ETV Bharat / bharat

ଅହମ୍ମଦାବାଦରେ ସ୍ଥାପନ ହେଲା ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ - ahamadabaad civil medial

ଗତ ଜୁନ୍ 9ରେ ଅହମ୍ମଦାବାଦ ସିଭିଲ ପାଇଁ ଉତ୍ସର୍ଗୀକୃତ 1500 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି ।

plasma bank
ଅହମ୍ମଦାବାଦ ସିଭିଲ ମେଡିକାଲରେ ସ୍ଥାପନ ହେଲା ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ
author img

By

Published : Jul 1, 2020, 5:44 PM IST

ଗାନ୍ଧୀନଗର:ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଅହମ୍ମଦାବାଦର କୋଭିଡ ମେଡିକାଲରେ ଆରମ୍ଭ ହୋଇଛି । ଗତ ଜୁନ୍ 9ରେ ଅହମ୍ମଦାବାଦ ସିଭିଲ ପାଇଁ ଉତ୍ସର୍ଗୀକୃତ 1500 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ ସୁଦ୍ଧା 50ରୁ ଅଧିକ ପ୍ଲାଜମାଦାତା ରକ୍ତଦାନ କରିଛନ୍ତି ।

ଇମ୍ୟୁନୋମାଟୋଲୋଜି ଏବଂ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ବିଭାଗ ( ଆଇଏଚବିଟି) ଏକ ଉନ୍ନତ ଯନ୍ତ୍ର ମାଧ୍ୟମରେ କୋରୋନା ରୋଗୀଙ୍କୁ ଭଲ କରିବା ପାଇଁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିଥାଏ । ଦାତାମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରିବା ସମୟରେ ଆଇସିଏମଆର ଏବଂ ଏନବିଟିସି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯାଏ ।

ପ୍ରକାଶ ଥାଉକି, ଅହମ୍ମଦାବାଦର ସ୍ମୃତି ଠକ୍କର ଦେଶର ପ୍ରଥମ ପ୍ଲାଜମାଦାତା । ଯିଏ ପ୍ୟାରିସରୁ ଫେରିବା ପରେ କୋରୋନା ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଗତ ଏପ୍ରିଲ 15ରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କକୁ ପ୍ଲାଜମା ଦାନ କରିଥିଲେ । ଯାହାର ବ୍ୟବହାର ଏସଭିପି ହସ୍ପିଟାଲରେ ଥିବା ଏକ କୋରୋନା ରୋଗୀଙ୍କ ଚିକିତ୍ସାରେ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.