ETV Bharat / bharat

କୋଭିଡ୍‌-19 ରୋଗୀଙ୍କ ଚିକିତ୍ସାକୁ ନେଇ ଦ୍ବନ୍ଦ୍ବରେ ଘରୋଇ ଡାକ୍ତରଖାନା

ଭାରତର ଅନେକ ରାଜ୍ୟ କୋଭିଡ୍‌-19 ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ବୀମା ସୁବିଧାର ରୂପରେଖ ନିର୍ଦ୍ଧାରଣ କରିନାହାନ୍ତି । ବସ୍ତୁତଃ, ସାରା ଭାରତର ସମସ୍ତ ବେସରକାରୀ ହାସପାତାଳ ପାଇଁ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ଦାବି ଉପସ୍ଥାପନ ପ୍ରକ୍ରିୟା କଷ୍ଟକର ହୋଇଛି । ଅଧିକ ପଢନ୍ତୁ...

କୋଭିଡ୍‌-19 ରୋଗୀଙ୍କ ଚିକିତ୍ସାକୁ ନେଇ ଦ୍ବନ୍ଦ୍ବରେ ଘରୋଇ ଡାକ୍ତରଖାନା
କୋଭିଡ୍‌-19 ରୋଗୀଙ୍କ ଚିକିତ୍ସାକୁ ନେଇ ଦ୍ବନ୍ଦ୍ବରେ ଘରୋଇ ଡାକ୍ତରଖାନା
author img

By

Published : May 26, 2020, 6:42 PM IST

କୋଭିଡ୍‌-19 ରୋଗୀଙ୍କ ଚିକିତ୍ସାକୁ ନେଇ ଦ୍ବନ୍ଦ୍ବରେ ଘରୋଇ ଡାକ୍ତରଖାନା
କୋଭିଡ୍‌-19 ରୋଗୀଙ୍କ ଚିକିତ୍ସାକୁ ନେଇ ଦ୍ବନ୍ଦ୍ବରେ ଘରୋଇ ଡାକ୍ତରଖାନା

ମୁଖ୍ୟ ପ୍ରସଙ୍ଗ

ଭାରତର ଅନେକ ରାଜ୍ୟ କୋଭିଡ୍‌-19 ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ବୀମା ସୁବିଧାର ରୂପରେଖ ନିର୍ଦ୍ଧାରଣ କରିନାହାନ୍ତି । ବସ୍ତୁତଃ, ସାରା ଭାରତର ସମସ୍ତ ବେସରକାରୀ ହାସପାତାଳ ପାଇଁ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ଦାବି ଉପସ୍ଥାପନ ପ୍ରକ୍ରିୟା କଷ୍ଟକର ହୋଇଛି ।

କୋଭିଡ୍‌-19 ରୋଗୀଙ୍କ ଚିକିତ୍ସା ପାଇଁ କେଉଁ ପ୍ୟାକେଜ୍‌ ଦାବି କରାଯିବ ଏବଂ ଚିକିତ୍ସା ଖର୍ଚ୍ଚ କେତେ ହେବ, ସେ ସଂପର୍କରେ ଅନେକ ରାଜ୍ୟର ବେସରକାରୀ ଡାକ୍ତରଖାନା ଏବେ ଦ୍ବନ୍ଦ୍ବ ଘେରରେ ରହିଛନ୍ତି । ଚିକିତ୍ସା ଖର୍ଚ୍ଚ ନ ମିଳିବା ଆଶଙ୍କା ଏବଂ ଖର୍ଚ୍ଚ ପରିମାଣ ସଂପର୍କରେ ଲାଗି ରହିଥିବା ଅନିଶ୍ଚିତତା ସେମାନଙ୍କ ସମସ୍ୟାକୁ ଆହୁରି ବୃଦ୍ଧି କରିଛି । ସ୍ପଷ୍ଟତଃ, ବୀମା ସୁବିଧା ପରିପ୍ରେକ୍ଷୀରେ ଏହି କାରଣରୁ ହିଁ ବହୁ ବେସରକାରୀ ହାସପାତାଳ କୋଭିଡ୍‌-19 ରୋଗୀଙ୍କୁ ‘ଶ୍ବାସକ୍ରିୟାରେ ସମସ୍ୟା/ଶ୍ବାସକ୍ରିୟା ବନ୍ଦ’ ରୋଗୀ ରୂପେ ବର୍ଗୀକରଣ କରୁଛନ୍ତି ।

