ନୂଆଦିଲ୍ଲୀ: କୋରୋନା ପାଇଁ ସବୁଠି କଡା କଟକଣା। ଏହି କଟକଣାରୁ ମଧ୍ୟ ବର୍ତ୍ତି ନାହାଁନ୍ତି ଭଗବାନ। ଲକଡାଉନ ଅବଧି ମଧ୍ୟରେ ସମସ୍ତ ମନ୍ଦିର,ମସଜିଦ୍ ଓ ଗୀର୍ଜାକୁ ବନ୍ଦ ରଖାଯାଇଛି। ତେବେ ଏହି ଚଳିତ ମାସରେ ବିଭିନ୍ନ ପର୍ବ ପର୍ବାଣୀ ପଡୁଥିବା ବେଳେ ସେ ସବୁକୁ ଅତ୍ୟନ୍ତ ନିଡାମ୍ବର ଓ ଭକ୍ତଙ୍କ ବିନା ଗହଳି ଚହଳିରେ କରାଯାଉଛି।
ସୂଚନା ଅନୁଯାୟୀ, ଲକଡାଉନ ପାଇଁ ମାର୍ଚ୍ଚ 25ରେ ଜାନଦିୱାଲାନ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ସେପଟେ ତାଲା ପଡିଥିବାରୁ କାଲକାଜୀ ମନ୍ଦିର ମଧ୍ୟ ବନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ଦେଶବ୍ୟାପି ଲକଡାଉନ ଘୋଷଣା କରିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।
ତେବେ ସମସ୍ତ ମନ୍ଦିର ଆଗରେ ଏକ ନୋଟିସ ବୋର୍ଡ ମାଧ୍ୟମରେ ଭକ୍ତଙ୍କୁ ବନ୍ଦର ସୂଚନା ଦିଆଯାଉଛି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ।