ETV Bharat / bharat

କୋରୋନା ପାଇଁ କୋଲକାତାରେ ବଢୁଛି ସାମ୍ପ୍ରଦାୟିକ ସଂଘର୍ଷ: 56 ଗିରଫ, 144 ଧାରା ଜାରି - କୋଲକାତାରେ 56 ଗିରଫ୍, ଧାରା 144 ଜାରି

ପଶ୍ଚିମବଙ୍ଗରେ କୋରୋନା ଥମିବାର ନାଁ ନେଉନାହିଁ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କେତେକ ବିଶୃଙ୍ଖଳିତ ଗୋଷ୍ଠୀ ସଂକ୍ରମଣ ସହିତ ମୁକାବିଲା ନକରି, ନିଜ ନିଜ ଭିତରେ କୋରୋନାକୁ ନେଇ ଆରୋପ, ପ୍ରତ୍ୟାରୋପ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଯାହା ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିଛି।

mamata-banerjee-vows-stern-action-against-culprits
କୋରୋନା ପାଇଁ ବଢୁଛି ସାମ୍ପ୍ରଦାୟିକ ସଂଘର୍ଷ: କୋଲକାତାରେ 56 ଗିରଫ୍, ଧାରା 144 ଜାରି
author img

By

Published : May 13, 2020, 10:42 AM IST

କୋଲକାତା: ପଶ୍ଚିମବଙ୍ଗରେ କୋରୋନା ଥମିବାର ନାଁ ନେଉନାହିଁ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କେତେକ ବିଶୃଙ୍ଖଳିତ ଗୋଷ୍ଠୀ ସଂକ୍ରମଣ ସହିତ ମୁକାବିଲା ନକରି, ନିଜ ନିଜ ଭିତରେ କୋରୋନାକୁ ନେଇ ଆରୋପ, ପ୍ରତ୍ୟାରୋପ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଯାହା ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିଛି। ଏହି ଘଟଣା, ମୁଖ୍ୟମନ୍ତ୍ରୀ ମମତା ଵାନାର୍ଜୀଙ୍କ ନିଦ ହଜେଇଲାଣି। ଗତ ସପ୍ତାହରେ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ତେଲିନିପାରା ଅଞ୍ଚଳରେ ସାମ୍ପ୍ରଦାୟିକ ସଂଘର୍ଷ ଘଟିଛି। ଏଥିରେ 56 ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ଅପରାଧୀଙ୍କୁ ଖୋଜିବା ପାଇଁ ପୋଲିସ ଚଢାଉ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ଗୋଟିଏ ସମ୍ପ୍ରଦାୟର ସଦସ୍ୟଙ୍କୁ ଅନ୍ୟ ଗୋଷ୍ଠୀର କିଛି ସ୍ଥାନୀୟ ଲୋକ ‘କୋରୋନା’ ବୋଲି କହିବା ପରେ ତେଲିନିପାରା ଅଞ୍ଚଳରେ ସଂଘର୍ଷ ଘଟିଥିଲା।

ଖବର ଅନୁଯାୟୀ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏହି ଅଞ୍ଚଳରେ ଧାରା ଲାଗୁ କରାଯାଇଛି। ରାଜ୍ୟ ପ୍ରଶାସନ ମଧ୍ୟ ବିଭିନ୍ନ କାର୍ଯ୍ୟକୁ ସ୍ଥଗିତ ରଖିବା ସହିତ ଦୋକାନ, ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ସଂଘର୍ଷସ୍ଥଳୀ ଚନ୍ଦନଗର ଏବଂ ସେରାମପୁର ସବ୍-ଡିଭିଜନରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଠପ୍ କରି ଦିଆଯାଇଛି। ସାମ୍ପ୍ରଦାୟିକ ସଂଘର୍ଷ ଘଟାଇଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ନେତାଙ୍କ ଏକ ବିଭାଗକୁ ନିନ୍ଦା କରିବା ସହ ,କୋଲକାତାରେ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜ ପକ୍ଷ ରଖିଛନ୍ତି। ସେ କହିଛନ୍ତି, "ଲକଡାଉନ୍ ମଧ୍ୟରେ ସାମ୍ପ୍ରଦାୟିକ ସଂଘର୍ଷରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି କୋଭିଡ୍-19 ସଙ୍କଟ ଯୋଗୁଁ ଲୋକମାନେ ପୂର୍ବରୁ ଏତେ ଚାପରେ ଅଛନ୍ତି। ଏଥିରେ ଯୋଗ କରନ୍ତୁ, କିଛି ନେତା ସମସ୍ୟା ସୃଷ୍ଟି କରିବା ପାଇଁ ଉତ୍ତେଜକ ପୋଷ୍ଟ ଲେଖୁଛନ୍ତି। ଗତକାଲି ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଥିଲି ଯେ, କେମିତି ନେତା ମାନେ ଏଠାରେ ଅସୁବିଧାକୁ ଆମନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମମତା ଜଣାଇଛନ୍ତି। ଅନ୍ୟପକ୍ଷରେ ଆଉ ଏକ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଜଣେ ସବ୍-ଇନ୍ସପେକ୍ଟର ମାଓବାଦୀ ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି। ଆଜି ଦକ୍ଷିଣ ପରଗାନା ଜିଲ୍ଲାର ବାରୁପୁର ଅଞ୍ଚଳରେ ଏକ ସବ୍-ଇନ୍ସପେକ୍ଟର ଏବଂ ଚାରିଜଣ ସିଭିକ୍ ସ୍ବେଚ୍ଛାସେବୀ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ମାଓବାଦୀମାନେ ପୋଲିସର ଗାଡିକୁ ମଧ୍ୟ ନଷ୍ଟ କରିଥିଲେ।

ସବ୍-ଇନ୍ସପେକ୍ଟର ଧନଞ୍ଜୟ ମୁଖାର୍ଜୀଙ୍କୁ ଚାରିଜଣ ନାଗରିକ ସ୍ୱେଚ୍ଛାସେବୀ ବାଉଁଶ ବାଡି ସାହାଯ୍ୟରେ ମାଡ ଦେଇଥିଲେ। ବାରୁପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଖିରିଷ୍ଟୋଲା ଠାରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏକ ଚା' ଷ୍ଟଲ୍ ନିକଟରେ ଏହି ଘଟଣା ଘଟିଥିଲା। ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ, ଏସଡିପିଓ ବାରୁପୁରଙ୍କ ନେତୃତ୍ୱରେ ଏକ ବଡ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ଏପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ 18 ଜଣଙ୍କୁ ଗିରଫ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.