ETV Bharat / bharat

ଶୁଣିଲାନି ପ୍ରଶାସନ, ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ - ଚିତ୍ତୋର ଜିଲ୍ଲା ମୁଲାପାଲି ଗ୍ରାମବାସୀ

ଅଧିକାରୀଙ୍କ ଉପରେ ନିର୍ଭର ନ କରି ସାମୂହିକ ପ୍ରୟାସରେ ବାଡ଼ି ସାହାଯ୍ୟରେ ନଦୀ ଉପରେ ଅସ୍ଥାୟୀ ସେତୁ ନିର୍ମାଣ କଲେ ଚିତ୍ତୋର ଜିଲ୍ଲାର ମୁଲାପାଲି ଗ୍ରାମବାସୀ । କିନ୍ତୁ ଏଥିପାଇଁ ଗ୍ରାମବାସୀ କର୍ତ୍ତୃପକ୍ଷଙ୍କ ଠାରୁ ଚାହିଁଛନ୍ତି ଜବାବ । ଅଧିକ ପଢନ୍ତୁ...

temporary bridge built by  villagers at chittore district(AP)
ଅସ୍ଥାୟୀ ସେତୁ ନିର୍ମାଣ କଲେ ଗ୍ରାମବାସୀ
author img

By

Published : Dec 10, 2020, 12:11 PM IST

ଅମରାବତୀ:ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ ହେଲା ଅସ୍ଥାୟୀ ସେତୁ । ନିଜ ଗାଁର ବିକାଶ ପାଇଁ ଅଧିକାରୀଙ୍କ ଉପରେ ନିର୍ଭର କରିନଥିଲେ ଏହି ଗ୍ରାମବାସୀ । ସମସ୍ତଙ୍କ ସାମୂହିକ ପ୍ରୟାସରେ ବାଡ଼ି ସାହାଯ୍ୟରେ ନଦୀ ଉପରେ ଏକ ଅସ୍ଥାୟୀ ସେତୁ ନିର୍ମାଣ କରିଥିଲେ। ଏହି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ମୁଲାପାଲିରେ । ପ୍ରବଳ ବର୍ଷା ହେତୁ ଚିତ୍ତୋର ଜିଲ୍ଲାର ଚନ୍ଦ୍ରଗିରି ଜୋନ୍ ଅନ୍ତର୍ଗତ ଜଙ୍ଗଲ ନିକଟସ୍ଥ ମୁଲାପାଲିରେ ଥିବା କୁଲଭର୍ଟ ବ୍ରିଜ ଭୁଶୁଡି ପଡିଥିଲା । ଫଳରେ ପ୍ରାୟ 10 ଦିନରୁ ଅଧିକ ଦିନ ଧରି ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଅସ୍ଥାୟୀ ସେତୁ ନିର୍ମାଣ କଲେ ଗ୍ରାମବାସୀ

ଏନେଇ ଗ୍ରାମବାସୀ ଅନେକଥର ଏହି ସମସ୍ୟା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ଶେଷରେ ଗ୍ରାମବାସୀମାନେ ବାଡ଼ି ସାହାଯ୍ୟରେ ଏକ ଅସ୍ଥାୟୀ ସେତୁ ନିର୍ମାଣ କଲେ । କିନ୍ତୁ ଏଥିପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ଜବାବ ଚାହିଁଛନ୍ତି ଗ୍ରାମବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.