ଏକ ଘରୋଇ ବୀମା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଲେ, “ସରକାରୀ ହାସପାତାଳରେ ମାଗଣାରେ କୋଭିଡ୍‌-19 ଚିକିତ୍ସା ହୋଇପାରିବ । କିନ୍ତୁ ବେସରକାରୀ ହାସପାତାଳ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । ଅଧିକାଂଶ ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ କୋଭିଡ୍‌-19 ପ୍ୟାକେଜ୍‌ର ରୂପରେଖ ନିର୍ଦ୍ଧାରଣ କରାଯାଇ ନାହିଁ । ଏହି କାରଣରୁ ରୋଗୀମାନଙ୍କୁ ପ୍ରାୟତଃ ଶ୍ବାସକ୍ରିୟାରେ ସମସ୍ୟାଜନିତ ରୋଗୀ ରୂପେ ବର୍ଗୀକରଣ କରାଯାଉଛି । ଏହା ସହିତ, ଚିକିତ୍ସା ବାବଦ ଖର୍ଚ୍ଚକୁ ନେଇ ଲୋକେ ନିଶ୍ଚିତ ନୁହଁନ୍ତି । ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏ ସଂପର୍କିତ ଏକ ପ୍ୟାକେଜ୍‌ ଥିଲେ ଅନ୍ତତଃ ଚିକିତ୍ସା ବାବଦ ଖର୍ଚ୍ଚ ସଂପର୍କରେ ଲୋକଙ୍କର ଧାରଣା ହୋଇଥାଆନ୍ତା ।”

ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ, ଅଧିକାଂଶ ସ୍ଥଳରେ ଭେଣ୍ଟିଲେଟର ବାବଦ ଖର୍ଚ୍ଚ ଦିନକୁ ପ୍ରାୟ 4500 ଟଙ୍କା । ହେଲେ, କୋଭିଡ୍‌-19 ଚିକିତ୍ସା କ୍ଷେତ୍ରରେ ସୁରକ୍ଷା ଉପକରଣ ଭଳି ଅତିରିକ୍ତ ଖର୍ଚ୍ଚ ରହିଛି, ଯାହା ଫଳରେ ଏହା ଦିନକୁ 7000-8000 ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ।

ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (IMA)ର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ର ପ୍ରାୟ 2 ମାସ ବିତିଯିବା ପରେ ମଧ୍ୟ ଅଧିକାଂଶ ରାଜ୍ୟ ସରକାରଙ୍କ ପାଇଁ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (NHA)ଙ୍କ ଦ୍ବାରା ଚିକିତ୍ସା ପ୍ୟାକେଜ୍‌ ଅନୁମୋଦନ ଲାଭ ପ୍ରକ୍ରିୟା ପୂରଣ ହୋଇନାହିଁ ।

ସେପଟେ, ଚିକିତ୍ସାର ଗୁଣାତ୍ମକ ଦିଗ ବଜାୟ ରଖିବା ସହିତ ଏ ବାବଦ ଖର୍ଚ୍ଚ ଯଥାସମ୍ଭବ କମ୍‌ କରିବା ଲାଗି ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (NHA) ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ବରୂପ, ଆର୍‌ଟି-ପିସିଆର୍‌ ପରୀକ୍ଷଣ ବାବଦ ଖର୍ଚ୍ଚକୁ, ଭାରତୀୟ ଭେଷଜ ଗବେଷଣା ପରିଷଦ (ICMR) ଦ୍ବାରା ସ୍ଥିରୀକୃତ 4,500 ଟଙ୍କାରୁ କମ୍‌ ରଖିବା ଲାଗି ବହୁ ରାଜ୍ୟ ବୁଝାମଣା କରିଛନ୍ତି । ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରାଇବା ପାଇଁ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ହିଁ ସଂଯୋଗକାରୀ ସଂସ୍ଥା ବା ନୋଡାଲ ଏଜେନ୍‌ସୀ ।

ଏ ସଂପର୍କରେ ମତାମତ ଦେବାକୁ ଯାଇ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍‌ଟର ଇନ୍ଦୁ ଭୂଷଣ କହିଲେ, “କୋଭିଡ୍‌-19 ଚିକିତ୍ସା ବାବଦ ଖର୍ଚ୍ଚ ସଂପର୍କରେ ବେସରକାରୀ ହାସପାତାଳଗୁଡ଼ିକ ସହିତ ବୁଝାମଣା କରିବାକୁ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସମସ୍ତ ରାଜ୍ୟ ସରକାରଙ୍କୁ କହିଆସୁଛନ୍ତି ।”

