ନୂଆଦିଲ୍ଲୀ: ଦିଲ୍ଲୀର ଶାଲିମାର ଅଞ୍ଚଳରେ ଜଣେ ପିତା ନିଜର ଦୁଇ ଶିଶୁଙ୍କୁ ହତ୍ୟା କରି ନିଜେ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଉତ୍ତର ପୂର୍ବ ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ସଂନ୍ଧ୍ୟା 6ଟା ବେଳେ ଘଟିଥିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଦିଲ୍ଲୀର ଶାଲିମାର ଅଞ୍ଚଳରେ ବିଜି ବ୍ଲକରେ ରହୁଥିବା 44 ବର୍ଷୀୟ ମଧୁର ମାଲାନୀ ନିଜ ଦୁଇ ଶିଶୁ 14 ବର୍ଷର ଝିଅ ଶମିକାନ୍ତ ଓ 6 ବର୍ଷର ପୁଆ ଶ୍ରୀକାନ୍ତକୁ ଗଳାଚିପି ହତ୍ୟା କରିଛି । ଏହାପରେ ନିଜେ ମେଟ୍ରୋ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ଦୁଇ ଶିଶୁଙ୍କ ମା ବାହାରକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି । ସନ୍ଧ୍ୟା ବେଳେ ସେ ଘରେ ପହଞ୍ଚି କବାଟ ଖୋଲିବା ପରେ ନିଜ ଦୁଇ ଶିଶୁଙ୍କ ମୃତଦେହ ଦେଖିଥିଲେ ।
ଘର ମାଲିକଙ୍କ କହିବାଅନୁସାରେ ଗତ କିଛି ଦିନ ମଧୁରର ପରିବାରରେ ଘରୋଇ ଅଶାନ୍ତି ଦେଖାଦେଇଥିଲା । ଘରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା । ମଧୁରଙ୍କ କୌଣସି ରୋଜଗାର ପନ୍ଥା ନଥିଲା । ଏହା ଯୋଗୁଁ ସେ ନିଜ ପରିବାର ପାଇଁ ସେ କିଛି କରିପାରୁନଥିଲା । ଗତ କିଛି ମାସ ହେଲା ସେ ମାନସିକ ଆଶାନ୍ତିରେ ରହୁଥିଲେ ।