଫେସର, ଆଦିବାସୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମଧ୍ୟପ୍ରଦେଶ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.