ETV Bharat / bharat

ଆହତ ପୋଲିସ କର୍ମୀଙ୍କୁ ଭେଟିଲେ ଦିଲ୍ଲୀ ପୋଲିସ କମିଶନର

author img

By

Published : Feb 2, 2021, 9:23 PM IST

ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ପକ୍ଷରୁ ବାରିକେଡକୁ ଅହେତୁକ ଭାବେ ବୃଦ୍ଧି କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ୍.ଏନ୍ ଶ୍ରୀବାସ୍ତବ । ଅଧିକ ପଢନ୍ତୁ .....

ଆହତ ପୁଲିସ କର୍ମୀଙ୍କୁ ଭେଟିଲେ ଦିଲ୍ଲୀ ପୋଲିସ କମିଶନର , କହିଲେ ସଜାଗ ଅଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ପକ୍ଷରୁ ବାରିକେଡକୁ ଅହେତୁକ ଭାବେ ବୃଦ୍ଧି କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ୍.ଏନ୍ ଶ୍ରୀବାସ୍ତବ । ଗଣମାଧ୍ୟମକୁ ଉତ୍ତର ଦେଇ କମିଶନର କହିଛନ୍ତି ଆମେ କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ଏପ୍ରକାର ବ୍ୟବସ୍ଥା କରାଯାଇଛି । କମିଶନର ଶ୍ରୀବାସ୍ତବ ସେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିବା ପାଇଁ ପିଟାମପୁର ଯାଇଥିବାବେଳେ ଏହି ପ୍ରତିକ୍ରିୟା ରଖିଛନ୍ତି ।

ଗଣମାଧ୍ୟମ ଦ୍ବାରା ତାଙ୍କୁ ଦିଲ୍ଲୀ ସୀମାରେ କରାଯାଉଥିବା ବାରିକେଡିଂ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି ‘ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ଯେତେବେଳେ ଟ୍ରାକ୍ଟର ବ୍ୟବହାର କରାଯାଇଥିଲା, ପୋଲିସ ଉପରେ ଆକ୍ରମଣ କରାଯାଇଥିଲା, ସେତେବେଳେ କୌଣସି ପ୍ରଶ୍ନ ଉଠିନଥିଲା । କିନ୍ତୁ ଯେତେବେଳେ ପୋଲିସ ପକ୍ଷରୁ ବାରିକେଡ ଓ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଉଛି, ସେତେବେଳେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଯାଉଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ସାଧାରଣତନ୍ତ୍ର ଦିବସରେ ପୋଲିସ ବାରିକେଡ ଭାଙ୍ଗିବା ଯୋଗୁ ଏପରି ହିଂସା ସମ୍ଭବ ହୋଇଥିଲା । ଏଥିରେ ଦିଲ୍ଲୀ ପୋଲିସର 510 ପୋଲିସ କର୍ମୀ ଆହତ ହୋଇଥିଲେ । ବର୍ତ୍ତମାନ ସେହିପରି ଅପ୍ରୀତିକର ସ୍ଥିତିକୁ ମୁକାବିଲା କରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସେଠାରେ ବାରିକେଡକୁ ସୁଦୃଢ କରାଯାଉଛି ।

ଦିଲ୍ଲୀ ପୋଲିସ ଗୁପ୍ତଚର ରିପୋର୍ଟ ଉପରେ ଗୁରୁତ୍ବଦେଇ ସ୍ଥିତି ଉପରେ ନଜର ରଖିଛି ଓ ସେହି ଆଧାରରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କମିଶନର । ସେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିବା ସହ ପିଟାମପୁରରେ ଥିବା ଡିସିପି ଅଫିସ୍ ପରିଦର୍ଶନ ମଧ୍ୟ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.