ETV Bharat / bharat

ଥାବରଚାନ୍ଦ ଗେହଲଟ ହେଲେ ରାଜ୍ୟସଭା ସଦନ ନେତା

କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲଟଙ୍କୁ ରାଜ୍ୟସଭା ସଦନ ନେତା ଭାବେ ନିଯୁକ୍ତ କରାଯାଇଛି । ଗେହଲଟ ତିନିଥର ଲୋକସଭାର ସଦସ୍ୟ ରହି ସାରିଥିବା ବେଳେ ଦ୍ବିତୀୟ ଥର ରାଜ୍ୟସଭା ସଦସ୍ୟ ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : Jun 12, 2019, 5:19 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲଟଙ୍କୁ ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତ କରାଯାଇଛି । 2014 ମୋଦି ସରକାରରେ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲି ଏହି ପଦରେ ଥିଲେ ।

ସାମାଜିକ ନ୍ୟାୟ ଓ ଅଧିକାରିକ ମନ୍ତ୍ରୀ ଗେହଲଟ ଜଣେ ଅନୁଭବୀ ସାଂସଦ ଓ ବିଜେପିର ଜଣେ ବରିଷ୍ଠ ଦଳିତ ନେତା । ରାଜ୍ୟସଭା ସଦନରେ ନେତା ନିଯୁକ୍ତ କ୍ଷମତାସୀନ ଦଳ କରିଥାଏ ।

ମଧ୍ୟପ୍ରଦେଶର ଗେହଲଟଙ୍କ ପାଖରେ 4 ଦଶକରୁ ଅଧିକ ସଂସଦୀୟ ଅନୁଭବ ରହିଛି । ଗେହଲଟ ମଧ୍ୟପ୍ରଦେଶ ବିଧାନସଭା ସଦସ୍ୟ ରାଜ୍ୟସଭା ଓ ଲୋକସଭାର ସଦସ୍ୟ ରହି ସାରିଛନ୍ତି । ମଧ୍ୟପ୍ରଦେଶର ଦଳିତ ବର୍ଗର ଚେହେରା ଥାବରଚାନ୍ଦ ଗେହଲଟ ତିନିଥର ଲୋକସଭାର ସଦସ୍ୟ ରହି ସାରିଥିବା ବେଳେ ଦ୍ବିତୀୟ ଥର ରାଜ୍ୟସଭା ସଦସ୍ୟ ହୋଇଛନ୍ତି । ପ୍ରଥମ ମୋଦି ସରକାରରେ ଗେହଲଟ ସାମାଜିକ ନ୍ୟାୟ ମନ୍ତ୍ରୀ ଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.