ETV Bharat / bharat

ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ତିନି ସହରରେ ହାଇ ଆଲର୍ଟ - ଆତଙ୍କବାଦୀ

ଆତଙ୍କବାଦୀ ଆକ୍ରମଣ ନେଇ ଚେତାବନୀ ଦେଲା ଗୁଇନ୍ଦା ବିଭାଗ । ଅଲକାଏଦା ଓ ଇସ୍‌ଲାମିକ ଷ୍ଟେଟ୍‌ସ(ଆଇଏସ୍‌) ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଆ, ମୁମ୍ବାଇ ଏବଂ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Mar 25, 2019, 8:28 PM IST

ନୂଆଦିଲ୍ଲୀ: ଗୋଆ, ମୁମ୍ବାଇ ଏବଂ ଦିଲ୍ଲୀରେ ହୋଇପାରେଆତଙ୍କବାଦୀ ଆକ୍ରମଣ ।ଅଲକାଏଦା ଏବଂ ଇସ୍‌ଲାମିକ ଷ୍ଟେଟ୍‌ସ(ଆଇଏସ୍‌)ଆତଙ୍କବାଦୀ କରିପାରନ୍ତି ଆକ୍ରମଣ । ଏନେଇ ସତର୍କ ସୂଚନା ଜାରି କଲା ଦୁଇଜାତୀୟ ଗୁଇନ୍ଦା ସଂସ୍ଥା । ଗୁଇନ୍ଦାର ଚେତାବନୀ ପରେ ମୁମ୍ବାଇ, ଗୋଆ ଓ ଦିଲ୍ଲୀରେ ହାଇ ଆର୍ଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି ।

ନ୍ୟୁଜିଲ୍ୟାଣ୍ଡଖ୍ରୀଷ୍ଟଚର୍ଚରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଏହି ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ଆତଙ୍କବାଦୀମାନେ ଭାରତସ୍ଥିତ ଇସ୍ରାଏଲୀ ପର୍ଯ୍ୟଟକ ଓ ଜିଉମାନଙ୍କୁ ଟାର୍ଗେଟ୍ କରିପାରନ୍ତି ।

ଏହି ଆତଙ୍କବାଦୀ ଆକ୍ରମଣରେ ସେମାନେ ଗାଡି ଏବଂ ଛୁରୀର ବ୍ୟବହାର କରିପାରନ୍ତି ବୋଲିଗୁଇନ୍ଦା ବିଭାଗ ସୂଚନା ଦେଇଛି । ତେବେ ଏହା ପରେ ମୁମ୍ବାଇ ସ୍ଥିତଇସ୍ରାଏଲ୍ ଦୂତବାସ, ମହାବାଣିଜ୍ୟକ ଦୂତାବାସ ଏବଂ ଛାବଡା ହାଉସର ସୁରକ୍ଷା ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେବୃଦ୍ଧି କରାଯିବା ନେଇ ବିଭାଗ ନିଜ ରିପୋର୍ଟରେ କହିଛି ।

ସୂଚନା ଯୋଗ୍ୟ ଯେ, ନ୍ୟୁଜିଲ୍ୟାଣ୍ଡଖ୍ରୀଷ୍ଟଚର୍ଚରେ ହୋଇଥିବା ଆକ୍ରମଣରେ 49 ଜଣଙ୍କର ମୃତ୍ୟୁ ଘଟିଥିଲା । ଜଣେ 29 ବର୍ଷିୟ ଅଷ୍ଟ୍ରେଲିଆ ନାଗରିକ ଏହି ଆକ୍ରମଣକୁ ଭିଆଇଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.