ହେଲେ, ବିଭିନ୍ନ ସରକାରୀ ହାସପାତାଳରେ ବହୁସଂଖ୍ୟକ କୋଭିଡ୍‌-19 ରୋଗୀଙ୍କ ଚିକିତ୍ସା ହେଉଛି ବୋଲି ସେ ସ୍ବୀକାର କରିଥିଲେ । “ବାସ୍ତବରେ, କୋଭିଡ୍‌-19 କ୍ଷେତ୍ରରେ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏ ପର୍ଯ୍ୟନ୍ତ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିନାହିଁ । କିନ୍ତୁ ଯଦି କୋଭିଡ୍‌ ରୋଗୀଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ହୁଏ, ତେବେ, ସରକାରୀ ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା କରିବା ହୁଏତ ସମ୍ଭବ ହୋଇ ନପାରେ । ସେତେବେଳେ ଘରୋଇ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସୁନିଶ୍ଚିତ ।”

ରୋଗୀ ଆଗମନ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଥିବାରୁ ଅଧିକାଂଶ ବେସରକାରୀ ହାସପାତାଳ ଗମ୍ଭୀର ଆର୍ଥିକ ଚାପରେ ରହିଛନ୍ତି ବୋଲି ଡକ୍‌ଟର ଭୂଷଣ ସମ୍ମତି ପ୍ରକାଶ କରନ୍ତି । ଅନେକ ଘରୋଇ ଡାକ୍ତରଖାନା ସେମାନଙ୍କ କର୍ମଚାରୀଙ୍କୁ ଦରମା ଦେବାକୁ ପୁଞ୍ଜି ଯୋଗାଡ଼ କରିବା ପାଇଁ ସଂଘର୍ଷ କରୁଛନ୍ତି । “ସବୁ ରାଜ୍ୟ ସରକାର ସେମାନଙ୍କ ସହ ବୁଝାମଣା କରିବେ ବୋଲି ମୁଁ ଆଶା କରୁଛି ।”

ଗତ 2 ମାସରେ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ରୋଗୀଙ୍କ ଚିକିତ୍ସା ସଂଖ୍ୟା ବହୁ ପରିମାଣରେ କମ୍‌ ହୋଇଛି । 2019 ଅଗଷ୍ଟ ଏବଂ 2020 ଫେବ୍ରୁଆରୀ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଏବଂ ସ୍ବାସ୍ଥ୍ୟସେବା ପାଉଥିବା ରୋଗୀଙ୍କ ସଂଖ୍ୟା ହାରାହାରି 7.4 ଲକ୍ଷ ରହିଥିବା ବେଳେ ମାର୍ଚ୍ଚ 2020ରେ ଏହି ସଂଖ୍ୟା 57% ହ୍ରାସ ପାଇ 3.2 ଲକ୍ଷ ରହିଥିଲା । ଏପ୍ରିଲରେ ଏହା 84%କୁ ହ୍ରାସ ପାଇ ରୋଗୀସଂଖ୍ୟା 53,000 ରହିଥିଲା ।

ଲକ୍‌ଡାଉନ୍‌, ଏହି ସମୟ ମଧ୍ୟରେ ଚିକିତ୍ସାକୁ ନେଇ ରୋଗୀଙ୍କ ଆଶଙ୍କା, ଏବଂ ଅଧିକାଂଶ ସରକାରୀ ଡାକ୍ତରଖାନା କେବଳ କୋଭିଡ୍‌-19 ରୋଗୀଙ୍କ ପାଇଁ ଡାକ୍ତରଖାନାରେ ପରିଣତ ହେବା ଏହି ହ୍ରାସର କାରଣ ବୋଲି ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ।

କିନ୍ତୁ ଏହା ସତ୍ତ୍ବେ, ଡାଏଲିସିସ୍‌, କେମୋଥେରାପି, ପ୍ରସବକାଳୀନ ବିପଦ ଆଶଙ୍କା ସନ୍ନିହିତ ପ୍ରଭୃତି ଜଟିଳ ରୋଗ ଚିକିତ୍ସା କ୍ଷେତ୍ରରେ ଏହି ସଂଖ୍ୟା ମାତ୍ର 10-15% ହ୍ରାସ ପାଇଛି ।

ରାଜୀବ ରାଜନ, ବିଶେଷ ସମ୍ବାଦତାତା, ଈନାଡୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.