ପୁଲୱାମା: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତୀପୋରାରେ ଏନକାଉଣ୍ଟର। ସୁରକ୍ଷା ବାହିନୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ସୋମବାର ସନ୍ଧ୍ୟାରେ ଅବନ୍ତିପୋରାର ନୁରପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମିଳିତ ଅପରେସନ ଆରମ୍ଭ ହୋଇ ଶେଷ ହେବା ପୂର୍ବରୁ ଅନେକ ଘଣ୍ଟା ଧରି ଚାଲିଥିଲା।
ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେସନ ପରେ ଉକ୍ତ ଅଞ୍ଚଳକୁ ଘେରିଯାଇଥିଲେ। ସେନା ପକ୍ଷରୁ ଜାଣିବାକୁ ମିଳିଛି ଯେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀକୁ ଗିରଫ କରାଯାଇଛି। ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ପୁଲୱାମାର ଗୁଲସାନପୁର ବାସିନ୍ଦା ସାକିବ ଆକବର ୱାଜା ବୋଲି ଜଣାପଡ଼ିଛି। ସେ ପଞ୍ଜାବର ପଟିଆଲାରେ ବି ଟେକ୍ କରୁଥିଲେ। ଏ ନେଇ କଶ୍ମୀର ଜୋନ୍ ପୁଲିସ୍ ଟୁଇଟ୍ କରି କହିଛି ଯେ ସାକିବ ଆକବର ୱାଜା ନାମକ ଜଣେ ଦ୍ୱିତୀୟ ଆତଙ୍କବାଦୀ ଲାଇଭ୍ ଏନକାଉଣ୍ଟର ସମୟରେ ଆତ୍ମସମର୍ପଣ କରିଛି।
ଏହି ଏନକାଉଣ୍ଟର ବେଳେ ଗୋଟିଏ ଏକେ ରାଇଫଲ ମଧ୍ୟ ପୋଲିସ ଜବତ କରିଛି। କାଶ୍ମୀର ଜୋନ୍ ପୋଲିସ ମଧ୍ୟ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ତାଙ୍କ ପରିବାର ସଦସ୍ୟଙ୍କ ସହ ମିଳିତ ହୋଇଥିବାର ନଜର ଆସିଛନ୍ତି।