ETV Bharat / bharat

ଆସୁଛି କାଳବୈଶାଖୀ, ହିମାଚଳ ପ୍ରଦେଶକୁ ୟେଲୋ ୱାର୍ଣ୍ଣି - delhi

ହିମାଚଳ ପ୍ରଦେଶରେ କାଳବୈଶାଖୀର ଆଶଙ୍କା । ପାଣିପାଗ ବିଭାଗ ଜାରି କଲା ‘ୟେଲୋ ୱାର୍ଣ୍ଣି’ ।

ଡିଜାଇନ ଫଟୋ
author img

By

Published : May 8, 2019, 9:43 AM IST

ନୂଆଦିଲ୍ଲୀ: ଆଗାମୀ ଦୁଇ ଦିନ ମଧ୍ୟରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । ହିମାଚଳ ପ୍ରଦେଶରେ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଉକ୍ତ ରାଜ୍ୟକୁ ‘ୟେଲୋ ୱାର୍ଣ୍ଣି’ ଜାରି କରାଯାଇଥିବା ସୂଚନା ରହିଛି । ଆସନ୍ତା 10 ଓ 11 ତାରିଖରେ ପ୍ରବଳ ବର୍ଷା ହେବା ସହ ଝଡ଼ତୋଫାନ ହେବାର ଆଶଙ୍କା ରହିଛି ।

ହିମାଚଳରେ ଲଗାତାର 3ଦିନ ବର୍ଷା ହୋଇପାରେ । ସମ୍ଭାବ୍ୟ କାଳବୈଶାଖୀର ପ୍ରଭାବ ହିମାଚଳ ପ୍ରଦେଶର ପଡୋଶୀ ରାଜ୍ୟରେ ମଧ୍ୟ ପଡିପାରେ । କାଳବୈଶାଖୀର ପ୍ରଭାବରେ ପବନର ବେଗ ବଢିବାର ଆଶଙ୍କା ରହିଛି । ସେପଟେ କର୍ଣ୍ଣାଟକ ଏବଂ କେରଳରେ ମଙ୍ଗଳବାର ରାତି ପ୍ରବଳ ବର୍ଷା ହୋଇଛି । ଫଳରେ ଉକ୍ତ ରାଜ୍ୟମାନଙ୍କରେ ତାପାମାତ୍ରା ହ୍ରାସ ପାଇବା ସହ ପାଗ ଥଣ୍ଡା ରହିଛି ।

ତେବେ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଗରମରେ ସିଝୁଛନ୍ତି ଦିଲ୍ଲୀବାସୀ । ସେହିପରି ଉତ୍ତର ପ୍ରଦେଶ ଏବଂ ମଧ୍ୟ କର୍ଣ୍ଣାଟକର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଏହି ଅଞ୍ଚଳମାନଙ୍କରେ 41.7 ଡିଗ୍ରୀ ସେଲସିଅସ ତାପାମାତ୍ରା ରହିଛି । ପାଣିପାଗର ସୂଚନା ଅନୁସାରେ ଅତ୍ୟାଧିକ ତାପମାତ୍ରା ଯୋଗୁଁ ଆନ୍ଧ୍ର ପ୍ରଦେଶରେ ‘ଲୁ’ ହେବାର ଆଶଙ୍କା ରହିଛି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.