ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା 370କୁ ଉଚ୍ଛେଦ ପାଇଁ ଗୃହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଭୟ ଗୃହରେ ପ୍ରସ୍ତାବ ଦେଇଥିଲେ । ଶାହଙ୍କ ପ୍ରସ୍ତାବକୁ ମୁଫତିଙ୍କ ନିନ୍ଦା । ତେବେ ଏହି ପ୍ରସ୍ତାବ ଆଗତ ହେବାପରେ ପ୍ୟୁପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡ଼ିପି)ର ମୁଖ୍ୟ ମେହବୁବା ମୁଫତି ନିନ୍ଦା କରିଛନ୍ତି ।
ସେ କହିଛନ୍ତି ଦେଶ ପାଇଁ ଆଜି କଳା ଦିବସ । 1947ରେ ଦୁଇ ରାଷ୍ଟ୍ର ନିଷ୍ପତ୍ତିକୁ ବାତିଲ କରାଯାଇଥିଲା । ତେବେ ଭାରତ ସରକାରଙ୍କ ଏହି ଏକତରଫା ନିଷ୍ପତ୍ତି ନିଶ୍ଚିତ ଆଇନ ବିରୋଧୀ ବୋଲି ସେ ଟ୍ବିଟର ମାଧ୍ୟମରେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି ଏହି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ନିଶ୍ଚିତ ଭାବେ ବିପଦ ସୃଷ୍ଟି କରିବ । ଏହି ଭୂସ୍ବର୍ଗକୁ ନଷ୍ଟ କରିବା ଭାରତ ସରକାରଙ୍କ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଜମ୍ମୁ କାଶ୍ମୀରରେ ସ୍ଥାନୀୟ ଲୋକଙ୍କୁ ଆତଙ୍କିତ ଓ ଡରାଇବାକୁ ଚାହୁଁଛନ୍ତି ବୋଲି ମୁଫତି କହିଛନ୍ତି ।