ETV Bharat / bharat

ରାଜନୀତିର ‘ଖଟାମିଠା’ ଫଳ - The Bitter Sweet Fruit of Politics

କ୍ଷମତା ସ୍ବାଦ ଚାଖିବା ପାଇଁ ରାଜନୀତିରେ ସବୁ ସମ୍ଭବ । ଯୁଦ୍ଧ ଓ ପ୍ରେମରେ ଯେପରି ସବୁ କିଛି ସମ୍ଭବ ରାଜନୀତିରେ ମଧ୍ୟ ସବୁ କିଛି ସମ୍ଭବ । ରାଜନୀତି ଏକ ଏପରି ଫଳ କେତେବେଳେ ଏହା ଖଟା ତ କେତେବେଳେ ପୁଣି ମିଠା ।

ରାଜନୀତି
ରାଜନୀତି ଏକ ‘ଖଟମିଠା’ ଫଳ
author img

By

Published : Nov 29, 2019, 5:49 PM IST

Updated : Nov 29, 2019, 7:06 PM IST

ହାଇଦ୍ରାବାଦ: ରାଜନୀତିରେ ଘଡିକେ ଘୋଡା ଛୁଟେ । ରାତାରାତି ବଦଳିଯାଏ ସରକାର । ଆଉ ଏଥିମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ରାଜନୀତି ଇତିହାସରେ ବୋଧହୁଏ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ । ମହାରାଷ୍ଟ୍ର ମହାଡ୍ରାମାକୁ ହୁଏତ କେବେ ଭୁଲି ପାରିବେନି ଦେଶବାସୀ । ଗତ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । କିନ୍ତୁ ତା ପୂର୍ବରୁ ଘଟିଥିବା ଘଟଣା ରାଜନୀତିରେ ସବୁକିଛି ଯେ ସମ୍ଭବ ତାହା ପ୍ରମାଣିତ କରିଦେଇଛି ।

ଏସବୁ ମଧ୍ୟରେ ମହାରାଷ୍ଟ୍ର ମହାଡ୍ରାମାକୁ ନେଇ ମନ୍ତ୍ରୀ ନିତିନ ଗଡକରି ଏକ ଟିପ୍ପଣୀ ଦେଇଥିଲେ, ସେ କହିଥିଲେ ରାଜନୀତି ଓ କ୍ରିକେଟରେ ବହୁ ଅପ୍ରତ୍ୟାଶିତ ଘଟଣା ଘଟେ । କେତେବେଳେ କ’ଣ ଘଟିବ ତାହା କେହି କହିପାରିବେନି । ଗତ 22 ତାରିଖରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହେଲା । କିନ୍ତୁ ତା’ ପରଦିନ ସକାଳ ଚିତ୍ର ଥିଲା ଅଲଗା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ ଏନସିପିର ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ଏହାକୁ ନେଇ ବହୁ ହଟଚମଟ ମଧ୍ୟ ଦେଖିବାକୁ ମିଳିଲା ।

ପରେପରେ ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସମର୍ଥନ ଫେରାଇ ନେଲେ ଅଜିତ । ଆଉ ଏହାର କିଛି ଘଣ୍ଟା ପରେ ସିଏମ ଫଡନଭିସ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ମେଣ୍ଟ ସରକାର ଗଠନ ପାଇଁ ସୁଯୋଗ ଦେଲେ । ଏନସିପି, ଶିବସେନା ଓ କଂଗ୍ରେସ ବର୍ତ୍ତମାନ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଛନ୍ତି । ପୂର୍ବରୁ ମଧ୍ୟ ବହୁବାର ସରକାର ଗଠନ ହୋଇଛି ହେଲେ କ୍ଷମତା ପାଇଁ ଏପରି ହୋଇନଥିଲା । ଚଳିତ ନିର୍ବାଚନରେ ମହାରାଷ୍ଟ୍ରରେ ମେଣ୍ଟ ସରକାର ଭାବେ ବିଜେପି 105 ଓ 56 ସିଟ୍ ଶିବସେନା ପାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବସେନା ଦାବି କରିବାରୁ ଅନିଶ୍ଚିତତା ମଧ୍ୟକୁ ଚାଲିଗଲା ମୁଖ୍ୟମନ୍ତ୍ରୀ ପଦ । ଯାହାକୁ ନେଇ ବହୁ ବାଦବିବାଦ ଉପୁଜିବାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଗଲା ।

ସେପଟେ ମହାରାଷ୍ଟ୍ର ମହାନାଟକର ଚିତ୍ର କର୍ଣ୍ଣାଟକ ନିର୍ବାଚନରେ ବି ଦେଖିବାକୁ ମିଳିଥିଲା । ସେଠାରେ ବିଜେପି ସବୁଠାରୁ ବଡ ଦଳ ଭାବେ ସାମାନ୍ୟ ବହୁମତରୁ କିଛି ଦୂରରେ ଥିଲା । ଆଉ ରାଜ୍ୟପାଲଙ୍କ ସମାନ ଢଙ୍ଗରେ ନିମନ୍ତ୍ରଣ ସହ ସରକାର ଗଠନ କଲେ ୟେଦିୟୁରପ୍ପା । କିନ୍ତୁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଫ୍ଲୋରଟେଷ୍ଟରେ ଫେଲ ହୋଇଥିଲା ବିଜେପି । ଜେଡି(ଏସ) ଓ କଂଗ୍ରେସ ମେଣ୍ଟକୁ ଅସମର୍ଥନ କରି ବିଜେପି କ୍ଷମତା ହରାଇଥିବା ନିକଟ ଇତିହାସରେ ଦେଖବାକୁ ମିଳିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପରିଶେଷରେ ଆଦର୍ଶ ରାଜନୀତି ସହ ବିଜେପି କଣ ହାସଲ କଲା ? ମିଠା ଫଳକୁ ହାତଛଡା କରି ପଚା ଫଳର ସ୍ବାଦ ଚାଖିଲା ବିଜେପି ।

Intro:Body:

BLANK FOR LINK 

Conclusion:
Last Updated : Nov 29, 2019, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.