ETV Bharat / bharat

1975ର ଜରୁରୀକାଳୀନ ପରିସ୍ଥିତି ଏବେର ସମସ୍ୟା ଠାରୁ ଭଲ ଥିଲା: ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟ କଡା ପଦକ୍ଷେପ ଗ୍ରହଣ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପରିସ୍ଥିତି ଅଣାୟତ ହେଲାଣି । ଏହାକୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ତାଗିଦ କରିଛନ୍ତି ।

ଫାଇଲ ଫଟୋ
author img

By

Published : Nov 5, 2019, 10:04 AM IST

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ସୁପ୍ରିମକୋର୍ଟ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ କଡା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରିକି 1975ରେ ଲାଗିଥିବା ଜରୁରୀକାଳୀନ ଏବେର ସ୍ବାସ୍ଥ୍ୟଗତ ଜରୁରୀକାଳୀନଠାରୁ ଢେର ଗୁଣାରେ ଭଲ ଥିଲା ।

ସୁପ୍ରିମକୋର୍ଟଙ୍କ ଟିପ୍ପଣୀ:-

  • ଫସଲ ଜଳାଇବାର ଆଉ କୌଣସି ବି ଦୃଶ୍ୟ ସାମ୍ନାକୁ ଆସେ ତେବେ ଉଭୟ ପ୍ରଶାସନ ଓ ପୋଲିସଙ୍କୁ ଜବାବ ଦେବାକୁ ହେବ ।
  • ଅନେକ ବର୍ଷ ହେବ ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଉଥିଲେ ହେଁ ଏଯାଏଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ପାରିନି । ଏହି ସରକାର କେବଳ ନିର୍ବାଚନକୁ ଜିତିବାରେ ହିଁ ଗୁରୁତ୍ବ ଦେଉଛି ।
  • ପ୍ରତି ବର୍ଷ ଦିଲ୍ଲୀରେ 10-15 ଦିନ ଲୋକଙ୍କ ନିଶ୍ବାସକୁ ପ୍ରଦୂଷିତ କରାଯାଉଛି । କିନ୍ତୁ ଏନେଇ କେହି କିଛି କରିପାରୁ ନାହାଁନ୍ତି ।
  • ଯଦି ଆଗକୁ ଏପରି ପ୍ରଦୂଷଣ ହୁଏ ତେବେ ଉଚ୍ଚ ସଚିବଙ୍କଠାରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ଯାଏଁ ସମସ୍ତେ ଏଥିପାଇଁ ଦାୟୀ ରହିବେ ।
  • ଯେଉଁମାନେ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି, ସେମାନଙ୍କୁ କୌଣସି ସହାନୁଭୂତି ଦେଖାଇବା ଉଚିତ ନୁହେଁ ।
  • ଗ୍ରାମ ମୁଖିଆଙ୍କୁ ମଧ୍ୟ ଏନେଇ ସଚେତନ ହେବା ଜରୁରୀ । ଯଦି ସେମାନେ ନିଜ ଗାଁରେ ଏପରି ପରିସ୍ଥିତିକୁ ଅଟକାଇପାରିବେନି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୁପ୍ରିମକୋର୍ଟ ଗ୍ରହଣ କରିଥିବା ପଦକ୍ଷେପ:-

  • EPCAର ଅନୁରୋଧରେ ସୁପ୍ରିମକୋର୍ଟ ବର୍ତ୍ତମାନ ଦିଲ୍ଲୀରେ ଟ୍ରକ ଗୁଡିକର ପ୍ରବେଶକୁ ନିଷେଧ କରିଛନ୍ତି । ଦିଲ୍ଲୀ-ଏନସିଆରରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ରୋକାଯାଇଛି ।
  • ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ମୁଖ୍ୟ ସଚିବଙ୍କୁ ଉପସ୍ଥିତ ହେବାର ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
  • ପ୍ରତି ବର୍ଷ ହେଉଥିବା ଏପରି ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ତିନି ସପ୍ତାହର ସମୟ ଦେଇଛନ୍ତି ।
  • ଧୂଳିକୁ ନିୟନ୍ତ୍ରଣ କରିବା ପାଇଁ ସ୍ପ୍ରିଙ୍କଲର୍ସର ବ୍ୟବହାର କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.