ଭୋପାଳ: କ୍ଷମା ମାଗିବା ପରେ ଏବେ ନିଜକୁ ଦଣ୍ଡ ଦେଇଛନ୍ତି ଭୋପାଳ ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା । ନାଥୁରାମ ଗଡସେଙ୍କୁ ନେଇ ସେ ଦେଇଥିବା ବିବାଦୀୟ ବୟାନ ପାଇଁ ଆଗରୁ କ୍ଷମା ମାଗିଥିଲେ ।
ପ୍ରକାଶ ଯେ, ଜାତିରପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିବା ନାଥୁରାମ ଗଡସେକୁ ଦେଶ ଭକ୍ତ କହି ବିବାଦରେ ଫସିଥିଲେ ସାଧ୍ବୀ । ଗଡସେ ଦେଶଭକ୍ତ ଥିଲେ, ଅଛନ୍ତି ଏବଂ ରହିବେ ବୋଲି କହିଥିଲେ ସାଧ୍ବୀ ।
ଏହାକୁ ମଧ୍ୟ ପଢନ୍ତୁ: ପ୍ରଚାର ଶେଷ ଦିନରେ ‘ଦେଶଭକ୍ତ’ ନିଆଁ ଲଗାଇଲେ ସାଧ୍ବୀ, ମୁଁହ ଫେରାଇଲା ଦଳ
‘ମୁଁ ଦେଇଥିବା ବୟାନ ଯଦି କାହା ହୃଦୟକୁ କଷ୍ଟ ଦେଇଛି, ସେଥିପାଇଁ ଦୁଃଖିତ’ ବୋଲି ପ୍ରଜ୍ଞା ଠାକୁର ସୋମବାର ଟ୍ବିଟ କରି କହିଛନ୍ତି । ଖାଲି ସେତିକି ନୁହେଁ ନିଜକୁ ଦଣ୍ଡ ଦେବା ସ୍ବରୂପ ସେ 21 ଘଣ୍ଟା ଧରି ନିରବ ରହିବେ ବୋଲି କହିଛନ୍ତି ।
ପ୍ରକାଶ ଥାଉ କି ସାଧ୍ବୀଙ୍କୁ ତାଙ୍କ ବୟାନ ପାଇଁ ଦଳ ପକ୍ଷରୁ ସ୍ପଷ୍ଟୀକରଣ ମଗାଯିବା ସହିତ ପ୍ରଧାନମନ୍ତ୍ରୀ ତାଗିଦ କରିଥିଲେ । ଏପରିକି ମୁଁ ସ୍ବାଧୀଙ୍କୁ କେବେ କ୍ଷମା କରିବି ନାହିଁ ବୋଲି କହିଥିଲେ ମୋଦି ।