ETV Bharat / bharat

ଲଙ୍କାରୁ ଆତଙ୍କୀଙ୍କ ବିରୋଧରେ ରଣହୁଙ୍କାର ଦେଲେ ମୋଦି

ଦ୍ବିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମଥର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଯାଇଥିଲେ ମୋଦି । ଆତଙ୍କୀଙ୍କୁ କଡା ଜବାବ ଦେବାକୁ ଶ୍ରୀଲଙ୍କାରେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

author img

By

Published : Jun 10, 2019, 9:17 AM IST

Updated : Jun 10, 2019, 10:15 AM IST

ଫଟୋ ସୌଜନ୍ୟ: @narendramodi

ନୂଆଦିଲ୍ଲୀ: ଶେଷ ହୋଇଛି ମୋଦିଙ୍କ ଦିନିକିଆ ଶ୍ରୀଲଙ୍କା ଗସ୍ତ । ଆତଙ୍କୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଲଙ୍କାରେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ସମସ୍ତ ରାଷ୍ଟ୍ର ଏକଜୁଟ ହୋଇ ଆତଙ୍କୀକୁ କଡା ଜବାବ ଦେବ । ଏଥିସହ ଶ୍ରୀଲଙ୍କା ବର୍ତ୍ତମାନ ମଧ୍ୟ ପର୍ଯ୍ୟଟନସ୍ଥଳୀ ଭାବରେ ସୁରକ୍ଷିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏପ୍ରିଲ 21 ଇଷ୍ଟର ସନଡେ ଆକ୍ରମଣ ଘଟଣା ପରେ ପ୍ରଥମ ବିଦେଶ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତ କରିଛନ୍ତି । ମୋଦିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବ । ତେବେ ମୋଦି ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମେ ଆକ୍ରମଣ ହୋଇଥିବା ଆଥୋନୀ ଚର୍ଚ୍ଚକୁ ଯାଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭୀରୁତା ପରିଚୟ ଦେଉଥିବା ଆତଙ୍କୀଙ୍କ କାର୍ଯ୍ୟକଳାପ ଶ୍ରୀଲଙ୍କାବାସୀଙ୍କ ଧୈର୍ଯ୍ୟକୁ ହରାଇପାରିବ ନାହିଁ ବୋଲି ମୋଦି କହିଛନ୍ତି । କୌଣସି ରାଷ୍ଟ୍ର ଯଦି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ତେବେ ତାହା ନିଶ୍ଚୟ ନିନ୍ଦନୀୟ ଘଟଣା । କାରଣ ଆତଙ୍କବାଦ ପାଇଁ ସମଗ୍ର ବିଶ୍ୱ ସାମ୍ନା କରୁଥିବା ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ଯାହାକୁ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ନାଶ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

Modi in Sri lanka
ଫଟୋ ସୌଜନ୍ୟ: @narendramodi

ଶ୍ରୀଲଙ୍କା ଗସ୍ତ ପରେ ମୋଦି ତାଙ୍କ ଟ୍ବିଟରେ ଲେଖିଛନ୍ତି, ଗତ 10 ଦିନ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଏହା ତାଙ୍କର ଦ୍ବିତୀୟ ସାକ୍ଷାତକାର। ଆତଙ୍କବାଦୀଙ୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବା ସହ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ସେ ବୋଲି । ଏଥିସହ ଦୁଇ ଦେଶ ମଧ୍ୟରେ ଆଦାନପ୍ରଦାନ, ସୁରକ୍ଷା ତଥା ଉଚ୍ଚ ଭବିଷ୍ୟ ପାଇଁ ଭାରତ ସବୁବେଳେ ଶ୍ରୀଲଙ୍କାର ସହଯୋଗ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Intro:Body:

fsfs

Conclusion:
Last Updated : Jun 10, 2019, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.